ମାହାଙ୍ଗା/ଦେବେନ୍ଦ୍ର ଷଡ଼ଙ୍ଗୀ: ସବୁବେଳେ ସବୁ ସମୟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଉନ୍ନତି କଥା ଚିନ୍ତା କରିଆସୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ, ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ କଥା କହୁଛୁ l ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପକ୍କା ସଡକ ତିଆରି କରିବା ହେଉ,ନଈ ନାଳରେ ବ୍ରିଜ ବନେଇବା କଥା ହେଉ, ସ୍ୱାସ୍ଥ୍ୟ କିମ୍ବା ସାହିତ୍ୟ ସଂସ୍କୃତି ପାଇଁ ସମୟ ଦେବା କଥା ହେଉ l ଏସବୁ ଅପେକ୍ଷା ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇ ପ୍ରତି ପରିବାରରେ ଅଧିକରୁ ଅଧିକ ପିଲାଙ୍କୁ ମଣିଷ କରିବାର ଦାୟୀତ୍ୱ ଆମର ଏକଥା ଉପରେ ବିଧାୟକ ପ୍ରତାପ ଜେନା ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି l ଆଜି ଆମେ ଏପରି ଦୃଶ୍ୟ ଦେଖିବାକୁ ପାଇଲୁ କି ବିଧାୟକ ପ୍ରତାପ ଜେନା ମାହାଙ୍ଗା ମହାବୀର ହାଇସ୍କୁଲରେ ପହଂଚି ବିଭିନ୍ନ ଶ୍ରେଣୀରେ କିପରି ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଉଛନ୍ତି l ସାଥିରେ ଅଛନ୍ତି ସ୍ଥାନୀୟ ଗ୍ରାମବାସୀ, ବୁଦ୍ଧିଜୀବୀ, କଟକ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ବର କୁମାର କର ,ମାହାଙ୍ଗା ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ବେହେରା , ବିଡ଼ିଓ ନିହାର ରଞ୍ଜନ ମଲିକ, ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବରିଷ୍ଠ ସାମ୍ବାଦିକ ତଥା କୁଣ୍ଡି ସେବା ସମବାୟ ସମିତି ଅଖିଳେଶପଦ ମହାନ୍ତି ଏବଂ ବହୁ ଶିକ୍ଷାବିତ ଓ ବୁଦ୍ଧିଜୀବୀ l ଚତୁର୍ଥ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ, ଗୋଟିଏ ପରେ ଗୋଟିଏ ଶ୍ରେଣୀରେ ପହଂଚୁଥାନ୍ତି ଏହି ନେତା l ଗଣିତ ଠାରୁ ବିଜ୍ଞାନ, ସାହିତ୍ୟ ଠାରୁ ବ୍ୟାକରଣ,ସ୍ମାର୍ଟ କ୍ଲାସ ଭିତରେ ପିଲାଙ୍କ ସହିତ ଶିକ୍ଷକ ଭୂମିକାରେ ଅବତୀର୍ଣ୍ଣ ବିଧାୟକ ଶ୍ରୀ ଜେନା l
ଶ୍ରେଣୀ ଗୃହରେ ସେ କେବଳ ପାଠ ପଢ଼େଇ ଥିଲେ ସେକଥା ନୁହେଁ, ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ପ୍ରଧାନଶିକ୍ଷକଙ୍କ ଠାରୁ ଆରଂଭ କରି ଶିକ୍ଷକମିଟି ସଦସ୍ୟ, ଅଭିଭାବକଙ୍କ ଠାରୁ ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ, ଗୋଟିଗୋଟି ଆଲୋଚନା କରିଥିଲେ ଏହି ନେତା ଜଣକ l କେବଳ ମାହାଙ୍ଗାର ମହାବୀର ହାଇସ୍କୁଲ ନୁହେଁ, ବରାହୀପୁର ଠାରୁ ହଳଦିଆ, ଏରକଣା, ବାଲିପଡ଼ା, ସବୁ ଅଂଚଳରେ ପହଂଚି ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ ବିଧାୟକ ଶ୍ରୀ ଜେନା l ସେ ସମସ୍ତଙ୍କୁ ଗୋଟିଏ କଥା କହୁଥିଲେ,ପ୍ରତ୍ୟେକ ପିଲାଙ୍କୁ ଉତ୍ତମ ଶିକ୍ଷା ଯୋଗାଇ ଦିଆଯାଉ l 5 ଟି ଜରୀଆରେ ସମସ୍ତ ବିଦ୍ୟାଳୟକୁ ଯୋଡିବାର ପ୍ରୟାସ ସରକାର ଆରଂଭ କରିଥିବାରୁ,ଜନ ପ୍ରତିନିଧି ମାନେ ଅନ୍ୟାନ୍ୟ କାର୍ଯ୍ୟ ଭିତରେ ପିଲା ମାନଙ୍କ ପାଠପଢ଼ା ଉପରେ ଯେତେ ଅଧିକ ଗୁରୁତ୍ୱ ଦେଇପାରିବା, ଆମ ଅଞ୍ଚଳ ସେତେ ବିକଶିତ ହୋଇପାରିବ ବୋଲି ସେ ଆହ୍ୱାନ ଦେଇଥିଲେ l ବିଧାୟକଙ୍କ ଏପରି ଚିନ୍ତାଧାରାକୁ ସବୁ ମହଲରୁ ପ୍ରଶଂସା କରାଯିବା ଦେଖିବାକୁ ମିଳିଥିଲା l
ରାଜ୍ୟ
5ଟି ବିଦ୍ୟାଳୟ ଗସ୍ତ କରି ଭିତ୍ତିଭୂମିର ବିକାଶ ପାଇଁ ଆଲୋଚନା କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇଲେ lପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା
- Hits: 549