ଭୁବନେଶ୍ୱର : ଆଜି ଦିନ ଟିକୁ ଓଡିଶା ସରକାର ମାଣ୍ଡିଆ ଦିବସ ପାଳନ କରିଛନ୍ତି | ପ୍ରତି ବର୍ଷ ନଭେମ୍ବର ୧୦ ତାରିଖ କୁ ମାଣ୍ଡିଆ ଦିବସ ପାଳନ କରିବା ନିମନ୍ତେ ଓଡିଶା ସରକାର ନିଷ୍ପତି ଦେଇଛନ୍ତି | ଆମ ରାଜ୍ୟ ରେ ଛୋଟ ଚାଷୀ, ଗରିବ ଆଦିବାସୀ ମାଣ୍ଡିଆ ଚାଷ କରିଥାନ୍ତି| ସେମାନଙ୍କ ଅବସ୍ଥା ରେ ଉନ୍ନତି ପାଇଁ ଓ ଲୋକ ମାନଙ୍କୁ ପୃଷ୍ଟି ଯୋଗାଣ ବିଷୟକୁ ଧ୍ୟାନ ରେ ରଖି ମିଲେଟ ମିଶନ ଆରମ୍ଭ କରାଯାଇଅଛି | ଆମର ମିଲେଟ ମିଶନ ବିଶ୍ୱ ର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି |
ଆଜି ଏହି ପେରିପ୍ରେକ୍ଷା ରେ ପାନ୍ଥନିବାସ ଭୁବନେଶ୍ୱର ପରିସର ରେ ଓଟିଡିସି ଅଧକ୍ଷ ଡା. ଲେନିନ ମହାନ୍ତି ଙ୍କ ଉପସ୍ଥିତି ରେ ମାଣ୍ଡିଆ ଦିବସ ପାଳନ କରାଯାଇଅଛି | ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧିନସ୍ଥ ପାନ୍ଥନିବାସ ଦ୍ୱାରା ମାଣ୍ଡିଆରୁ ପ୍ରସ୍ତୁତ ବଟର ମିଲ୍ଲକ, ସିଙ୍ଗଡ଼ା , ସୁପ, ସିଝା ମଣ୍ଡା, କାକରା, ଇଡଲି, କୁକିଜ୍ ଆଦି ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ କରାଯାଇଥିଲା |
ଏହି ଅବସରରେ ଓଟିଡିସି ର ଜେନେରାଲ ମ୍ୟାନେଜର ଶ୍ରୀ ଲଗ୍ନଜିତ ରାଉତ, ପାନ୍ଥନିବାସ ମ୍ୟାନେଜର ଶ୍ରୀ କ୍ଷିତୀଶ କୁମାର ଦାସ, ସେଫ ଶ୍ରୀ ମନ୍ଦରଧର ସାହୁ ଓ ଅନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ | ଆଗାମୀ ଦିନ ରେ ଏହା ଓଟିଡିସି ର ସମସ୍ତ ପାନ୍ଥନିବାସ ରେ ଉପଲବ୍ଧ ହେବ |
ରାଜ୍ୟ
ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ମାଣ୍ଡିଆ ଦିବସ ପାଳନ
- Hits: 450