ନବରଙ୍ଗପୁର/ଅଶୋକ ସାହୁ : ନବରଙ୍ଗପୁର ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ସ୍ଥାନୀୟ ବାବାସାହେବ ଆମ୍ବେଡ୍ କର ଛକରୁ ଦୁର୍ନୀତି ନିବାରଣ ସମ୍ପର୍କିତ ଏକ ସଚେତନ ଶୋଭାଯାତ୍ରା ବାହାରି ମିଶନ ଶକ୍ତି ସଭା ଗୃହ ଯାଏଁ ପରିକ୍ରମା କରିଥିଲା ଏବଂ ଶୋଭାଯାତ୍ରା ପରେ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ, ଏସ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ, ବକ୍ତା ଭାବେ ଡକ୍ଟର ବିଜୟ କୁମାର ମିଶ୍ର, ଜିଲ୍ଲା ଓକିଲ ସଂଘ ର ସଭାପତି ନରସିଂହ ତ୍ରିପାଠୀ,ଯୋଗଦେଇଥିଲେ। ଜିଲ୍ଲାପ୍ରଶାସନ, ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲାପାଳ ଡକ୍ଟର ମିଶ୍ର ସମସ୍ତଙ୍କୁ ଦୁର୍ନୀତି ନିବାରଣ ସମ୍ପର୍କିତ ସାଧୁ ତାର ଶପଥ ପାଠ କରାଇଥିଲେ। ଜିଲ୍ଲାପାଳ ଡକ୍ଟର ମିଶ୍ର ତାଙ୍କ ବକ୍ତବ୍ୟରେ ଦୁର୍ନୀତି ଏକ ସାମାଜିକ ବ୍ୟାଧି କହି ଦୁର୍ନୀତି ମୁକ୍ତ ରାଷ୍ଟ୍ର ଗଠନ ରେ ସବୁ ସ୍ତରରେ ସମସ୍ତଙ୍କର ପ୍ରମୁଖ ଭୂମିକା ରହିଛି, ବିଶେଷ କରି ସମସ୍ତେ ନିଜ ନିଜ ସ୍ତରରେ ସତର୍କ ରହି, ବିଧି ବ୍ୟବସ୍ଥା ମଧ୍ୟରେ ମାନବିକ ମୂଲ୍ୟବୋଧ ଆଧାର ରେ ସେବା ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ବକ୍ତା ଡକ୍ଟର ବିଜୟ ମିଶ୍ର, ତାଙ୍କ ବକ୍ତବ୍ୟରେ ମନୁ ଓ କୋଟଲ୍ୟ ଙ୍କ ନୀତିବାଣୀ ସମ୍ପର୍କରେ ଉଲ୍ଲେଖ କରି ଦୁର୍ନୀତି ଓ ଦୁର୍ନୀତି ନିବାରଣ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟତମ ବକ୍ତା ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ତ୍ରିପାଠୀ ଦୁର୍ନୀତି ଗ୍ରସ୍ତ ତଥା ଦୁର୍ନୀତି କୁ ହଟାଇବା ପାଇଁ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସର ଜିଲ୍ଲାସ୍ତରୀୟ ଅନୁଷ୍ଟିତ ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୂର୍ତ୍ତିରଞ୍ଜନ୍ ସାମନ୍ତରାୟ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଦେବୀ ପ୍ରସାଦ ଟାଳି, ପ୍ରକଳ୍ପ ପ୍ରଶାସକ ଜନଜାତି ଉନ୍ନୟନ ବିଭାଗ ବେଣୁଧର ଶବର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣ ଲତା ବିଶ୍ୱାସ, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଗ, ଦିଲିପ୍ କୁମାର ଦାସ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଗୋଷ୍ଟି ଉନ୍ନୟନ ଅଧିକାରୀ, ଶିବ ପ୍ରସାଦ ପଟ୍ଟନାୟକ, ଏସି ଏଫ୍, ଧନୁର୍ଜୟ ମହାପାତ୍ର, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନୀଆଳ ପରିଚାଳନା କରିଥିଲେ। ଶେଷରେ ଉପ ଆରକ୍ଷୀ ଅଧିକ୍ଷକ ଦୁର୍ନୀତି ନିବାରଣ ବିଭାଗ କଳା ବତି ବାଘ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।
ରାଜ୍ୟ
ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ।
- Hits: 521











