ନୂଆଦିଲ୍ଲୀ: ୮ ନଭେମ୍ବର ୨୦୨୨ ସନ୍ଧ୍ୟା ୪:୩୦ ରେ ଭିଡିଓ କନ୍ଫରେନ୍ସ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଜୀ-୨୦ ପ୍ରେସିଡେନ୍ସିର ଲୋଗୋ, ଥିମ୍ ଏବଂ ୱେବସାଇଟ ଉନ୍ମୋଚନ କରିବେ । ଆଗାମୀ ଜୀ-୨୦ ୨୦୨୩ ସମ୍ମିଳନୀ ଆନ୍ତର୍ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତ ପାଇଁ ନିଜର ପ୍ରତିବଦ୍ଧତା ଏବଂ ନେତୃତ୍ୱ ଦେଖାଇବା ପାଇଁ ଏକ ଅନନ୍ୟ ତଥା ଅଦ୍ୱିତୀୟ ସୁଯୋଗ ଉପସ୍ଥାପନ କରିବ । ଭାରତ ଡିସେମ୍ବର ୧ରୁ ଜୀ-୨୦ର ଅଧ୍ୟକ୍ଷତା ଗ୍ରହଣ କରିବ । ଜୀ-୨୦ ପ୍ରେସିଡେନ୍ସିର ଲୋଗୋ, ଥିମ୍ ଏବଂ ୱେବସାଇଟ ଭାରତର ବାର୍ତା ଏବଂ ବ୍ୟାପକ ପ୍ରାଥମିକତାକୁ ସମଗ୍ର ବିଶ୍ୱରେ ପ୍ରତିଫଳିତ କରିବ ।
ଆନ୍ତର୍ଜାତୀୟ ଅର୍ଥନୈତିକ ସହଯୋଗ ପାଇଁ ଜୀ-୨୦ ହେଉଛି ଏକ ପ୍ରମୁଖ ମଚଂ, ବିଶ୍ୱର ମୋଟ୍ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୮୫ ପ୍ରତିଶତ, ବିଶ୍ୱ ବାଣିଜ୍ୟର ୭୫ ପ୍ରତିଶତରୁ ଅଧିକ ଏବଂ ବିଶ୍ୱର ଜନସଂଖ୍ୟାର ପ୍ରାୟ ଦୁଇ ତୃତୀୟାଂଶ ଲୋକ ପ୍ରତିନିଧିତ୍ୱ କରୁଛି । ଜୀ-୨୦ ପ୍ରେସିଡେନ୍ସି ସମୟରେ ଭାରତର ବିଭିନ୍ନ ସ୍ଥାନରେ ୨୦୦ଟି ବୈଠକ ହେବ । ଏହି ସମସ୍ତ ବୈଠକ ୩୨ଟି ବିଭିନ୍ନ ପ୍ରକାରର କ୍ଷେତ୍ର ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଧାରିତ ହେବ ।ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଜୀ-୨୦ ସର୍ବୋତମ ସମ୍ମୀଳନୀ ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ଅନ୍ୟତମ ଉଚ୍ଚକୋଟୀର ଆନ୍ତର୍ଜାତୀୟ ସମାବେଶ ହେବ ।
ରାଜ୍ୟ
ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତର ଜୀ-୨୦ ପ୍ରେସିଡେନ୍ସି ଲୋଗୋ, ଥିମ୍ ଏବଂ ୱେବସାଇଟ ଉନ୍ମୋଚିତ ହେବ
- Hits: 337