ହେଡଲାଇନସ୍:

ଡ୍ରାଇଭର ମହାସଂଘ ତରଫରୁ 9ଦଫା ଦାବିପତ୍ର

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ଜନସାଧାରଣଙ୍କର ସଦୟ ଅବଗତି ନିମନ୍ତେ ସୂଚିତ କରୁଅଛୁ କି ଆମେ ଓଡିଶା ଡ୍ରାଇଭର ମହାସଂଘରେ ନଂ ୩୪୧/୧୨୦୨୧୦୦୪୧/୨୦୨୧/୨୦୨୨ ମାନ୍ୟବର ହାଇକୋର୍ଟଙ୍କ ସ୍ୱୀକୃତିପ୍ରାପ୍ତ ସଂଘ ରୂପେ ସଭା ରାଜ୍ୟରେ ୩୦ ଗୋଟି ଜିଲ୍ଲାରେ ଡ୍ରାଇଭର ଭାଇମାନଙ୍କୁ ନେଇ ସଂଗଠିତ ହୋଇଥିବା ତଥା ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ସଂଘର ସଦସ୍ୟ ଅଟୁ ଏବଂ ବିଗତ ୧ ବର୍ଷ ହେଇଗଲାଣି ବାରମ୍ବାର ସରକାରଙ୍କୁ ଅବଗତି କରାଇଅଛୁ ଯେ ଡ୍ରାଇଭର ସମାଜର କିଛି ସମସ୍ୟାର ସରକାରୀ ସମାଧାନ କରିବା ପାଇଁ ବିଗତ ଅକ୍ଟୋବର ୨୯ ତାରିଖ ଦାବି ପତ୍ର ପ୍ରଦାନ ପରେ ସରକାରୀ ସଚିବ ମାନଙ୍କର ଭରସା ଯୋଗ୍ୟ ପ୍ରତିଶୃତି ଆଗାମୀ ୩ ମାସ ମଧ୍ୟରେ ଆଲୋଚନା କରି ସମାଧାନ କରାଯିବ, ହେଲେ ୩ ମାସ ବିଗତ ପରେ ୬ ମାସ ଅନ୍ତରେ ପୁନର୍ବାର ଏପ୍ରିଲରେ ୧୮ ତାରିଖ ଡ୍ରାଇଭର ବିକ୍ଷୋଭ ରାଜଧାନୀରେ ଏକତ୍ରିତ ହେବା ପରେ ପୁନଶ୍ଚ ସରକାରୀ ସଚିବମାନଙ୍କର ହସ୍ତକ୍ଷେପ, ଆଗାମୀ ପ୍ରତିଶୃତି ମହାସଂଘକୁ ନୀରବପୁର୍ଣ୍ଣ ଅପେକ୍ଷାରତ ରଖିବା ପରେ ଦୀର୍ଘ ୧ ବର୍ଷର ସରକାରୀ ମିଛ ପ୍ରତିଶୃତି ଓଡିଶାର ଲକ୍ଷାଧିକ ଡ୍ରାଇଭର ଭାଇଙ୍କ ମନରେ ଅସନ୍ତୋଷର କାୟା ବିସ୍ତାର କରି ଚାଲିଛି l ତେଣୁ ଗତ ଅକ୍ଟୋବର ୧୮ ତାରିଖରେ ରାଜ୍ୟସ୍ତରୀୟ ମହାସଂଘ ନିଷ୍ପତି ଅନୁଯାୟୀ ମାନ୍ୟବର ସରକାରଙ୍କୁ ସମ୍ଭିଧାନିକ ନିୟମାନୁଯାୟୀ ଡ୍ରାଇଭର ସମାଜକୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ସମ୍ବଲପୁର ତଥା ୩୦ ଜିଲ୍ଲାର ଡ୍ରାଇଭର ସମାଜ ନ୍ୟାୟଦାବିର ଦଣ୍ଡବତ ଯାତ୍ରା କରି ମାନ୍ୟବର ସରକାରଙ୍କଠାରୁ ଉତ୍ତର ଆଶାରେ ରାଜଧାନୀ ମୁଖ ହୋଇଛନ୍ତି l ତେଣୁ ମାନ୍ୟବର ସରକାର ଯଥାଶୀଘ୍ର ଡ୍ରାଇଭର ସମାଜକୁ ସଚିବମାନଙ୍କଠାରୁ ଦୁରେଇ ରଖି ସରକାର ମହୋଦୟ ଡ୍ରାଇଭରମାନଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷା ନକଲେ ୩୦ ଜିଲ୍ଲାରେ ଥିବା ଡ୍ରାଇଭର ମାନେ ଟେରିଙ୍ଗ ଛାଡ଼ ଆନ୍ଦଳନ ପାଇଁ ବି ପ୍ରସ୍ତୁସ ଅଛନ୍ତି ବୋଲି କାଶୀପୁର ବ୍ଲକ ର ତିନଟି ପଞ୍ଚାୟତ ପୋଡାପାଡ଼ି, ନାକଟିଗୁଡା, କୋଡ଼ିଙ୍ଗା ର ଡ୍ରାଇଭର ମହାସଂଘ ସଦ୍ୟସ ଆଜି ଏକ ବୈଠକ ମାଧ୍ୟମ ରେ ଉପ ସଭାପତି ଜଗନ୍ନାଥ ତୁରୁକ କହିଛନ୍ତି ତଥା ତାଙ୍କ ପରିବାରଙ୍କର ଅସନ୍ତୋଷ ପ୍ରକାଶ ପାଇ ସାରା ରାଜ୍ୟକୁ ପ୍ରଭାବିତ କରିବାର ଆଶଙ୍କା ପ୍ରକାଶ ପାଉଛି ଓ ଭବିଷ୍ୟତରେ ସମସ୍ତ ଡ୍ରାଇଭର ଭାଇମାନେ ଭୁବନେଶ୍ୱର ଠାରେ ତଥା ନିଜ ନିଜର ଜିଲ୍ଲା ତଥା ପଞ୍ଚାୟତସ୍ତରରେ ସରକାରଙ୍କୁ ଅସହଯୋଗ ପାଇଁ ଦାବିପତ୍ର ପ୍ରଦାନ କରାଯାଉଛି ଅଜୁ ମହାନ୍ତି, ନୀଳ ମାଝୀ,ଗିରି,ସୋରଜ,କାଶୀ, ସୋନୁ ତ୍ରିନାଥ, ଗଙ୍ଗାଧର ବେହେରା, ଏମିତି ଅନେକ ସଦଶ୍ୟ ଉପସ୍ଥିତ ଥିଲେ

0
0
0
s2sdefault