ହେଡଲାଇନସ୍:

ଛାତି ଧଡ଼ଧଡ଼ : କା ହାତକୁ ଯିବ ଗଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାତି ପାହିଲେ ଭୋଟ ଗଣତି, ବିଜେପି ଗଡ଼ ବଜାୟ ରଖିବ ନା ବିଜେଡି ଛଡାଇନେବ!

ଭଦ୍ରକ: (ସତ୍ୟବ୍ରତ ନାୟକ)ଧାମନଗର ଉପନିର୍ବାଚନରେ କିଏ ଜିତିବ ତାକୁ ନେଇ ଗତ କିଛି ଦିନ ହେଲା ଚର୍ଚା ଜୋର ଧରିଛି । ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇ ରହିଛି । ବିଜେପି କହୁଛି ତାଙ୍କ ପ୍ରାର୍ଥୀ ଜିତିବ, ବିଜେଡି କହୁଛି ତାଙ୍କ ପ୍ରାର୍ଥୀ ଜିତିବ । ସେପଟେ ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ କହୁଛନ୍ତି ସେ ଜିତିବେ । ତେବେ କାଲି ଏସବୁ ଆଶଙ୍କା ଦୂର ହୋଇଯିବ । ରାତି ପାହିଲେ ଇଭିଏମ ଖୋଲାଯିବ ଏବଂ ଆସିବ ଧାମନଗର ଉପନିର୍ବାଚନ ଫଳାଫଳ । ବିଜେପି ଗଡ଼ ନିଜ ପାଖରେ ରଖିବ ନା ବିଜେଡି ଛଡାଇ ନେବ ତାକୁ ନେଇ ସବୁଠି ଆଲୋଚନା । ଆସନ୍ତାକାଲି ସକାଳ ୮ଟାରୁ ଭଦ୍ରକ ସଂସ୍କୃତି ଭବନରେ ଭୋଟ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ଭୋଟ ଗଣତି କରାଯିବ । ଏହାପରେ ସାଢେ ୮ଟାରୁ ଆରମ୍ଭ ହେବ ଇଭିଏମ୍ ଭୋଟ । ଇଭିଏମରେ ପ୍ରାର୍ଥୀ ଭାଗ୍ୟ ସିଲ ଥିବା ବେଳେ ଫଳାଫଳକୁ ନେଇ ନେତାଙ୍କ ଛାତି ଧଡପଡ ହେଉଛି । ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟରେ ଇଭିଏମ ରଖାଯାଇଛି । ହେଲେ ଷ୍ଟ୍ରଙ୍ଗରୁମ ବାହାରେ ଏବେଠୁ ଜଗି ରହିଛନ୍ତି ନେତା କାର୍ଯ୍ୟକର୍ତ୍ତା ।ଭୋଟ ଗଣତିକୁ ଆଉ ମାତ୍ର କେତେ ଘଣ୍ଟା ବାକି ରହିଛି । ଧାମନଗର ବ୍ଲକର ୪୪ ପଞ୍ଚାୟତ, ତିହିଡି ବ୍ଲକର ୧୩ ପଞ୍ଚାୟତ ଓ ଧାମନଗର ଏନଏସିର ୧୩ଟି ୱାର୍ଡ ର ଭୋଟରମାନେ କାହାକୁ ନେତା ବାଛିଛନ୍ତି ତାହା ରାତି ପାହିଲେ କାଲି ସ୍ପଷ୍ଟ ହେବ ।

0
0
0
s2sdefault