ହେଡଲାଇନସ୍:

ଡକାୟତୀ ମାମଲାରେ ନୟାଗଡ଼ ଟାଉନଥାନା ପୁଲିସ ହାତରେ ଦୁଇ ଭାଇ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ଼ ଟାଉନଥାନା ପୁଲିସ ଡକାୟତୀ ମାମଲାରେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଗଣ୍ଡପଲ୍ଲୀ ଗ୍ରାମର ଦୁଇ ଭାଇ ଏ. ସନ୍ତୋଷ ଏବଂ ଏ. ଅର୍ଜ୍ଜୁନଙ୍କୁ ଗିରଫକରିଛି । ସୁନା କିଣିଥିବା ବଣିଆ ଆସ୍କା ଥାନା ଭାଲିଆପଲ୍ଲୀର ଗୋଦାବରୀ ସାହୁଙ୍କୁ ମଧ୍ୟ ଗିରଫ କରାଯାଇଛି । ଅକ୍ଟୋମ୍ବର ୧୮ ତାରିଖ ଦିନ ଅନୁସୂୟା ଦୋରା ନୟାଗଡ଼ କଲେଜ ରାସ୍ତାରେ ଥିବା ନାରାୟଣୀ ମନ୍ଦିରରେ ପୂଜା ସାରି ଫେରୁଥିବା ବେଳେ ତାଙ୍କଠାରୁ ସୁନାଚେନ୍ ଲୁଟ ହୋଇଥିଲା । ସେହିଭଳି ଭାବେ ଡିଆନବନ୍ଧ ସାହିର ତୃପ୍ତି ମଞ୍ଜରୀ ସାହୁ ମଧ୍ୟ ସୁନାଚେନ୍ ଲୁଟ ନେଇ ଅଭିଯୋଗ କରିଥିଲେ । ପୁଲିସ ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତ ୨ ଭାଇଙ୍କଠାରୁ ୨ଟି ବାଇକ, ୧୦ଟି ମୋବାଇଲ, ଗୋଟିଏ ସୁନାଚେନ ଜବତ କରାଯାଇଥିବା ବେଳେ ତାଙ୍କଠାରୁ ଏକ ଚେନ୍ କିଣିଥିବା ବଣିଆ ଗୋଦାବରୀଙ୍କଠାରୁ ଗୋଟିଏ ସୁନାଚେନ୍ ଜବତ କରାଯାଇଛି । ମଙ୍ଗଳବାର ଟାଉନଥାନା ପୁଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ, ଏସଡିପିଓ ଶୁଭେନ୍ଦୁ ସିହ୍ନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

0
0
0
s2sdefault