ବରଗଡ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଦେହାନ୍ତ ପରେ ଆସନ୍ତା ଡିସେମ୍ବର 5 ତାରିଖରେ ହେବାକୁ ଯାଉଛି ଉପନିର୍ବାଚନ । ଉପନିର୍ବାଚନ ପାଇଁ ଯଦିଓ ଏପର୍ଯ୍ୟନ୍ତ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ | ତଥାପି ବର୍ତ୍ତମାନ ସୁଦ୍ଧା ଉପନିର୍ବାଚନ ର ପ୍ରସ୍ତୁତି ରେ ବିଜେଡି ଆଗରେ ରହିଛି । ଗତକାଲି ପାଇକମାଲ ସାଲେପାଲି ଠାରେ ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ହୋଇଥିବା ବେଳେ ଆଜି ବିଭିନ୍ନ ଯୋନ ଓ ପଞ୍ଚାୟତ ରେ କର୍ମୀମାନଙ୍କୁ ନେଇ ନେତା ମାନେ ନିର୍ବାଚନ ରଣନୀତି ବାବଦରେ ଆଲୋଚନା କରିଥିଲେ । ଏହିକ୍ରମ ରେ ଆଜି ପାଇକମାଲ ଯୋନ ଏକ ରେ ପାଇକମାଲ ବିଜୁ ଜନତା ଦଳର ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରାଉତଙ୍କର ଅଧ୍ୟକ୍ଷତାରେ, ଛୀଂଦେଇକେଲା ଗ୍ରାମରେ ଏକ ବିରାଟ କର୍ମୀ ସମ୍ମିଳନୀର ଆୟୋଜନ କରା ଯାଇଥିଲା । ଏହି କର୍ମୀ ସମ୍ମିଳନୀରେ ଦଳ ତରଫରୁ ଯୋନ ନିର୍ବାଚନ ପରିଚାଳନା ଦାଇତ୍ଵ ଥିବା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟ ଅତିଥି, ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡା: ଅରୁଣ କୁମାର ସାହୁ, ରାଜ୍ୟ ସଭା ସାଂସଦ ତଥା ଆଦିବାସୀ ନେତା ଶ୍ରୀ ନିରଞ୍ଜନ ବିଶି, ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା , ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରି , ମାଲକାନଗିରି ର ପୂର୍ବତନ ବିଧାୟକ ଶ୍ରୀ ମାନସ ମାଡକାମୀ , ସ୍ୱତନ୍ତ୍ର ପର୍ଯବେକ୍ଷକ ଶ୍ରୀ ବିଷ୍ଣୁ ପ୍ରସାଦ କେଡ଼ିଆ ଓ ଶ୍ରୀ ଶୈଳେଶ ଦାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଦଳୀୟ କର୍ମୀ ମାନଙ୍କୁ ସଂଵୋଧିତ କରିଥିଲେ । ରାଜ୍ୟ ସରକାର ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ରାଜ୍ୟ ବାସୀଙ୍କର ଉନ୍ନତି ଓ ବିକାଶ ପାଇଁ ଅନେକ କିଛି କରିଛନ୍ତି । ନବୀନ ପଟ୍ଟନାୟକ ଯାହା କୁହନ୍ତି ତାହା କାମରେ କରି ଦେଖାନ୍ତି । ବିଜୁ ଜନତା ଦଳ ,ଏହାର ମୁଖିଆ ଓ ନେତା ମାନେ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ମିଛ କହି ଲୋକଙ୍କୁ ଭଣ୍ଡେଇ ଭୋଟ ହାତେଇବା ବିରୋଧୀ ମାନଙ୍କର ସ୍ଵଭାଵ । କର୍ମୀ ମାନେ ନିଜ ନିଜ ଅଞ୍ଚଳରେ ବିରୋଧି ମାନଙ୍କ ମିଥ୍ଯା ପ୍ରଚାର ଓ ଅପପ୍ରଚାର ବାବଦରେ ଲୋକଙ୍କୁ ଅବଗତ କରାଇ ରାଜ୍ୟ ସରକାରଙ୍କ ବିକାଶ ଧାରାକୁ ଆଗେଇ ନେବା ସହିତ ମୁଖ୍ୟମନ୍ତ୍ରୀ ଙ୍କର ହାତମୁଠା କୁ ଟାଣ କରିବା ପାଇଁ ଲୋକଙ୍କୁ ନିବେଦନ କରିବା ପାଇଁ ନେତା ମାନେ ଦଳୀୟ କର୍ମୀଙ୍କୁ କହିଥିଲେ । ଏହି ସଭାରେ ବହୁ ସଂଖ୍ୟାରେ ମହିଳା କର୍ମୀ ଉପସ୍ଥିତ ଥିଲେ । ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ , ଡ. ଅରୁଣ ସାହୁ , ସାଂସଦ ଶ୍ରୀ ବିଶି , ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା ଓ ଶ୍ରୀ ଅମରେଶ ପତ୍ରି ଙ୍କର ଉତ୍ସାହଦାୟୀ ସମ୍ବୋଧନ ସମସ୍ତ କର୍ମୀ ମାନଙ୍କୁ ଆଗାମୀ ଉପନିର୍ବାଚନ ରେ ଲଢେଇ କରିବା ପାଇଁ ଖୋରାକ ଯୋଗେଇ ଥିବା କର୍ମୀ ମାନେ ପ୍ରକାଶ କରିଛନ୍ତି । ଏହି ସଭାରେ ଝାରବନ୍ଧ ପଞ୍ଚାୟତ ର ପୂର୍ବତନ କଂଗ୍ରେସ ସଭାପତି ଶ୍ରୀ ଗୋକୁଳ ବହିଦାର ଓ ବରତୁଣ୍ଡା ପଂଚାୟତ ର ପୂର୍ବତନ ବିଜେପି ସଭାପତି ଶ୍ରୀ ତ୍ରିନାଥ ମଲ୍ଲିକ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଡାକ୍ତର ଅରୁଣ ସାହୁ ଉତ୍ତରୀୟ ପ୍ରଦାନ କରି ଉଭୟଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଶେଷରେ ଦଳର ବରିଷ୍ଟ ନେତା ତଥା ପାଇକମାଲ ପେକ୍ସ ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ |
ରାଜ୍ୟ
ଉପନିର୍ବାଚନ ପାଇଁ ବିଜେଡିର ୱାର୍ମ ଅପ ସେସନ : କର୍ମୀମାନଙ୍କୁ ଉତ୍ସାହିତ କରୁଛନ୍ତି ନେତା
- Hits: 2354