ରାଜନଗର:- ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ | ତମାଖୁ ମୁଖ କର୍କଟ ହେବାର ମୁଖ୍ୟ କାରକ ହୋଇଥିଲେବି ମଧ୍ୟ ଯୁବସମାଜ ଏସବୁ ଜାଣି ମଧ୍ୟ ନିଜକୁ ବିପଦ ଆଡକୁ ଟାଣି ନେଉଛନ୍ତି | ତମାଖୁ ଖୋଳ ଉପରେ ସତର୍କ ସୂଚନା ଥିଲେ ବି ଆଜିର ଯୁବ ସମାଜ ତାହାକୁ ଭୃକ୍ଷେପ କରୁନାହାନ୍ତି | ତେବେ ଆଜି ଜାତୀୟତମାଖୁ ନିୟନ୍ତ୍ରଣ ଦିବସ ଉପଲକ୍ଷେ ରାଜନଗର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ରାଜନଗର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଠାରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ର ଅଦକ୍ଷ ଶ୍ରୀଯୁକ୍ତ ଅତୁଲୁ ଧଳ ଅଦକ୍ଷତା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଏନ.ଏସ.ଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଶ୍ରୀମତୀ ଅନୁସୟା ବେହେରା, ୱାଇ. ଆର. ସି କାଉଁସିଲର ଶ୍ରୀମତୀ ରାଜଶ୍ରୀ ସାମନ୍ତରାୟ ଓ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶ୍ରୀଯୁକ୍ତ ଶୁକ୍ଲା ଉପସ୍ଥିତ ଥିଲେ | ମହାବିଦ୍ୟାଳୟକୁ ତମାକୁ ମୁକ୍ତ ମହାବିଦ୍ୟାଳୟ ରେ ରୂପାନ୍ତରିତ କରିବା ପାଇଁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମାନେ ଉପସ୍ଥିତି ଥିବା ସମସ୍ତ ବିଦ୍ୟାର୍ଥୀ ଙ୍କୁ ତମାଖୁ ନିରାକରଣ ସମ୍ପର୍କରେ ବୁଝାଇଥିଲେ |
ରାଜ୍ୟ
ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଠାରେ ଜାତୀୟ ତମାଖୁ ନିୟନ୍ତ୍ରଣ ଦିବସ ପାଳିତ |
- Hits: 336