ହେଡଲାଇନସ୍:

ଟିପିଏସ୍ଓଡିଏଲ୍ ପକ୍ଷରୁ ସୁରକ୍ଷା ଓ କୌଶଳ ବିକାଶ ପ୍ରତିଷ୍ଠାନ “ଟିଏସ୍ଏସ୍ଡିଆଇ” ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କର୍ମଚାରୀ ଏବଂ ବ୍ୟବସାୟ ସହଯୋଗୀଙ୍କ ସୁରକ୍ଷା ସମ୍ପର୍କିତ କୌଶଳ ବିକାଶକୁ ସୁନିଶ୍ଚିତ କରାଯିବ

ବ୍ରହ୍ମପୁର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ସୁରକ୍ଷା ଉପରେ ୧୫ ଟିପିଏସ୍ଓଡିଏଲ୍ ସେଫ୍ଟି ଆଣ୍ଡ୍ ସ୍କିଲ୍ ଡେଭେଲପ୍ମେଂଟ୍ ଇନଷ୍ଟିଚ୍ୟୁଟ୍ ବା ସୁରକ୍ଷା ଓ କୌଶଳ ବିକାଶ ପ୍ରତିଷ୍ଠାନ (ଟିଏସ୍ଏସ୍ଡିଆଇ)କୁ ଉଦ୍ଘାଟନ କରାଯାଇଛି । ବିଦ୍ୟୁତପୁରୀ କଲୋନି (ସିଟି ସର୍କଲ୍), ଛତ୍ରପୁର (ଗଂଜାମ ଉତ୍ତର ବିଦ୍ୟୁତ ଡିଭିଜନ), ରେଗିଡି ଷ୍ଟ୍ରିଟ (ହିଞ୍ଜିଳି ବିଦ୍ୟୁତ ଡିଭିଜନ), ତାରାତାରିଣୀ ସେକ୍ସନ (ପୁରୁଷୋତ୍ତମପୁର ବିଦ୍ୟୁତ ଡିଭିଜନ), ମଦନମୋହନପୁର (ଗଂଜାମ ଦକ୍ଷିଣ ବିଦ୍ୟୁତ ଡିଭିଜନ), ଲଣ୍ଡେଇସାହି (ଭଞ୍ଜନଗର ବିଦ୍ୟୁତ ଡିଭିଜନ), ଏଫ୍ସିଆଇ ଛକ (ଫୁଲବାଣୀ ବିଦ୍ୟୁତ ଡିଭିଜନ), ମାଷ୍ଟର ଲାଇନ (ବୌଦ୍ଧ ବିଦ୍ୟୁତ ଡିଭିଜନ), ବିଦ୍ୟୁତପୁରୀ କଲୋନି ସେରିଗୁଡ଼ା (ପାରଳାଖେମୁଣ୍ଡି ବିଦ୍ୟୁତ ଡିଭିଜନ), ପାୱାର ହାଉସ ଛକ ( ଜୟପୁର ବିଦ୍ୟୁତ ଡିଭିଜନ), ସୁନାବେଡ଼ା ସହର (କୋରାପୁଟ ବିଦ୍ୟୁତ ଡିଭିଜନ), ଲାଇନମ୍ୟାନ ଷ୍ଟ୍ରିଟ (ମାଲକାନଗିରି ବିଦ୍ୟୁତ ଡିଭିଜନ), ଚମାରିଆଗୁଡ଼ା (ନବରଙ୍ଗପୁର ବିଦ୍ୟୁତ ଡିଭିଜନ)ରେ ଏହି ପ୍ରତିଷ୍ଠାନଗୁଡ଼ିକୁ ସ୍ଥାପନ କରାଯାଇଛି ।
ଟିପିଏସ୍ଓଡିଏଲ୍ର ସିଇଓ ଶ୍ରୀଯୁକ୍ତ ଅରବିନ୍ଦ ସିଂଙ୍କ ଦ୍ୱାରା ଟିଏସ୍ଏସ୍ଡିଆଇଗୁଡ଼ିକୁ ଉଦ୍ଘାଟନ କରାଯାଇଛି । କଂପାନି ପକ୍ଷରୁ ୧୫ ପ୍ରତିଷ୍ଠାନ ସ୍ଥାପନ କରାଯାଇଛି ଯେଉଁଥିରେ ସୁରକ୍ଷା ଓ କୌଶଳ ବିକାଶ ମଡ୍ୟୁଲ ଉପରେ ବାସ୍ତବ ସମୟ ପ୍ରତ୍ୟକ୍ଷ ପ୍ରଦର୍ଶନ ସହିତ ଉନ୍ନତ କ୍ଲାସରୁମ୍ (ଶ୍ରେଣୀଗୃହ) ପ୍ରଶିକ୍ଷଣ ଲାଗି ବ୍ୟବସ୍ଥା । ଏହି ଇନ୍-ହାଉସ୍ (କଂପାନିର ନିଜସ୍ୱ) କୌଶଳ ବିକାଶ କେନ୍ଦ୍ର ଉଭୟ ଟିପିଏସ୍ଓଡିଏଲ୍ ଏବଂ ଏହାର ବ୍ୟବସାୟ ସହଯୋଗୀମାନଙ୍କ ଶ୍ରମଶକ୍ତି ଓ ବୈଷୟିକ କର୍ମଚାରୀଙ୍କୁ ଏକ ଶ୍ରେଷ୍ଠ ମଂଚ ପ୍ରଦାନ କରିବ । ସମସ୍ତ ୧୫ ଉତ୍ସର୍ଗୀକୃତ ସୁରକ୍ଷା ଓ କୌଶଳ ବିକାଶ ପ୍ରତିଷ୍ଠାନରେ ପ୍ରଭାବୀ ପ୍ରଶିକ୍ଷଣ ପାଇଁ ରହିଛନ୍ତି ସାର୍ଟିଫାଏଡ୍ ଉତ୍ସର୍ଗୀକୃତ ପ୍ରଶିକ୍ଷଣ ପ୍ରଦାନକାରୀ ଏବଂ ଟିପିଏସ୍ଓଡିଏଲର ବିଭିନ୍ନ ପରିଚାଳନା ବିଭାଗର ଅଭିଜ୍ଞ ପ୍ରଦର୍ଶନକାରୀ ।
“ସୁରକ୍ଷା ହେଉଛି ଟିପିଏସ୍ଓଡିଏଲ୍ର ମୂଳ ମୂଲ୍ୟବୋଧ ଏବଂ ଏହା, ଏହାର କର୍ମଚାରୀଙ୍କ ସମେତ ଜନ ସାଧାରଣଙ୍କ ଜୀବନକୁ ଗୁରୁତ୍ୱ ପ୍ରଦାନ କରୁଛି । ଟିପିଏସ୍ଓଡିଏଲ୍କୁ ଦୁର୍ଘଟଣା ଓ ଆଘାତରୁ ମୁକ୍ତ ରଖିବା ଏବଂ ଶୂନ ଦୁର୍ଘଟଣା ଲକ୍ଷ୍ୟକୁ ହାସଲ କରିବା ଲାଗି ଏହି ପ୍ରତିିଷ୍ଠାନଗୁଡ଼ିକୁ ସ୍ଥାପନ କରାଯାଇଛି । ଆମର ସମସ୍ତ ଅଭିଯାନ ଜରିଆରେ ଆମ ସମସ୍ତ କର୍ମଚାରୀ ଏବଂ ବ୍ୟବସାୟ ସହଯୋଗୀମାନଙ୍କ ସୁରକ୍ଷାରେ ଉନ୍ନତି ଆଣିବା ଦିଗରେ ଆମେ ଆମର ଉଦ୍ୟମ ଜାରି ରଖିବୁ ବୋଲି ଟିପିଏସ୍ଓଡିଏଲ୍ର ସିଇଓ ଶ୍ରୀଯୁକ୍ତ ଅରବିନ୍ଦ ସିଂ କହିଛନ୍ତି ।’’

0
0
0
s2sdefault