ହେଡଲାଇନସ୍:

ପୂର୍ବତଟ ରେଳପଥ ଡ଼ିଆରଏମଙ୍କ ପାରଳାଖେମୁଣ୍ଡି ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହ : ପୂର୍ବତଟ ରେଳ ପଥ ଡ଼ିଆରଏମ ଅନୁପ ଶତପଥି ବୁଧବାର ଦିନ ପାରଳାଖେମୁଣ୍ଡି ଗସ୍ତ କରିଥିବାର ଜଣାପଡିଛି। ଡ଼ିଆରଏମ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ ରାୟଗଡା ଜିଲ୍ଲାର ଗୁଣପୁର ରେଳ ଷ୍ଟେସନର ପୁନରୁଦ୍ଧାର ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ପାରଳାଖେମୁଣ୍ଡି ରେଳ ଷ୍ଟେସନର ପୁନରୁଦ୍ଧାର ଓ ଷ୍ଟେସନରେ ବିଭିନ୍ନ ଆନୁସାଙ୍ଗିକ ସୁବିଧା ଯୋଗାଇବା ନିମନ୍ତେ ସ୍ଥାନୀୟ ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ଦାବି ମୁତାବକ ବିଭାଗ ଏଥିପାଇଁ ଅର୍ଥ ମଞ୍ଜୁର କରିବା ସହ ଟେଣ୍ଡର ପ୍ରକ୍ରିୟା ସାରିଥିବାରୁ ଗୋଟିଏ ସପ୍ତାହ ମଧ୍ୟରେ ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ସୂଚନା ପ୍ରଦାନ କରାଯାଇଛି।
ତତ୍ ସହିତ ଗୁଣପୁର ଓ ପାରଳାଖେମୁଣ୍ଡି ଲୋକଙ୍କ ଲାଇଫଲାଇନ ପାଲଟିଥିବା କଟକ-ଗୁଣପୁର ମେମୁ ଟ୍ରେନର ସଫେଇ ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ସାଧାରଣରେ ଦାବି ହୋଇଥିଲା। ଯାହାକୁ ନେଇ ଡ଼ିଆରଏମ ଅନୁପ ଶତପଥି ଲୋକଙ୍କ ଦାବିକୁ ଅଗ୍ରାଧିକାର ଭିତ୍ତିରେ ଯଥାଶୀଘ୍ର ଏହି ରାସ୍ତାରେ ଚାଲୁଥିବା ଟ୍ରେନ ଗୁଡିକର ସଫେଇ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି। ପ୍ଳାଟ ଫର୍ମର ଉନ୍ନତି କରଣ ପରେ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଡ଼ିଆରଏମ ଶ୍ରୀ ଶତପଥି ପ୍ରତିଶ୍ରୁତି ଦେଇଛନ୍ତି ।
ଡ଼ିଆରଏମଙ୍କୁ ପାରଳା ରେଳ ଷ୍ଟେସନ ସମେତ ଜିଲ୍ଲାର ଅନ୍ୟାନ୍ୟ ଷ୍ଟେସେନରେ ରାଜ୍ୟରଣୀ ଟ୍ରେନ ରହଣି, ନୂତନ ଟ୍ରେନ ଚଳଚଳ , ଷ୍ଟେସନ ପରିସରରେ ଅଲୋକିକରଣ ବାବସ୍ଥା , ଏଟିଏମ ସ୍ଥାପନ , ପାନୀୟ ଜଳ ବ୍ୟବସ୍ଥା ତୁରନ୍ତ କରାଯିବା ପାଇଁ ଉପସ୍ଥିତ ବୁଦ୍ଧିଜୀବୀ , ଜନପ୍ରତିନିଧି ଓ ସାଧାରଣ ଦାବି କରିଥିଲେ। ଏହା ସହ ଆପନ୍ନା ପରିଚ୍ଛା ସ୍ମୃତି ସଂସଦ ତରଫରୁ ଡିଆର୍‌ଏମ୍‌ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଡିଆର୍‌ଏମ୍‌ଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କେ ଆଲୋଚନା ତଥା ଦାବି କରିଥିବା ବ୍ୟକ୍ତି ବିଶେଷମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣରାଓ , ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ , ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ପ୍ରମୁଖଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତଥିଲେ।

0
0
0
s2sdefault