ଭୁବନେଶ୍ୱର : ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପରାଜୟକୁ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ଆଜି ସଂଧ୍ୟାରେ ଦ ନ୍ୟୁ-ଇଣ୍ଡିଆନ୍ ଏକ୍ସପ୍ରେସ୍ ର ଦଶମ ଓଡ଼ିଶା ସାହିତ୍ୟ ଉତ୍ସବ ଲିଟ ଫେଷ୍ଟ ରେ ଅତିଥି ଭାବେ ଯୋଗ ଦେବା ଅବସରରେ ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମତ ରଖି କହିଛନ୍ତି " ଆମେ ଉପନିର୍ବାଚନରେ ପରାଜିତ ହେଲୁ । ଜନତାଙ୍କ ମତକୁ ସମ୍ମାନ ଦେଉଛୁ । କିଛି ଦିନ ତଳେ ଧାମନଗର ବିଧାୟକଙ୍କ ଦେହାନ୍ତ ହୋଇଥିଲା । ଦିବଙ୍ଗତ ବିଧାୟକ ବହୁତ ଲୋକପ୍ରିୟ ଥିଲେ । ବିଜେପି ଦିବଙ୍ଗତ ନେତାଙ୍କ ପୁଅଙ୍କୁ ଟିକେଟ ଦେଇଥିଲା । ତାଙ୍କ ପୁଅଙ୍କର ଜିତିବାର ସମ୍ଭାବନା ଥିଲା । ଆମେ ବହୁତ କମ୍ ଉପନିର୍ବାଚନରେ ହାରିଛୁ । ନିକଟରେ ୩୦ ଟି ଜିଲ୍ଲା ପରିଷଦ ନିିର୍ବାଚନରେ ବିଜୟୀ ହୋଇଥିଲୁ ।
୨୦୨୪ ନିର୍ବାଚନରେ ବିଜେଡିର କାହା ସହ ଲଢ଼େଇ ହେବ ବୋଲି ଶ୍ରୀ ଚାୱଲ୍ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, କିଛି ବର୍ଷରୁ ବିଜେପି ଦ୍ୱିତୀୟ ବୃହତ୍ତମ ଦଳ ଭାବେ ଉଭା ହୋଇଛି । ହେଲେ ଏଠି କଂଗ୍ରେସର ମଧ୍ୟ ସ୍ଥିତି ଅଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ |
ରାଜ୍ୟ
" ଆମେ ଉପନିର୍ବାଚନରେ ପରାଜିତ ହେଲୁ, ଜନତାଙ୍କ ମତକୁ ସମ୍ମାନ ଦେଉଛୁ "
- Hits: 292