ହେଡଲାଇନସ୍:

ପାଞ୍ଚ ଦଫା ଦାବି ନେଇ ଆଜି ପାଇକମାଲ ବନ୍ଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ରେ ଆଜି ପାଇକମାଲ ଓ ଆଖପାଖ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଦାବୀକୁ ନେଇ ଆଜି ପାଇକମାଲ ବଣିକ ସଙ୍ଘ ଓ ନାଗରିକ କମିଟି ତରଫରୁ ସକାଳ ଛଅ ଘଣ୍ଟା ସମୟରୁ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ରେ ଗାଡି ଚଳାଚଳ ଓ ଅତ୍ୟାବଶ୍ୟକୀୟ ସେବା କୁ ବାଦ ଦିଅ ଯାଇଥିବା ବେଳେ ଦୋକାନ ବଜାର ସମ୍ପୁ5ବନ୍ଦ ରହିଥିଲା । ପ୍ରତ୍ୟେକ ଦିନ ଭଳି କିଛି ସ୍କୁଲ ଓ କଲେଜ ଖୋଲିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ତାହା ମଧ୍ୟ ବନ୍ଦ କରି ଦିଆ ଯାଇଥିଲା । ପାଇକମାଲ ରେ ନିୟମିତ ବା ଅନବରତ ସ୍ୱାସ୍ଥ୍ୟ ସେବା ପାଇଁ ଏକ ଅତ୍ୟାଧୁନିକ CHC ର ଅତ୍ୟଧିକ ଆବଶ୍ୟକତା ରହିଛି । ବର୍ତ୍ତମାନ ପାଇକମାଲ ଡାକ୍ତରଖାନା ରେ କେବଳ ଜଣେ ଡାକ୍ତର ଅଛନ୍ତି । ଯାହାଫଳରେ ଲୋକେ ଆବଶ୍ୟକତା ମୁତାବକ ସ୍ୱାସ୍ଥ୍ୟ ସେବା ପାଇବାରେ ବଂଚିତ ହେଉଛନ୍ତି । ତେଣୁ ପାଇକମାଲ ରେ ଏକ ଅତ୍ୟାଧୁନିକ CHC ତୁରନ୍ତ ଆବଶ୍ୟକତା ରହିଛି । ସେହିଭଳି , ଜନସଂଖ୍ୟା ଓ ଅନ୍ୟାନ୍ୟ ଭିତ୍ତିଭୂମି କୁ ଦେଖିଲେ ପାଇକମାଲ ଏକ NAC ହେବା କଥା କିନ୍ତୁ ବହୁଦିନ ହେଲା ଅଂଚଳ ବାସୀ NAC ପାଇଁ ଦାବି କରି ଆସୁଥିଲେ ସୁଦ୍ଧା ଆଜି ପର୍ୟ୍ଯନ୍ତ ତାହା ପୂରଣ ହୋଇ ପାରି ନାହିଁ । ସେମିତି ବର୍ତମାନ ପାଇକମାଲ ଅଂଚଳରେ ବିଦ୍ୟୁତ କାଟ ଏକ ସାଧାରଣ କଥା । ମୁଖ୍ୟତଃ ଗ୍ରାମାଞ୍ଚଳରେ କ୍ରମାଗତ ଭାବରେ ବିଦ୍ୟୁତ କାଟ ହେଉଛି । ଯେତେବେଳେ ଲାଇଟ ରହୁଛି ସେ ସମୟରେ ଲୋ ଭୋଲ୍ଟେଜ ସମସ୍ୟା ରହୁଛି । ମୂଖ୍ୟତଃ ଗ୍ରୀଷ୍ମ ଋତୁରେ ପାୱାର କଟ ସହିତ ଲୋ ଭୋଲ୍ଟେଜ ସମସ୍ୟା ରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଏଣୁ ପାଇକମାଲ ଅଂଚଳରେ ଏକ ଗ୍ରୀଡ଼ ସ୍ଥାପନ କରିବା ଅତ୍ୟନ୍ତ ଆବଶ୍ୟକ । ଏହା ସହିତ ପାଇକମାଲ ରେ ଏକ JMFC କୋର୍ଟ ର ସ୍ଥାପନ ତଥା ପଦ୍ମପୁର ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ପାଳନ କୁ ସାଧାରଣ ଜନତା ସ୍ବତ ସମ୍ମର୍ଥନ କରିବା ସହିତ ପ୍ରତକ୍ଷ ଭାବରେ ସାମିଲ ମଧ୍ୟ ହୋଇଛନ୍ତି ।

0
0
0
s2sdefault