ନଭେମ୍ବର ୧୦ ତାରିଖରେ ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି
ଭୁବନେଶ୍ୱର : ଶେଷରେ ବାଜିଲା ବୀଗୁଲ ପଦ୍ମପୁର ଉପନିର୍ବାଚନ ପାଇଁ | ତାରିଖ ହେଲା ଘୋଷଣା। ଆଜି ନିର୍ବାଚନ କମିଶନ ଙ୍କର ଚିଠି ନମ୍ବର ECI/83/2022 ମାଧ୍ୟମରେ ଉପନିର୍ବାଚନ ଘୋଷଣା କରିଛନ୍ତି । ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଶୁନ୍ୟ ହୋଇଥିବା ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ ରେ ଭୋଟ ଗ୍ରହଣ ହେବ । ୮ ତାରିଖରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡିଛି | ନଭେମ୍ବର ୧୦ ତାରିଖରେ ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରକାଶ ପାଇବ ।
ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ବିଜ୍ଞପ୍ତି ଅନୁଯାୟୀ , ନଭେମ୍ବର ୧୦ ରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ । ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ ରଖାଯାଇଛି । ୧୮ ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବାସହ ନଭେମ୍ବର ୨୧ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି | ଡିସେମ୍ବର ୫ ରେ ମତଦାନ କରାଯାଇ ୮ ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ସୂଚନାଯୋଗ୍ୟ ଯେ ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗତ ବରିହା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୫,୭୩୪ ଭୋଟ ବ୍ୟବଧାନରେ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।











