ହେଡଲାଇନସ୍:

ଜଗତସିଂହପୁରଠାରେ ବୃହତ ଆଇନ ସଚେତନତା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ:  ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭଵନ ପରିସରରେ ଜିଲ୍ଲା ଆଇନସେଵୀ ପ୍ରାଧିକରଣ, ଜଗତସିଂହପୁର ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ବୃହତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ସଚେତନତା ଶିବିରକୁ ଉଦଘାଟନ କରି ଜିଲ୍ଲାଜଜ୍ ଶ୍ରୀ ଅନୁପ କୁମାର ଚନ୍ଦନ କହିଲେ ଜଗତସିଂହପୁର ଜିଲ୍ଲାର ମହିଳାମାନେ ଶିକ୍ଷିତ ଓ ତାଙ୍କ ଭିତରେ ଥିବା ଅନ୍ତଃର୍ନିହିତ ଶକ୍ତିର ପରିପ୍ରକାଶ ଘଟିଲେ ସମାଜର ଉନ୍ନତି ହୋଇପାରିବ l ସବୁ ବର୍ଗର ଅବହେଳିତ ଲୋକମାନଙ୍କର ସେବା କରିବାପାଇଁ ସମସ୍ତ ଅଧିକାରୀଙ୍କ ଦାଇତ୍ୱ ରହିଛି l କୌଣସି ଲୋକଙ୍କୁ କଷ୍ଟ ଦେଲା ଭଳି କିଛି କାର୍ଯ୍ୟ ନ କରିବାକୁ ଶ୍ରୀ ଚନ୍ଦନ ପରାମର୍ଶ ଦେଇଥିଲେ l ଶିବିରରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ରାଜଶ୍ରୀ ମହାପାତ୍ର କହିଲେ ସବୁ ମୂଳରେ ଶିକ୍ଷାର ଆବଶ୍ୟକତା ରହିଛି l ନିଜେ ସଚେତନ ରହିଲେ ସବୁ ସମସ୍ୟାର ସମାଧାନ ହୋଇପାରିବ l ଏହି ଶିବିରରେ ଯୋଗଦେଇ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ଅଜୟ କୁମାର ମହାନ୍ତି କହିଲେ ୧୮ ବର୍ଷରୁ କମ ବୟସର ଝିଅମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଉପରେ ଲଢେଇ କରିବା ପାଇଁ ପୋକ୍ସ ଆଇନ ଲାଗୁ କରାଯାଇଛି l ପୋକ୍ସ ଆଇନ ମାଧ୍ୟମରେ ପ୍ରତ୍ୟେକ ଭିକ୍ଟିମକୁ କ୍ଷତି ପୂରଣ ଦିଆଯାଇଛି l ଅତିରିକ୍ତ ଜିଲ୍ଲାପାଳ ଶୃରୀ ସଚ୍ଚିଦାନନ୍ଦ ସାହୁ ଯୋଗଦେଇ କହିଲେ କର୍ତ୍ତବ୍ୟ ଅଧିକାର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି l ସରକାରଙ୍କ ଜନ ମଙ୍ଗଳ ଯୋଜନାର କାର୍ଯ୍ୟକାରିତା, ଉପାଦେୟତା, ସ୍ୱତ୍ୱପୂତ ଭାବରେ ଅଧିକାରୀ ମାନେ ଲୋକମାନଙ୍କ ସହିତ ସେୟାର କରିବା ଉଚିତ l ଏହି ଶିବିରରେ ଯୋଗଦେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୁନନ୍ଦା ପାଢ଼ୀ କହିଲେ ୧୯୮୭ ମସିହାରେ ଆଇନ ସେବା ପ୍ରାଧିକରଣ ଆରମ୍ଭହେଲା ଏବଂ ୨୯୯୫ ମସିହାରେ କାର୍ଯ୍ୟକାରୀ ହେଇଥିଲା l ଦୁର୍ବଳ ଲୋକମାନକୁ ଆଇନସେବା ଯୋଗାଇ ଦେବା, ଆଶ୍ରିବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ ଭିନ୍ନକ୍ଷମକୁ ପକ୍କାଘର ଯୋଗାଇବା ଇତ୍ୟାଦି ଉଲ୍ଲେଖନୀୟ କାର୍ଯ୍ୟ ସଂପର୍କରେ ପରିପ୍ରକାଶ କରଥିଲେ l ଏହି ଶିବିରରେ ଯୋଗଦେଇ ଡ଼ିଏସପି ଶ୍ରୀ ସୁଭାଷ ଚନ୍ଦ୍ର ପଣ୍ଡା ପୋଲିସ ବିଭାଗ ତରଫରୁ ଯୋଗାଇ ଦିଆଯାଉଥିବା ସମସ୍ତ ସହଯୋଗ ସଂପର୍କରେ ଆଲୋକପାତ କରିଥିଲେ l ମ୍ୟାଜିଷ୍ଟ୍ରେଟ ମଲ୍ଲୀକା ଗୋଏଙ୍କା ସଭା ପରିଚାଳନା କରିଥିଲେ l ଆଇନଜୀବି ଧୀରେନ୍ଦ୍ର ନାଥ ଆର୍ଚ୍ଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ବିଭିନ୍ନ ବିଭାଗର ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା l

0
0
0
s2sdefault