ହେଡଲାଇନସ୍:

ହୋଣ୍ଡା କାର୍‍ସ୍‍ ଇଣ୍ଡିଆ ଭାରତରେ ୨ ନିୟୁତ ଉତ୍ପାଦନ ମାଇଲଖୁଣ୍ଟରେ ପହଞ୍ଚିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜସ୍ଥାନର ତାପୁକାରାସ୍ଥିତ ଏହାର କାରଖାନାରୁ ୨ ନିୟୁତତମ ଭାରତରେ ନିର୍ମିତ କାର୍‍ ଉତ୍ପାଦିତ

ନୂଆଦିଲ୍ଲୀ/ ଭୁବନେଶ୍ୱର : ଭାରତରେ ପ୍ରିମିୟମ କାର୍‍ଗୁଡିକର ଅଗ୍ରଣୀ ଉତ୍ପାଦନକାରୀ ହୋଣ୍ଡା କାର୍‍ସ୍‍ ଇଣ୍ଡିଆ ଲିମିଟେଡ (ଏଚ୍‍ସିଆଇଏଲ୍‍) ଭାରତରେ ହୋଣ୍ଡା କାର୍‍ସମୂହର ମୋଟ ଉତ୍ପାଦନ ୨ ନିୟୁତ ୟୁନିଟ୍‍ ମାଇଲଖୁଣ୍ଟରେ ପହଞ୍ଚିଥିବା ସମ୍ପର୍କରେ ଘୋଷଣା କରିଛି । କମ୍ପାନୀର ପ୍ରିମିୟମ ସେଡାନ୍‍ ହୋଣ୍ଡା ସିଟି ଆନୁଷ୍ଠାନିକ ଭାବରେ ଏହାର ରାଜସ୍ଥାନ ତାପୁକାରାସ୍ଥିତ ଅତ୍ୟାଧୁନିକ ଉତ୍ପାଦନ କାରଖାନାର ଆସେମ୍ବ୍ଲି ଲାଇନ୍‍ରୁ ଉତ୍ପାଦିତ ହେବା ସହିତ ଏହା ଭାରତରେ ନିର୍ମିତ ୨ ନିୟୁତତମ ହୋଣ୍ଡା କାର୍‍ ହୋଇଛି । ଏହି ଉଲ୍ଲେଖନୀୟ ମୁହୂର୍ତ୍ତରେ ଶ୍ରୀ ହିରୋଶି ତୋକୁଟାକେ, ଏକ୍‍ଜିକୁ୍ୟଟିଭ ଭାଇସ୍‍ ପ୍ରେସିଡେଣ୍ଟ, ଏସିଆନ୍‍ ହୋଣ୍ଡା ମୋଟର କମ୍ପାନୀ ଲିମିଟେଡ ଏବଂ ଶ୍ରୀ କାଟ୍ସୁହିରୋ କାନେଡା, ଡାଇରେକ୍ଟର, ଏସିଆନ୍‍ ହୋଣ୍ଡା ମୋଟର କମ୍ପାନୀ ଲିମିଟେଡଙ୍କ ସମେତ କମ୍ପାନୀର ଆଞ୍ଚଳିକ କାର୍ଯ୍ୟାଳୟର ବରିଷ୍ଠ ନେତୃବୃନ୍ଦ ଏବଂ ଏଚ୍ସିଆଇଏଲ ପରିଚାଳନାମଣ୍ଡଳୀ ଉପସ୍ଥିତ ଥିଲେ ।
