ହେଡଲାଇନସ୍:

ରାମେଶ୍ୱର-ରତନପୁର (ଭାରତମାଳା) ଗ୍ରୀନ୍ ଫିଲ୍ଡ ହାଇୱେର ପଥ ପରିବର୍ତ୍ତନ ପାଇଁ ଗାଦୀବ୍ରହ୍ମ କୃଷକ ମଞ୍ଚ ତରଫରୁ ଜନ ଆନ୍ଦୋଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର-ନାଉଗାଁ ପ୍ରିତିରଞ୍ଜନ ଦାସ : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ହାଟ ଦୁର୍ଗା ଘର ପାଖରୁ ତା - ୧୦/୧୧/୨୦୨୨ ରିଖ ଗୁରୁବାର ଦିନ ଗାଦୀବ୍ରହ୍ମ କୃଷକ ମଞ୍ଚ ଜନ ଆନ୍ଦୋଳନ ଆରମ୍ବ କରି ତହସିଲ କାର୍ଯ୍ୟାଳୟ ସମୁଖରେ ପହଞ୍ଚିଥିଲେ |ରାମେଶ୍ୱର ରତନପୁର (ଭାରତମାଳା )ଗ୍ରୀନ୍ ଫିଲ୍ଡ ହାଇୱେର ପ୍ରକଳ୍ପର ଜମି ଅଧିଗ୍ରହଣ ବିଷୟରେ ନାଉଗାଁ ତହସିଲ କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା | ଏହା ମଧ୍ୟରେ କ୍ଷତିଗ୍ରସ୍ତ ହେଉଥିବା ଚାଷୀମାନେ ସେମାନଙ୍କର ଅଭିଯୋଗ ତହସିଲ କାର୍ଯ୍ୟାଳୟ ରେ ୨୧ ଦିନ ମଧ୍ୟରେ ଦାଖଲ କରିବାପାଇଁ ଜଣାଇ ଦିଆଯାଇଥିଲା | ଜମି ହରାଉଥିବା ଚାଷୀ ମାନଙ୍କ ମଧ୍ୟରୁ ଅଧିକାଂଶ ଏ ବିଷୟରେ ଅବଗତ ନ ଥିଲେ ମଧ୍ୟ ତା -୨୫,୦୮,୨୦୨୨ ରିଖ ଦିନ ଅଭିଯୋଗ ଶୁଣାଣି ତହସିଲ କାର୍ଯ୍ୟାଳୟରେ କରାଯାଇଥିଲା | ଉପସ୍ଥିତ ଚାଷୀ ମାନଙ୍କର ଅଭିଯୋଗ ଥିଲା ଆମ ଅଞ୍ଚଳ ଦେଇ ରାଜପଥ ଗଲେ ଚାଷୀମାନେ କ୍ଷତିଗ୍ରସ୍ତ ହେବେ କେତେକ ଚାଷୀ ଭୂମିହୀନ ହୋଇଯିବେ ଅନେକ ଚାଷୀ ବାସହରା ହେବେ |

ଚାଷୀ ମାନଙ୍କ ଅଭିଯୋଗ ଶୁଣିବାପରେ ତହସିଲଦାର ଏବଂ ଜାତୀୟ ରାଜପଥ ଅଧିକାରୀ ବିଭିନ୍ନ ଅଞ୍ଚଳକୁ ଗ୍ରସ୍ତକରି ଜମି ଓ ବାସ ହରାଉଥିବା ଚାଷୀ ମାନଙ୍କ ସହିତ ଆଲୋଚନା ଓ କ୍ଷୟକ୍ଷତି ର ଆକଳନ କରିବା ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ | ଡାବର, ସାହାଡ଼ା, ତେଲସରା, ଗରୋଇ, କୋରୁଅ, ଧୂଆଁପଦା, ଓଷକଣା,ଏହି ଗ୍ରାମର ଚାଷୀ ମାନଙ୍କୁ ଅବଗତ ନକରାଇ ଆଲୋଚନା ନ କରି ଚାଷୀମାନଙ୍କର ଅଭିଯୋଗକୁ ଖାରଜ କରି ଜିଲ୍ଲାଧିକାରୀ ଙ୍କୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରିବାକୁ ସୁପାରିଶ କରିଥିଲେ | ଗାଦିବ୍ରହ୍ମ କୃଷକ ମଞ୍ଚ ଅଭିଯୋଗର ତଥ୍ୟକୁ ମାନ୍ୟବର ସାଂସଦ, ମାନ୍ୟବର ବିଧାୟକ, ମାନ୍ୟବର ଜିଲ୍ଲାପାଳ, ମାନ୍ୟବର ତହସିଲଦାର ଓ ଜାତୀୟ ରାଜପଥ ଅଧିକାରୀଙ୍କ ଅବଗତି ନିମନ୍ତେ ପଠା ଯିବ | ଯେଉଁ ଚାଷ ଜମି ଉପରେ ନିର୍ଭର କରି ଗ୍ରାମାଞ୍ଚଳର ଚାଷୀମାନେ ଜୀବନ ଓ ଜୀବିକା ନିର୍ବାହ କରନ୍ତି ତାକୁ ହରାଇ ବସିଲେ ଆଗାମୀ ଦିନରେ ଆନ୍ଦୋଳନ ପୂର୍ବକ ଗଣଧାରଣା ଦିଆଯିବ |

0
0
0
s2sdefault