ନଭେମ୍ବର ୧୫ ତାରିଖରେ ଜିଲ୍ଲାସ୍ତରରେ ସମସ୍ତ ଦଳୀୟ କର୍ମକର୍ତ୍ତା ଓ କର୍ମୀ ନେବେ "ସମୂହ ଶପଥ"
ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଏକ ମାସ ବ୍ୟାପି ଜନସମ୍ପର୍କ ପଦଯାତ୍ରା ବିଭିନ୍ନ ପର୍ବପର୍ବାଣିପାଳନ କାରଣରୁ କେତେକ ସ୍ଥାନରେ ଏ ପଦଯାତ୍ରା ପୂର୍ଣ୍ଣପ୍ରାଣରେ ପାଳନ କରାଯାଇପାରିନାହିଁ | ପର୍ବପର୍ବାଣିପାଳନରେ ବ୍ୟସ୍ତତା କାରଣରୁ ବିଜେଡି କର୍ମୀ ଓ ନେତାମାନେ ସରକାରଙ୍କ ବିକାଶ ଓ ଜନସେବାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାର ଲକ୍ଷ ସାମାନ୍ୟ ବ୍ୟାହତ ହୋଇଛି | ପଦଯାତ୍ରା ମାଧ୍ୟ୍ୟମରେ ପ୍ରତି ପରିବାର ପାଖରେ ପହଂଚିବାର ଇପ୍ସିତ ଲକ୍ଷ ପୁରଣ କରିବା ପାଇଁ ବିଜେଡି ଜନ ସମ୍ପର୍କ ପଦଯାତ୍ରାର ଅବଧିକୁ ନଭେମ୍ବର ୧୫ ଯାଏଁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ବିଜୁ ଜନତା ଦଳର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତ।, ପର୍ଯ୍ୟବେକ୍ଷକ, ସଂଯୋଜକ, ସାଂସଦ, ବିଧାୟକ-ବିଧାୟିକା, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ପ୍ରମୁଖ ଦଳୀୟ ସଂଗଠନ ମାନଙ୍କର ରାଜ୍ୟ ସଭାପତି, ଏବଂ ବ୍ଲକ ଓ ନଗର ସଭାପତିଙ୍କ ଉଦ୍ଦେଶ୍ୟରେ ପତ୍ର ଲେଖିଛନ୍ତି ବିକୁ ଜନତା ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ |
ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଁଚାଇବା ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ବିଜୁ ଜନତା ଦଳର ସଭାପତି ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜନସେବା ଆଭିମୁଖ୍ୟକୁ ଆହୁରି ବ୍ୟାପକ କରିବାକୁ ସୁପ୍ରିମୋ ଗୁରୁତ୍ୱ ଦେଇଛନ୍ତି । ଜନ ସମ୍ପର୍କ ପଦଯାତ୍ରା ସହ ରକ୍ତଦାନ, ବୃକ୍ଷରୋପଣ ତଥା ଅନ୍ୟାନ୍ୟ ଜନକଲ୍ୟାଣ କାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଦଳର ଜନସେବା ଆଭିମୁଖ୍ୟକୁ ଅଧିକ ବ୍ୟାପକ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ନଭେମ୍ବର ୧୫ ତାରିଖରେ ଜିଲ୍ଲାସ୍ତରରେ ସମସ୍ତ ଦଳୀୟ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ରହି ଓଡିଶା ବାସୀଙ୍କ ସେବାରେ ପୁନଃଉତ୍ସର୍ଗ କରିବା ସହ ରାଜ୍ୟର ଉନ୍ନତି ଓ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ସମର୍ପିତ ଭାବେ କାମ କରିବା ପାଇଁ "ସମୂହ ଶପଥ ପାଠ" କରିବା ସହ ପଦଯାତ୍ରାର ସମାପ୍ତି ଘୋଷଣା କରାଯିବ ବୋଲି ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି |