ହେଡଲାଇନସ୍:

ଅସୁରେଶ୍ୱର ଗୋରକ୍ଷଣୀ ର 80 ତମ ବାର୍ଷିକ ଉତ୍ସବ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ପ୍ରତିଷ୍ଠିତ ଅସୁରେଶ୍ୱର ଗୋରକ୍ଷଣି ଅନୁଷ୍ଠାନର 80 ତମ ବାର୍ଷିକ ଉତ୍ସବ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆନନ୍ଦ ଉଲ୍ଲାସ ର ସହ ଅନୁଷ୍ଠିତ ହୋଇଯାଇଛି l 1943 ମସିହା ରେ ଗୋମାତା ଙ୍କ ସୁରକ୍ଷା ପାଇଁ ଗୋଟିଏ ଛୋଟା ଗୋରୁଟିଏ ରୁ ଗଢି ଉଠିଥିବା ଅଗ୍ରଣୀ ଅନୁଷ୍ଠାନ ଆଜି ଏକ ବିରାଟକାୟ ମହାଦୁର୍ମ ରେ ପରିଣତ ହୋଇଛି l ଯାହାର ମୁଖ୍ୟ ଉଦେଶ୍ୟ ଥିଲା ହଡ଼ା, ବୃଦ୍ଧ ଗାଈ ଗୋରୁ ଙ୍କୁ କଂସେଇ ଖାନାକୁ ନପଠାଯାଇ ଏହି ଗୋରଖଣି ରେ ସୁରକ୍ଷିତ ଭାବେ ପାଳନ କରାଯିବା ଯାହାପାଇଁ ଘର ଘର ବୁଲି ମୁଷ୍ଟି ଚାଉଳ ସଂଗ୍ରହ କରାଯାଇ ଏହି ଅନୁଷ୍ଠାନ ଆଜି ପର୍ଯ୍ୟନ୍ତ ଚାଲୁଅଛି l ବାର୍ଷିକ ଉତ୍ସବ ରେ ଅନୁଷ୍ଠାନର ସଭାପତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସନ୍ଥ ଡ଼ଃ.ପ୍ରସନ୍ନ ପାଟଶାଣୀ ଯୋଗଦାନ କରି ଏହି ଅନୁଷ୍ଠାନ ସମଗ୍ର ଓଡ଼ିଶାରେ ସ୍ୱତନ୍ତ୍ର ଅନୁଷ୍ଠାନ ବୋଲି ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ବକ୍ତା ଭାବେ ଅଧ୍ୟାପକ ଡ଼ଃ ଅଭିରାମ ବିଶ୍ୱାଳ, ଡ଼ଃ ବିକାଶ ପଣ୍ଡା, ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ର ସିଇଓ ଅମର କୁମାର କର, ଅନୁଷ୍ଠାନର ସଭାପତି ବରିଷ୍ଟ ସମାଜସେବୀ ପର୍ଶୁରାମ ଦିବେଦୀ, ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ବ୍ଲକ ପ୍ରାକ୍ତନ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ l ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ବାର୍ଷିକ ମୁଖପତ୍ର ଲୋକାର୍ପିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅନୁଷ୍ଠାନ ପ୍ରେମୀ ଯୋଗଦାନ କରି ସହଯୋଗ କରିଥିଲେ l

 

0
0
0
s2sdefault