ହେଡଲାଇନସ୍:

ସଂସ୍କୃତି ବିଭାଗ ନିର୍ଦ୍ଦେଶାଳୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀଙ୍କୁ ଗତକାଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶାଳୟ ପକ୍ଷରୁ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସଵରେ ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ,ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଉପସଚିବ ସଞ୍ଜୟ ମିଶ୍ର,ଉପନିର୍ଦ୍ଦେଶକ ଦେବାନନ୍ଦ ବରିହା,ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ବିଜୟ ଜେନା ,ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଭାରପ୍ରାପ୍ତ ଅଧିକାରୀ ଲଷ୍ମୀଧର ବେହେରା,ରାଜ୍ୟ ଅଭିଲେଖାଗାର ଅଧିକ୍ଷକ ଡଃ. ସୋଲେମାନ ଅଲ୍ଲୀ,ରାଜ୍ୟ ପ୍ରତ୍ନତତ୍ତ୍ୱ ସଂସ୍ଥାର ଅଧିକ୍ଷକ ଅଶ୍ୱିନୀ ଶତପଥୀ, ‘ସଂସ୍କୃତି ଓ ସଂସ୍କୃତି’ ଏବଂ ଓଡିଶା ସିନେକ୍ରିଟିକ ଆସୋସିଏସନ ପକ୍ଷରୁ ଦିଲ୍ଲୀପ ହାଲି, ରାଜ୍ୟ ସଂଗ୍ରହାଳୟ,ଉର୍ଦ୍ଦୁ ଏକାଡେମୀ,ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଗୁରୁ କେଳୁଚରଣ ଓଡିଶୀ ଗବେଷଣାକେନ୍ଦ୍ର, ଓଡିଶା ସଙ୍ଗୀତ ନାଟକ ଏକାଡେମୀ,ଓଡିଶା ଲଳିତ କଳା ଏକାଡେମୀ,ବିଭୂତି କାନୁନଗୋ ଚାରୁ ଓ ଚାରୁକଳା ମହାବିଦ୍ୟାଳୟସମେତ ବିଭାଗ ଅଧିନସ୍ଥ ବିଭିନ୍ନ ସଂସ୍ଥାର କର୍ମକର୍ତ୍ତା, ସଂସ୍କୃତି ଅଧିକାରୀମାନେ ଉପସ୍ଥିତ ରହି ବିଦାୟକାଳୀନ ଅଭିଭାଷଣ ପ୍ରଦାନ ପୂର୍ବକ ଶ୍ରୀଯୁକ୍ତ ପାଢ଼ୀ ବିଭାଗ ପାଇଁ କରିଥିବା ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ପରିଶେଷରେ ଓଡିଶୀ ସଙ୍ଗୀତ ଆସର ଅନୁଷ୍ଠିତ ହୋଇଥିଲା।

0
0
0
s2sdefault