ଏଚ୍‍ସିଆଇଏଲ ୧୯୯୭ ଡିସେମ୍ବରରେ ଉତ୍ପାଦନ ଆରମ୍ଭ କରିବା ସହିତ ଭାରତରେ ଏହାର ଗ୍ରାହକଙ୍କୁ ପ୍ରିମିୟମ ଏବଂ ବିଶ୍ୱ ଶ୍ରେଣୀର ଉତ୍ପାଦ ଯୋଗାଇଦେବା ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରିଥିଲା । ୨ ନିୟୁତ ମାଇଲଖୁଣ୍ଟରେ ପହଞ୍ଚିବା ମଧ୍ୟ ଭାରତ ସରକାରଙ୍କର ‘ମେକ୍‍ ଇନ ଇଣ୍ଡିଆ’ ଲକ୍ଷ୍ୟ ହାସଲ ଦିଗରେ ହୋଣ୍ଡାର ପ୍ରତିବଦ୍ଧତାକୁ ପୁନଃ ଦୋହରାଉଛି ।
ଏହି ଅବସରରେ ପ୍ରକାଶ କରି ଶ୍ରୀ ତାକୁୟା ସୁମୁରା, ପ୍ରେସିଡେଣ୍ଟ ଆଣ୍ଡ୍‍ ସିଇଓ, ହୋଣ୍ଡା କାର୍‍ସ୍‍ ଇଣ୍ଡିଆ ଲିମିଟେଡ କହିଛନ୍ତି, “ଭାରତରେ ୨ ନିୟୁତ ଉତ୍ପାଦନର ଐତିହାସିକ ମାଇଲଖୁଣ୍ଟରେ ପହଞ୍ଚିବା ଗତ ୨୫ ବର୍ଷ ଧରି ‘ମେକ୍‍ ଇନ ଇଣ୍ଡିଆ’ ପ୍ରୟାସ ପ୍ରତି ହୋଣ୍ଡାର ପ୍ରତିବଦ୍ଧତାର ଏକ ନିଦର୍ଶନ ହୋଇଛି । ଆମେ ଆମର ସମସ୍ତ ଗ୍ରାହକ, ଡିଲର ସହଭାଗୀ ଏବଂ ସପ୍ଲାୟର ସହଭାଗୀଙ୍କୁ ସେମାନଙ୍କର ଆମ ଉପରେ ରହିଥିବା ବିଶ୍ୱାସ ଏବଂ ହୋଣ୍ଡାକୁ ଦେଶରେ ଏକ ପ୍ରିୟ ଏବଂ ବିଶ୍ୱସନୀୟ ବ୍ରାଣ୍ଡ୍‍ ଭାବରେ ପ୍ରତିଷ୍ଠିତ କରାଇବାରେ ସହାୟତା ପାଇଁ ଗଭୀର କୃତଜ୍ଞତା ଜଣାଉଛୁ । ଉଭୟ ଘରୋଇ ଏବଂ ରପ୍ତାନି ବଜାରକୁ ଯୋଗାଣ ନିମନ୍ତେ ବିଶ୍ୱମାନର ଯାନବାହନ ଏବଂ ଯନ୍ତ୍ରାଂଶ ଉତ୍ପାଦନ ପାଇଁ ଭାରତରେ ଆମର ଅତ୍ୟାଧୁନିକ ଉତ୍ପାଦନ କାରଖାନାରେ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି । ଆମର ସମସ୍ତ ଗ୍ରାହକଙ୍କୁ ସର୍ବାଧୁନିକ ତଥା ଆଧୁନିକ ପ୍ରଯୁକ୍ତି ସମର୍ଥିତ ଉତ୍ପାଦ ଏକ ପ୍ରିମିୟମ ଏବଂ ଚିନ୍ତାମୁକ୍ତ ମାଲିକାନା ଅନୁଭୂତି ନିମନ୍ତେ ଯୋଗାଇଦେବାକୁ ଆମେ ପ୍ରତିବଦ୍ଧ ରହିଛୁ, ଯାହା ସେମାନଙ୍କ ଦୈନନ୍ଦିନ ଜୀବନକୁ ମୂଲ୍ୟଯୁକ୍ତ କରୁଛି ।” “ହୋଣ୍ଡାରେ ଆମର କର୍ପୋରେଟ ଲକ୍ଷ୍ୟ ହେଉଛି ସମାଜ ତିଷ୍ଠି ରହିବାକୁ ଚାହୁଁଥିବା ଏକ କମ୍ପାନୀରେ ପରିଣତ ହେବା । ଏହି ମନୋଭାବ ନେଇ ଆମର ବିଶ୍ୱାସ ଯେ ଆମର ପ୍ରୟାସଗୁଡିକ ମଧ୍ୟ ଆଞ୍ଚଳିକ ଓ ସ୍ଥାନୀୟ ଜନସମୁଦାୟଙ୍କର ସାମାଜିକ ଅର୍ଥନୈତିକ ବିକାଶ ପ୍ରତି ଫାଇଦା ପହଞ୍ଚାଇବ,” ବୋଲି ସେ ଉଲ୍ଲେଖ କରିଥିଲେ ।
ବିଗତ ବର୍ଷଗୁଡିକରେ ହୋଣ୍ଡାର ମଡେଲଗୁଡିକ ସର୍ବଦା କମ୍ପାନୀର ବିଶ୍ୱସ୍ତରୀୟ ଡିଏନ୍‍ଏ, ଭାରତୀୟ ଗ୍ରାହକମାନଙ୍କର ଆବଶ୍ୟକତା ଏବଂ ଚାହିଦା ପୂରଣ ନିମନ୍ତେ ସର୍ବୋତ୍ତମ ଭାବରେ ପ୍ରସ୍ତୁତ କରାଯାଇଥିବା ପ୍ରଦର୍ଶିତ କରିଆସୁଛି । କମ୍ପାନୀର ଉତ୍ପାଦଗୁଡିକ ମଧ୍ୟରେ ପ୍ରିମିୟମ ସେଡାନ୍‍ ହୋଣ୍ଡା ସିଟି ଇ-ଏଚ୍‍ଇଭି, ହୋଣ୍ଡା ସିଟି, ଫ୍ୟମିଲି ସେଡାନ୍‍ ହୋଣ୍ଡା ଆମେଜ୍‍, ପ୍ରିମିୟମ ହାଚ୍‍ବ୍ୟାକ ହୋଣ୍ଡା ଜାଜ୍‍ ଏବଂ ସ୍ପୋର୍ଟି ହୋଣ୍ଡା ଡବ୍ଲ୍ୟୁଆର-ଭି ଆଦି ଅନ୍ତର୍ଭୁକ୍ତ ।
ଏଚ୍‍ସିଆଇଏଲ୍‍ କେବଳ ଏଠାରେ ଗ୍ରାହକଙ୍କ ଆବଶ୍ୟକତା ପୂରଣ ନିମନ୍ତେ ଭାରତରେ ଯାନବାହନ ନିର୍ମାଣ କରୁନାହିଁ । ଭାରତ ମଧ୍ୟ ହୋଣ୍ଡା ପାଇଁ ଉଭୟ ପୂର୍ଣ୍ଣାଙ୍ଗ ଯାନବାହନ ଏବଂ ଯନ୍ତ୍ରାଂଶ କ୍ଷେତ୍ରରେ ଏକ ମୁଖ୍ୟ ରପ୍ତାନି ଭିତ୍ତି ଭାବରେ ସେବା ଯୋଗାଇ ଦେଉଛି । କମ୍ପାନୀ ସମ୍ପ୍ରତି ଭାରତରେ ନିର୍ମିତ ହୋଣ୍ଡା ସିଟି ଏବଂ ହୋଣ୍ଡା ଆମେଜ୍‍ ବିଶ୍ୱର ୧୬ଟି ରାଷ୍ଟ୍ରକୁ ରପ୍ତାନି କରୁଛି ।
କମ୍ପାନୀ ଭାରତରେ ଏହାର କାରଖାନା ସ୍ଥାପନ ଦିନଠାରୁ ମୋଟ ୧୦,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିସାରିଛି ।
