ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ଉପଲକ୍ଷେ ବିଜୁ ପଟ୍ଟନାୟକ ଛକଠାରେ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଛନ୍ତି । ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଶତାଧିକ କର୍ମୀ ଜିଲ୍ଲା ବିଜେପି କାର୍ଯ୍ୟଳୟରୁ ଏକ ଶୋଭାଯାତ୍ରାରେ ଆସି ବିଜୁ ପଟ୍ଟନାୟକ ଛକଠାରେ ବାଣ ଫୁଟାଇ ଓ ପରସ୍ପର ମଧ୍ୟରେ ମିଠା ବାଣ୍ଟି ବିଜୟ ଉତ୍ସବ ପାଳନ କରିଥିଲେ । ଏହି ବିଜୟର ଶ୍ରେୟ ଧାମନଗର ବାସୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱ ଯୋଗୁ ସମ୍ଭବ ହୋଇପାରିଛି ବୋଲି ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ପ୍ରକାଶ କରିଥିଲେ ।
ରାଜ୍ୟ
ବିଜୟ ଉତ୍ସବ ପାଳିଲା ଜଗତସିଂହପୁର ଜିଲ୍ଲା ବିଜେପି
- Hits: 329