ହେଡଲାଇନସ୍:

ପରିବାର ବର୍ଗ ଆସିପାରିଲେନି, ଉଠିପାରିନଥିଲା ବୃଦ୍ଧାଙ୍କ ଶବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖବର ପାଇ ସହାୟତା ପାଇଁ ଆଗେଇ ଆସିଲା ଓଡ଼ିଶା ମୋ ପରିବାର

ଘଟଣା ସ୍ଥଳରେ ପହଞ୍ଚି କଲେ ଶବ ସଂସ୍କାର

ଭୁବନେଶ୍ୱର : ଗତକାଲି ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଲକ ଅନ୍ତର୍ଗତ ବୁଢାପଡା ପଞ୍ଚାୟତ ର ଅନନ୍ତବ୍ରହ୍ମ ପୁର ର ହାରାମଣି ଦାଶ ଅପରାହ୍ନ ୪ଘଟିକା ସମୟରେ ମୃତ୍ୟୁ ବରଣ କରିଥିଲେ | ଦୁଃଖ ର କଥା ରାତି ୧ ଟା ସମୟ ହୋଇଥିଲେ ମଧ୍ୟ କେହି ବି ପରିବାର ବର୍ଗ ମୃତ ବ୍ୟକ୍ତି ଙ୍କ ଶବ ପାଖରେ ପହଞ୍ଚି ପାରିନଥିଲେ | ଯା ଦ୍ବାରା ଶବ ଉଠିପାରିନଥିଲା | ସଙ୍ଗେ ସଙ୍ଗେ ଖବର ପାଇ ଓଡ଼ିଶା ମୋ ପରିବାର ର ଉପଦେଷ୍ଟା ଡଃ ସୁରେନ୍ଦ୍ରନାଥ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଶବ ସଂସ୍କାର ରେ ସମସ୍ତ ସାହାଯ୍ୟ କରିଥିଲେ |ଏଥିରେ ଓଡ଼ିଶା ମୋ ପରିବାର ର ସ୍ବାସ୍ଥ୍ୟ ପରାମର୍ଶ ଦାତା ଡଃ ସତ୍ୟଜିତ ଦାଶ ଏବଂ ବିଶ୍ଵ ଓଡ଼ିଆ ମହାସଂଘ ର ରାଜ୍ୟ ସମ୍ପାଦକ ରୁଦ୍ରନାରାୟଣ ଦାଶ ଓ ରଞ୍ଜନ ପରିଡ଼ା, ସୁବ୍ରତ ପାଣିଗ୍ରାହୀ, ଜୟନ୍ତ ପାଣିଗ୍ରାହୀ, ବିକ୍ରମ ରଞ୍ଜିତ ପଟ୍ଟନାୟକ, ଅମିତ ମହାନ୍ତି , ସୁବାଷ ଖଟୁଆ, ରିଣ୍ଟୁ ଦାଶ ଓ ଅନ୍ୟ ମାନେ ଏହି କାମରେ ସହଯୋଗ କରିଥିଲେ|

0
0
0
s2sdefault