ହେଡଲାଇନସ୍:

ଖୁଲଣା ବାରିକ ରାଷ୍ଟ୍ରପତି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ନୂଆଦିଲ୍ଲୀ ଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଠାରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ଗୃହ ରେ କାର୍ଯ୍ୟରତ ଖୁଲଣା ବାରିକ, ନର୍ସିଂ ଅଫିସର ଇନ୍ ଚାର୍ଜ ସମ୍ମାନ ଜନକ ଜାତୀୟ ଫ୍ଲୋରେନ୍ସ ନାଇଟ୍ ଗେଲ ପୁରସ୍କାର ପାଇଛନ୍ତି l ଏହା ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଅଟେ l ଶ୍ରୀମତୀ ବାରିକ ଦୁଇ ଦଶନ୍ଧି ଧରି ଏହି ଜିଲ୍ଲାରେ କାର୍ଯ କରୁଛନ୍ତି l ସ୍ବାସ୍ଥ୍ୟ ବିଭାଗ ଏକ ଦାୟିତ୍ଵ ପୂର୍ଣ୍ଣ ବିଭାଗ l ସେ ପ୍ରସୂତୀ ଗୃହ ଦାୟିତ୍ଵ ରେ ରହି ଗର୍ଭବତୀ, ପ୍ରସୂତୀ ଏବଂ ନବଜାତ ଶିଶୁର ସୁରକ୍ଷା ସାଙ୍ଗକୁ ପ୍ରସବ ପରବର୍ତୀ ସେବା ଉପରେ ବହୁତ୍ ଗୁରୁତ୍ଵ ଦେଉଥିଲେ l ସେ ନିଜ ଘର ଅପେକ୍ଷା ସ୍ୱାସ୍ଥ୍ୟ ସେବାକୁ ବହୁତ୍ ଗୁରୁତ୍ଵ ଦେଉଥିଲେ l ସେ ନିଜେ ସୁନ୍ଦର ଗୀତ ମଧ୍ୟ ଗାଁନ୍ତି l ସେ ଗୁଣାତ୍ମକ୍ ସ୍ୱାସ୍ଥ୍ୟ ସେବା ପ୍ରତି ଅଧିକ ଗୁରୁତ୍ଵ ଦିଅନ୍ତି l ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀଙ୍କ ସମେତ Admo ମେଡିକାଲ,Hospital Manager, DPM ଓ ଡେପୁଟୀ ମ୍ୟାନେଜର ଙ୍କ ସହଯୋଗ ତଥା ସମସ୍ତ O & G and Paed Spec ଏବଂ ସମସ୍ତ ହସ୍ପିଟାଲ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ୍ ପ୍ରଦାନ କରିଛନ୍ତି l

0
0
0
s2sdefault