ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶାର ଦ୍ଵିତୀୟ ବୃହତମ ବ୍ଳକ ମୋହନା। ୩୯ଟି ପଞ୍ଚାୟତର ଶହଶହ ଅଧିବାସୀ ରାତି ପାହିଲେ ବିଭିନ୍ନ ସରକାରୀ ଓ ବେସରକାରୀ କାମରେ ଏଠାକୁ ଆସିଥାନ୍ତି। ଏଠାରୁ ଜିଲ୍ଲା ଓ ଜିଲ୍ଲା ବାହାରକୁ ବିଭିନ୍ନ କାମ ନେଇ ରାତିରେ ବସରେ ଯିବା ପାଇଁ ଲୋକେ ବିଶ୍ରାମଗାରରେ ବହୁ ସମୟ ଧରି ବସକୁ ଅପେକ୍ଷା କରିଥାନ୍ତି।
କିନ୍ତୁ ଏଠାରେ ଶୌଚାଳୟ ନ ଥିବା ବେଳେ ବିଜୁଳିବତୀର ଆଲୋକ ସଂଯୋଗୀକରଣ ନାହିଁ। ବିଶ୍ରାମା ଗାରଟି ସଂପୂର୍ଣ୍ଣ ଅନ୍ଧକାରରେ ଲୁଚି ରହୁଛି । ଲୋକେ ଅନ୍ଧକାରରେ ଭୟଭୀତ ଅବସ୍ଥାରେ ଗାଡ଼ିକୁ ଅପେକ୍ଷା କରି ରହୁଛନ୍ତି। ପଞ୍ଚାୟତ ପକ୍ଷରୁ ବିଦ୍ୟୁତ ବ୍ୟବସ୍ଥା ହୋଇ ନ ଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ବିଶ୍ରାମାଗାରରେ ଆଲୋକ ସଂଯୋଗୀକରଣ କରିବା ପାଇଁ ଦାବି ହେଉଛି।
ରାଜ୍ୟ
ଅନ୍ଧାରରେ ଯାତ୍ରୀ ବିଶ୍ରାମଗାର : ଆଲୋକିକରଣ କରିବା ପାଇଁ ଦାବି
- Hits: 344











