ହେଡଲାଇନସ୍:

ଏକତରଫା ପ୍ରେମକରି ନାବାଳିକା ଅପହରଣ ଘଟଣା |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଭିଯୁକ୍ତକୁ କୁ ଚବିଶି ଘଣ୍ଟାରେ କୋର୍ଟ ଚାଲାଣ କଲା ରାଜନଗର ପୋଲିସ

ରାଜନଗର:ସଭ୍ୟ ସମାଜ ଆଜି କଳୁଷିତ ହୋଇଯାଇଛି | ପ୍ରେମ ନାମରେ ଯୁବ ସମାଜ କାମୁକ ପାଲଟି ଯାଇଛନ୍ତି | ନିଜର ବୁଦ୍ଧି ବିବେକ ହରାଇ କ୍ଷଣିକ ଉତେଜନାର ବଶବର୍ତ୍ତୀ ହୋଇ ନିଜ ଭବିଷ୍ୟତକୁ ଅନ୍ଧକାରକୁ ଠେଲିଦେଉଛନ୍ତି | ପିତାମାତାଙ୍କ ଆଶା ଭରସାକୁ ପଛକୁ ଠେଲିଦେଇ ପ୍ରେମ ପାଇଁ ପାଗଳ ପାଲଟି ଯାଇଛି | ସୂଚନାନୁସାରେ ନଭେମ୍ବର ଚାରି ତାରିଖ ରେ ଜଣେ ପୀଡିତା ନାବାଳିକାର ମା ରାଜନଗର ଥାନାରେ ଆଳି ଦକ୍ଷିଣଡିଆ ଗ୍ରାମର ନିରଞ୍ଜନ ବେହୁରାଙ୍କ ପୁଅ ଅର୍ଜୁନ ବେହୁରା (23)ଙ୍କ ନାମରେ ଏକ ଅପହରଣ ଓ ଅନିଚ୍ଛାକୃତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଯୋଗରେ ଏକ ଏତଲା ଦାୟର କରିଥିଲେ | ପୀଡିତାର ମାର ଅଭିଯୋଗକୁ ଭିତିକରି ରାଜନଗର ପୋଲିସ case no-376/2022 କେଶ ରୁଜୁକରି ବାରଘଣ୍ଟା ମଧ୍ୟରେ ଅର୍ଥାତ ପାଞ୍ଚ ତାରିଖ ସକାଳ ଆଠଟାରେ ଆସାମୀକୁ ଧରି ରାଜନଗର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀମାଇନା କରି କେନ୍ଦ୍ରାପଡ଼ା ଅଡିସିନାଲ ଡିଷ୍ଟ୍ରିକ ଜଜ କମ ସ୍ପେସିଆଲ କୋର୍ଟକୁ ଫରୱାର୍ଡ କରିଥିଲେ | ମାନ୍ୟବର ଜଜ ଅର୍ଜୁନ ବେହେରାଙ୍କ ବେଲ ଆବେଦନକୁ ଖାରଜ କରିଦେଇଛନ୍ତି |

0
0
0
s2sdefault