ହେଡଲାଇନସ୍:

ଅବକାରୀ ଚଢ଼ଉ :ଚୋରା ରନ୍ଧା ମଦ ଓ ମହୁଲ ପୋଚ ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ କୁ ଆଖି ଆଗରେ ରଖି ନିରପେକ୍ଷ ଓ ନିର୍ଭିକ କରିବା ପାଇଁ ପାଇକମାଲ ଅବକାରୀ ଥାନା ଓ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ ଶ୍ରୀମତୀ ରଶ୍ମିତା ଲାକ୍ରା (I. E Bargarh)ଓ ଅବକାରୀ ଟିମ ମିଳିତ ଚଢ଼ଉ କରି ଚୋରା ରନ୍ଧା ମଦ ମହୁଳ ପୋଚ ଓ ବିଦେଶୀ ମଦ ଧରପକଡ ଆରମ୍ଭ କରିଛନ୍ତି l ପାଇକମାଲ ଅବକାରୀ ଥାନା ଅନ୍ତର୍ଗତ ବିଜାଡିହି, ଗୌରଜୁରୀ, ଖଇରା, ପଲସଦା,ବୋଡାସମ୍ବର ପ୍ରଭୁତି ଗ୍ରାମ ମାନଙ୍କ ରେ 3500 ଲିଟର ମହୁଳ ପୋଚ,159 ଲିଟର ରନ୍ଧା ମଦ,17 ଲିଟର ବିଦେଶୀ ମଦ ଓ ମଦ ରନ୍ଧା ସାମଗ୍ରୀ ଜବତ କରିଛନ୍ତି l
ଅବକାରୀ ମୋବାଇଲ ଟିମ ପୃଥକ ପୃଥକ ତିନି ଟି ମାମଲା ରୁଜୁ କରି ବିଦେଶୀ ମଦ ଓ ରନ୍ଧା ମଦ ଜବତ କରିଛନ୍ତି ବୋଲି ପାଇକମାଲ ଅବକାରୀ ଥାନା ଅଧିକାରୀ ରାଜକୁମାର ବେହେରା ସୂଚନା ଦେଇଛନ୍ତି l

0
0
0
s2sdefault