ହେଡଲାଇନସ୍:

ନେମାଳ ଜେ.ବି.ଏମ୍ କମ୍ପ୍ୟୁଟର ଏଜୁକେସନ ରେ ମୁରୁଜ ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଜେ.ବି.ଏମ୍ କମ୍ପ୍ୟୁଟର ଏଜୁକେସନ ନେମାଳ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଏକ ମୁରୁଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ରୀ ବର୍ଷାପ୍ରିୟଦର୍ଶିନୀ ମହାନ୍ତି, ଅଞ୍ଜଳି ପୁହାଣ, ଶାଶ୍ୱତୀ ପ୍ରିୟଦର୍ଶିନୀ ମହାପାତ୍ର, ଦିବ୍ୟାଜ୍ୟେତି ନାଏକ, ପୂଜାରାଣୀ ସେଠୀ, ଜ୍ୟୋତିପ୍ରଜ୍ଞା ଦାସ, ଶୁଭସ୍ମିତା ଦାସ, ମୋନାଲିସା ମହାରଣା, ବନିତା ଦାସ, ସସ୍ମିତା ପାତ୍ର, ଛାତ୍ର ସତ୍ୟବ୍ରତ ସ୍ୱାଇଁ, ଆକାଶ ଦଳାଇ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ପ୍ରତିଯୋଗିତାରେ ଛାତ୍ରୀ ଅଞ୍ଜଳି ପୁହାଣ ପ୍ରଥମ ସ୍ଥାନ ଅଧିକାର କରିଥିଲାବେଳେ ଯୁଗ୍ମ ଭାବରେ ଦ୍ୱିତୀୟ ସ୍ଥାନରେ ବର୍ଷାପ୍ରିୟଦର୍ଶିନୀ ମହାନ୍ତି ଓ ମୋନାଲିସା ମହାରଣା, ତୃତୀୟ ସ୍ଥାନରେ ସସ୍ମିତା ପାତ୍ର, ଦିବ୍ୟଜ୍ୟୋତି ନାଏକ ବିଜୟୀ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଜେ.ବି.ଏମ୍ କମ୍ପ୍ୟୁଟର ଏଜୁକେସନର ଅଧ୍ୟକ୍ଷ ଜାନକୀ ବଲ୍ଲଭ ମହାନ୍ତି ଏବଂ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼କ୍ଟର ଦିଲ୍ଲୀପ କୁମାର ଦେ, ଦେବେନ୍ଦ୍ରନାଥ ସାହୁ, ମଳୟ କୁମାର ଦେ , ପୂର୍ବତନ ସରପ ଶଶିକାନ୍ତ ମହାନ୍ତି, କଣ୍ଠଶିଳ୍ପୀ କୁମାର ଜାନୁ ଏବଂ ସମାଜସେବୀ ସୁଶାନ୍ତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ଛାତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

0
0
0
s2sdefault