ହୋଣ୍ଡା କାର୍‍ସ୍‍ ଇଣ୍ଡିଆର ସର୍ବାଧୁନିକ ଉତ୍ପାଦନ କାରଖାନା ରାଜସ୍ଥାନର ଅଲୱର ଜିଲ୍ଲା ଅନ୍ତର୍ଗତ ତାପୁକରାଠାରେ ୪୫୦ ଏକର ପରିମିତ ଜମିରେ ନିର୍ମିତ ହୋଇଛି ଏବଂ ଏହାର ବର୍ଷକୁ ୧,୮୦,୦୦୦ ୟୁନିଟ୍‍ ଉତ୍ପାଦନ କ୍ଷମତା ରହିଛି । ଏହି କାରଖାନା ଏକ ସମନ୍ୱିତ ନିର୍ମାଣ ୟୁନିଟ୍‍ ଭାବରେ ପରିଚିତ ଯେଉଁଠାରେ ଫୋର୍ଜିଂ, ପ୍ରେସ୍‍ ସପ୍‍, ପାୱାରଟ୍ରେନ୍‍ ସପ୍‍, ୱେଲ୍‍ଡ ସପ୍‍, ପେଣ୍ଟ୍‍ ସପ୍‍, ପ୍ଲାଷ୍ଟିକ ମୋଲଡିଂ, ଇଞ୍ଜିନ ଆସେମ୍ବ୍ଲି, ଫ୍ରେମ ଆସେମ୍ଲି ଏବଂ ଇଞ୍ଜିନି ଟେଷ୍ଟିଂ ସୁବିଧା ଭଳି ସମସ୍ତ କାର୍ଯ୍ୟକାରୀ ଅଂଶ ରହିଛି । ଏହି କାରଖାନାରେ ସର୍ବୋତ୍ତମ ବିନିର୍ମାଣ ଜ୍ଞାନକୌଶଳ ଏବଂ କାର୍ଯ୍ୟାଭ୍ୟାସକୁ ସମନ୍ୱିତ କରାଯାଇଛି ଯାହା ହୋଣ୍ଡାର ବିଶ୍ୱସ୍ତରୀୟ ପରିଚାଳନାରୁ ଏକତ୍ର କରାଯାଇଛି । ଏଠାରେ ଉଚ୍ଚ ଗୁଣବତ୍ତା, ସର୍ବୋତ୍ତମ ସୌନ୍ଦର୍ୟ, ଉନ୍ନତ ପରିଚାଳନାଗତ ଦକ୍ଷତା ଏବଂ ନିରାପତ୍ତା ଆଦି ନିମନ୍ତେ ଶୀର୍ଷସ୍ତରର ଅଟୋମେସନ୍‍, ସର୍ବାଧୁନିକ ଉପକରଣ ଏବଂ ସର୍ବୋତ୍ତମ ଲେଆଉଟ୍‍ ରହିଛି । ଏହି କାରଖାନା ପରିବେଶ ସଂରକ୍ଷଣ ଏବଂ ଶକ୍ତି ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ବଳ ଦକ୍ଷତାର ସହିତ ଉପଯୋଗ ଉପରେ ଅତ୍ୟୁଚ ମାତ୍ରାରେ ଦୃଷ୍ଟିନିବଦ୍ଧ କରୁଛି ।
ହୋଣ୍ଡା କାର୍‍ସ୍‍ ଇଣ୍ଡିଆ ଗ୍ରାହକ ଅନୁଭୂତିକୁ ବହୁ ମୂଲ୍ୟବାନ ବିବେଚନା କରୁଛି ଏବଂ ଭାରତରେ ଏହାର ପରିବ୍ୟାପ୍ତ ହୋଇଥିବା ୩୩୦ ଡିଲରସିପ୍‍ ସୁବିଧାରୁ ପ୍ରତ୍ୟେକ ଗ୍ରାହକଙ୍କୁ ସର୍ବୋତ୍ତମ ସେବା ଯୋଗାଇଦେବା ପ୍ରୟାସ କରୁଛି ।

0
0
0
s2sdefault