ହେଡଲାଇନସ୍:

ଓଡ଼ିଆ ଓ ହିନ୍ଦୀ ସିନେମା ସଙ୍ଗୀତର ନିଆରା ଆସର "ତୁମ ସ୍ମୃତି ଆମ ସ୍ୱର"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଓଡ଼ିଆ ଓ ହିନ୍ଦୀ ସିନେମାରେ ଗୀତିଗୁଛକୁ ନେଇ ଓଡିଶା ଜ୍ୟୋତି ଫାଉଣ୍ଡେସନ ଆନୁକୂଲ୍ୟରେ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି ରହିବେ ହର୍ଷିନି ଅନୁଷ୍ଠାନର କଳାକାରଙ୍କୁ ନେଇ ଆୟୋଜିତ ହୋଇଯାଇଛି ସଙ୍ଗୀତ ସଂଧ୍ୟା "ତୁମ ସ୍ମୃତି ଆମ ସ୍ୱର"| ସଂଗୀତ ରାଇଜରେ ଡେଣା ମେଲାଇ ଉଡିବାକୁ ଚେଷ୍ଟା ଆରମ୍ଭ କରିଥିବା କଳାକାରମାନେ ସେମାନଙ୍କ ସ୍ଵରାଞ୍ଜଳି ମାଧ୍ୟମରେ ଭାରତୀୟ ତଥା ଓଡିଶା ସଂଗୀତ ଜଗତର ଦିବଂଗତ କିମ୍ବଦନ୍ତୀ ବ୍ୟକ୍ତିତ୍ୱମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ ଶ୍ରଦ୍ଧାକୁସୁମ ଗୁରୁ ଶ୍ରୀ ନୀଳମଣି ଓଝାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ |
ଓଡିଶା ଜ୍ୟୋତି ଫାଉଣ୍ଡେସନର ଅଧ୍ୟକ୍ଷ ଗିରିଜା ଶଙ୍କର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ରୀୟ ସୁରକ୍ଷା ବଲର ପୂର୍ବତନ ଡ଼ିଆଇଜି ଡାକ୍ତର ସର୍ବେଶ୍ୱର ଶତପଥୀ ଯୋଗ ଦେଇ କାର୍ଯ୍ୟକ୍ରମ ଆୟୋଜକମାନଙ୍କୁ ଏଭଳି କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଜଣାଇବା ସହ କଳାକାରମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ | ସମ୍ମାନିତ ଅତିଥି ଭାବେ ରେଳବାଇ ବୋର୍ଡର ପାସେଞ୍ଜର ଅମେନିଟିଜ କମିଟିର ସଦସ୍ୟ ଶ୍ରୀ ଦିଲ୍ଲୀପ ମଲ୍ଲିକ ଏଭଳି କାର୍ଯ୍ୟକ୍ରମର ଆୟୋଜନ ନୂଆ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ନୂଆ ପ୍ଲାଟଫର୍ମ ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ |

ମୁଖ୍ୟବକ୍ତା ଭାବେ ଯୋଗଦେଇ ଜଣାଶୁଣା ସମାଜସେବୀ ତଥା ଉଦ୍ୟୋଗୀ ଶ୍ରୀ ନିଶିକାନ୍ତ ମିଶ୍ର ନୂଆ କଳାକାରମାନଙ୍କୁ ଆଗକୁ ଆଣିବା ପାଇଁ ଏପରି ଉଦ୍ୟମ ଜାରି ରଖୁ ବୋଲି ମତବ୍ୟକ୍ତ କରିଥିଲେ | ଯୁବ ଶିକ୍ଷାବିତ ତଥା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଡିନ(ଛାତ୍ରକଲ୍ୟାଣ) ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଅନୁଷ୍ଠାନ ତରଫରୁ ପ୍ରତିଭା ଚୟନ ପ୍ରତିଯୋଗିତା ମାଧ୍ୟମରେ ନୂଆ ନୂଆ ପ୍ରତିଭାଙ୍କୁ ଖୋଜି ସେମାନଙ୍କୁ ଆଗକୁ ଆଣି ମଂଚ ଯୋଗାଇବା ସହ ଓଡ଼ିଶାର ପାରମ୍ପରିକ ଲୋକକଳା ଓ ସଂଗୀତ ଦିଗରେ କାର୍ଯ୍ୟକ୍ରମ କରୁ ବୋଲି ପରାମର୍ଶ ଦେଇଥିଲେ |
ସଂକ୍ଷିପ୍ତ ଉଦ୍ଘାଟନୀ ସଭାପରେ ଆରମ୍ଭ ହୋଇଥିଲା ସଙ୍ଗୀତର ଆସର ଜଣାଶୁଣା ମଂଚ ସଂଚାଳକ ଗୁଲସନନଙ୍କ ପରିଚଳନରେ | କୃଷ୍ଣ ଭଜନାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପରେ ପରେ ଆଜି ମୁ ଶ୍ରାବଣୀ, ନାମ ଗୁମ ଯାଏଗା, ମନର ମଣିଷ ଯଦି , ଆଖିଓଁ କି ଝରକୋ ସେ, ନେଇଯା ରେ ମେଘ ମତେ, ରଙ୍ଗିଲାରେ, ଅଭିମାନୀନି, ଆସିବ ଆସିବ ଦିନେ, ମେରେ ଖାବୋ ମେ ଜୋ ଆଏ,ଓଁ ନମ ଶିବାୟ, ନିଦ ଭରା ରାତି, ଭସା ମେଘ ଭାସି ଯାଏ ମୁ ଦୂରେ, ମେ ତେରି ଇସ୍କ ମେ, ଓ ମେରୀ ସୋନାରେ ଚୋରା ଚୋରା ପ୍ରୀତି ଆଦି ଗୀତ ପରିବେଷଣ କରିଥିଲେ ସାବନା, ଲିପ୍ସା, ଅଙ୍କିତା ଦାଶ, ସୋନାଲି, ଶ୍ଵେତା,ମୋହିତ, ସ୍ଵାତିଶ୍ରୀ, ହର୍ଷା, ସାନିଧ୍ୟା, ସାତ୍ତ୍ଵିକ, ପାୟଲ କଳାକାରମାନେ |

0
0
0
s2sdefault