ଲୋକଙ୍କ ପାଇଁ ଓ ଲୋକଙ୍କ ସେବାରେ ସଦାସର୍ବଦା ତତ୍ପର ସି ଆର ପି ଏଫ : ପବନ କୁମାର ତିୱାରୀ
ବରଗଡ :- ମାଓ ପ୍ରବଣ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକରେ ମାଓ ଦମନ ପାଇଁ ସି ଆର ପି ଏଫ ର ତିନି ଗୋଟି କେମ୍ପ ରହିଛି । ପାଇକମାଲ, ବରତୁଣ୍ଡା ଓ କେରମେଲାବାହାଲ ରେ ରହିଛି 189 ବାଟାଲିଅନ ର ତିନି ଗୋଟି କମ୍ପାନୀ । ସି ଅର ପି ଏଫ ର ଏହି ତିନି ଗୋଟି କମ୍ପାନୀ ଓ ତଥା ବରଗଡ଼ ଜିଲ୍ଲା , ବଲାଙ୍ଗୀର ଜିଲ୍ଲା , ନୂଆପଡ଼ା ଜିଲ୍ଲା ର ଗନ୍ଧମାର୍ଦ୍ଦନ ପଦଦେଶ ରେ ଅନେକ ସ୍ଥାନରେ ସି ଆର ପି ଏଫ ର 189 ବାଟାଲିଅନ ର ଅନେକ କମ୍ପାନୀ ମୁତୟନ ରହି କ୍ରମଗ୍ରତ ଭାବରେ କଠୋର ପରିଶ୍ରମ କରୁଥିବା କାରଣରୁ ଆଜି ମାଓ ପ୍ରବଣ ଗନ୍ଧମାର୍ଦ୍ଦନ ରେ ମାଓବାଦୀ ମାନଙ୍କ ଦ୍ୱାରା ଉତ୍ପନ୍ନ ହେଉଥିବା ସମସ୍ୟା ଗୁଡିକ ଉପରେ ବ୍ରେକ ଲାଗିଛି । ଏହି ଅଞ୍ଚଳରେସି ଆର ପି ଏଫ ର ମୁଖ୍ୟ ଉଦେଶ୍ୟ ମାଓ ଦମନ । ଏହାସହିତ ସ୍ଥାନୀୟ ଲୋକ ମାନଙ୍କ ଜୀବନ ଶୈଳୀ ର ଉନ୍ନତି ତଥା ଲୋକଙ୍କୁ ସହଯୋଗ ମଧ୍ୟ ରହିଛି । ବର୍ଷରେ ଦୁଇ ଥର ସି ଆର ପି ଏଫ ତରଫରୁ ଅଂଚଳର ଲୋକଙ୍କୁ ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯିବା ସହିତ ,ସ୍ୱାସ୍ଥ୍ୟ ଶିବିର , ଖେଳକୁଦ ପ୍ରୋଗ୍ରାମ ର ଆୟୋଜନ କରି ଲୋକଙ୍କୁ ନିକଟତର କରିବାର ପ୍ରୟାସ ଜାରି ରଖିଛି । ଏହି କ୍ରମରେ ଆଜି 189 ର G କମ୍ପାନୀ ଦ୍ୱାରା , 189 ବାଟାଲିଅନ ର ମୁଖ୍ୟ ଶ୍ରୀ ପବନ ତିୱାରୀଙ୍କର ମାର୍ଗଦର୍ଶନ ରେ ସେକେଣ୍ଡ ଇନ କମାଣ୍ଡ ଶ୍ରୀ ପୀତବାସ ପଣ୍ଡା ଙ୍କର ତତ୍ୱବାଧାନ ରେ କମ୍ପାନୀ ମୁଖ୍ୟ ଶ୍ରୀ ସଞ୍ଜୟ କୁମାର ତ୍ରିପାଠୀ ଙ୍କର ଓ ସମସ୍ତ ଯବାନ ମାନଙ୍କର ଉଦ୍ୟମ ରେ କେରମେଲାବାହାଲ ଠାରେ ସିଭିକ ଆକ୍ସନ ପ୍ରୋଗ୍ରାମ ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ 189 ବାଟାଲୀୟନ ର ମୁଖ୍ୟ ଯୋଗ ଦେଇଥିବା ବେଳେ କେରମେଲାବାହାଲ ସରପଞ୍ଚ ଓ ପଲସଦା ସରପଞ୍ଚ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବୟସ୍କ ଓ ଦିବ୍ୟଙ୍ଗ ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ମୁଖ୍ୟ ଅତିଥି ଏହି ଅଂଚଳରେ ସି ଆର ପି ଏଫ ଲୋକଙ୍କ ସୁରକ୍ଷା ପାଇଁ କେମିତି ଦିନ ରାତି ପରିଶ୍ରମ କରୁଛି ଓ ସାଧାରଣ ଲୋକଙ୍କ ସହଯୋଗ କରିବା ପାଇଁ କେମିତି ପ୍ରୟାସ କରୁଛି ସେ ବାବଦରେ କହିଥିଲେ । ଏହା ପରେ ସ୍ଥାନୀୟ ଛୁଆ ମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ଏହା ସହିତ ସି ଆର ପି ଏଫ ର ଯବାନ ମାନଙ୍କ ଦ୍ୱାରା ଅଶାମ ର ମାନମୋହକ ବିହୁ ନୃତ୍ୟ ପରିବେଷଣ କରାଯାଇଥିଲା । ସି ଆର ପି ଏଫ ର ସବୁ କାର୍ଯକ୍ରମ କୁ ଭଲଭାବରେ ଲୋକଙ୍କ ନିକଟକୁ ପହଂଚାଉ ଥିବା ଗଣମାଧ୍ୟମ ପ୍ରତିନିଧି , ମାନସ କୁମାର ନାୟକ, ବିଦ୍ୟାଧର ସାହୁ , ଧୀରେନ ମହାନ୍ତି , କୁଞ୍ଜ ସାହୁ ଓ ଦୁର୍ଯୋଧନ ପୁଟା ଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ଶେଷରେ ବାଟାଲିଅନ ର ସେକେଣ୍ଡ ଇନ କମାଣ୍ଡ ଶ୍ରୀ ପୀତବାସ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।








