ବାଲୁଗାଁ (ସେକ କୌଶର ): ବାୟୁ ଗଲେ ପେଟ ଉଶ୍ୱାସ ପରି ସଭା ବା ଉତ୍ସବ ପରେ ଉତ୍ସବ ସ୍ଥଳ ଅଳିଆ ଆବର୍ଜ୍ଜନା କଥା ଭୁଲିଯାନ୍ତି ଆୟୋଜକମାନେ | ଭୁଲିଯାନ୍ତି ଉତ୍ତରଦାୟିତ୍ୱ | ହେଲେ ବାଲୁଗାଁ ଅଂଚଳର ଯବ ସଂଗଠକ କିନ୍ତୁ ଜଣେ ନିଆରା ମଣିଷ | ବାଲୁଗାଁ ଯୁବ ସଂଗଠନର ସାଙ୍ଗଠନିକ ଦାୟିତ୍ୱ ନେଇଛନ୍ତି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଲ ସୁକାନ୍ତି ପାଇକରାୟଙ୍କ ସୁପୁତ୍ର ସନ୍ତୋଷ ପାଇକରାୟ। କଲେଜ ପଡିଆରେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ଆୟୋଜନର ପ୍ରତ୍ୟକ୍ଷ ଦାୟିତ୍ୱ ନେଇଥିଲେ ସନ୍ତୋଷ | ଧୁମଧାମରେ ମହୋତ୍ସବ ଆୟୋଜିତ ହୋଇଥିଲା | ମହୋତ୍ସବର ସମାପ୍ତି ପରେ ଆବର୍ଜନାମୟ ହୋଇପଡ଼ିଥିଲା କଲେଜ ପଡିଆ | ହେଲେ ନିଜର କର୍ତ୍ତବ୍ୟ କୁ ଭୁଲିନଥିଲେ ସନ୍ତୋଷ। ଉତ୍ସବ ଆୟୋଜନ ସ୍ଥଳକୁ କେମିତି ପରିଷ୍କାର ପରିଚ୍ଛନ୍ନ କରି ପୂର୍ବ ଅବସ୍ଥା ଫେରାଇ ଆଣି ହେବ ତାହାର ଦାଇତ୍ୱ ନିଜେ ନେଇଥିଲେ ସନ୍ତୋଷ | ଯୁବ ସଂଗଠନର କିଛି ଯୁବକ ଓ ସଫେଇ କର୍ମୀଙ୍କୁ ସାଥିରେ ଧରି ନିଜେ ମଧ୍ୟ ସଫେଇ କରିଥିଲେ ସନ୍ତୋଷ | ସନ୍ତୋଷଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ଅଂଚଳରେ ଜନସାଧାରଣ ଭୁୟସୀ ପ୍ରଶଂସା କରିଛନ୍ତି |
ରାଜ୍ୟ
ଭୁଲିଲେନି ଉତ୍ତରଦାୟିତ୍ୱ ସନ୍ତୋଷ, ଉତ୍ସବ ପରେ ସଫା କଲେ କଲେଜ ପଡିଆ
- Hits: 3995