ହେଡଲାଇନସ୍:

ଆମର ଶୁଦ୍ଧ ଓ ସ୍ୱଚ୍ଛ ଚରିତ୍ର ତଥା ଆତ୍ମଶୁଦ୍ଧି ହିଁ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସହାୟକ ହୋଇ ପାରିବ-

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ l

  • ଯୁବା ବର୍ଗ ଚାହିଁଲେ ଦେଶର ପରିବର୍ତ୍ତନ ସମ୍ଭବ l

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ତରଫରୁ ସମଗ୍ର ଦେଶରେ ୩୧ ଅକ୍ଟୋବର ରୁ ୬ ନଭେମ୍ବର ପର୍ୟ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି l ଏହି ଅବସରରେ ଆଜି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି Iଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ଯ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ୍ ମିଞ୍ଜ୍, ମୁଖ୍ୟବକ୍ତାଭାବେ ବିଶିଷ୍ଟ ଶିକ୍ଷାବୀତ୍ ଡଃ ସୁବାସ ଚନ୍ଦ୍ର ପାତ୍ର ଯୋଗଦେଇଥିଲେl ପ୍ରାରମ୍ଭରେ ଜିଲ୍ଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ର ଇନିସପେକ୍ଟର ତୁଷାରକାନ୍ତ ମହାପାତ୍ର ଦିବସର ତାତ୍ପର୍ଯ୍ୟ ତଥା ବିଭାଗର ଉଦ୍ଦେଶ୍ଯ ଏବଂ ସଫଳତା ସମ୍ବନ୍ଧରେ ସୂଚନା ଦେଇଥିଲେ l ଅତିଥି ମାନେ ଦୁର୍ନୀତି କିଭଳି ଭାବରେ ଆମ ଦେଶର ପ୍ରଭୂତ କ୍ଷତି ସାଧନ କରୁଛି ଏବଂ ଏହି ବର୍ଷ ପାଇଁ ଥିବା ଥିମ୍ ଏକ ବିକଶିତ ଦେଶ ପାଇଁ ଦୁର୍ନତୀ ମୁକ୍ତ ଭାରତ ଉପରେ ନିଜ ନିଜର ମତ ରଖିଥିଲେ l ଏକ ସୁନ୍ଦର ଭବିଷ୍ୟତ ଗଢିବା ର ଗୁରୁ ଦାୟିତ୍ବ ଯୁବ ସମାଜ ଏବଂ ଛାତ୍ରଛାତ୍ରୀମାନଙ୍କ ଉପରେ ରହିଥିବା ସୂଚନା ଦେବା ସହ ଆମର ଶୁଦ୍ଧ ଓ ସ୍ୱଚ୍ଛ ଚରିତ୍ର ତଥା ଆତ୍ମଶୁଦ୍ଧି ହିଁ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସହାୟକ ହୋଇ ପାରିବ ବୋଲି ମତବ୍ୟକ୍ତ କରିଛନ୍ତି I ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନି କୁମାର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିଲେ l ଏହି ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ,ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ, ସେକ୍ସନ୍ ଅଫିସର, କର୍ମଚାରୀ , ଦୁର୍ନତୀ ନିବାରଣ ବିଭାଗର କର୍ମଚାରୀ , ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ମିସନ୍ ଶକ୍ତି ର କର୍ମକର୍ତ୍ତା, ଗଣ ମାଧ୍ୟମର ପ୍ରତିନିଧି, ବରିଷ୍ଠ ନାଗରିକ ସଂଗଠନର କର୍ମକର୍ତ୍ତା ଅଂଶ ଗ୍ରହଣ କରି ଥିଲେ l ସପ୍ତାହ ପାଳନ ଅବସରରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଆନୁକୁଲ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କାର୍ଟୁନ ମେକିଂ ରେ କନିଷ୍ଠ ବର୍ଗରେ ସୌମ୍ୟରଞ୍ଜନ ପଧାନ,ଆୟୁଷ ମଲ୍ଲିକ,ଲିପ୍ସା ପୁଟେଲ ଏବଂ ବରିଷ୍ଠ ବର୍ଗରେ ଇପସ୍ମିତା ପାଣିଗ୍ରାହୀ, ବଂଶୀତା ସରାଫ, ଭରତ କୁମାର ସାହୁ, ତର୍କ ପ୍ରତିଯୋଗିତା ରେ ପ୍ରାଥମିକ ସ୍ତରରେ ଅର୍ଣ୍ଣବ ସାହୁ,ଶୁଭମ୍ ମେହେର, ଅର୍ଚନା ମହାନ୍ତି, ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନନ୍ୟା ଅଦ୍ଵୈତ ପୁଜାହାରି, ଲିପିକା ଖେତି, ଆଦ୍ୟାଶା ପଧାନ, ହାୟର ସେକଣ୍ଡାରୀ ସ୍ତରରେ ସ୍ପନ୍ଦନ ବିକାଶ ଘଡ଼େଇ, ସ୍ପନ୍ଦନ ପଟ୍ଟନାୟକ, ରୋଶନ ମେହେର୍ , କୁଇଜ୍ ପ୍ରତିଯୋଗୀତାରେ ରିତୁଶ୍ରୀ ଭୋଇ,ଅର୍ଣ୍ଣବ ସାହୁ, ପ୍ରତ୍ୟାଶା ପଦ୍ମଜା ମିଶ୍ର ପୁରସ୍କୃତ ହୋଇଥିଲେ I ସେହିପରି ଜିଲ୍ଲା ଗ୍ରନ୍ଥାଳୟରେ ଅନୁଷ୍ଠିତ ଇଂରାଜୀ ବକ୍ତୃତା ପ୍ରତିଯୋଗୀତାରେ ସୌମ୍ୟରଞ୍ଜନ ମହାପାତ୍ର, ଗରୁଡ଼ଧ୍ଵଜ ପଧାନ, ସଦାଶିବ ସାହୁ ଏବଂ ଓଡିଆ ବକ୍ତୃତା ରେ ଦିନେଶ୍ କୁମାର ସାହୁ,ଶେଷଦେବ ଧରୁଆ ଓ ସୁଦେ ସୁନା ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ l

0
0
0
s2sdefault