ଜଗତସିଂହପୁର, /ସୁମନ୍ତ କୁମାର ଦାସ: ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ର ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଅଛି l ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଆମ ରାଜ୍ୟ ତଥା ସାରା ଦେଶରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଅଛି l ଜିଲ୍ଲାସ୍ତରୀୟ ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ କହିଲେ ଦୁର୍ନୀତି ଏକ ସାମାଜିକ ବ୍ୟାଧି l ଦେଶରେ ଆର୍ଥିକ ରାଜନୀତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠାରୁ ବଡ଼ ପ୍ରତିବନ୍ଧକ l ସରକାରୀ ଅଧିକାରୀ ଓ କର୍ମଚାରୀ ସତର୍କ ଓ ସଚେତନ ହୋଇ କାମ ଉପରେ ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ l ସରକାରଙ୍କ ଜନ ମଙ୍ଗଳ ଯୋଜନାଗୁଡିକ ଦରିଦ୍ରରୁ ଦରିଦ୍ର ତମ ଲୋକ ପାଖରେ ପହଂଚାଇବା ଦରକାର ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜିଲ୍ଲାପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ କହିଲେ ଦୁର୍ନୀତି ଦ୍ୱାରା ରାଷ୍ଟ୍ର ବିକଶିତ ହୋଇପାରିବନାହିଁ l ଯେଉଁମାନେ ଦୁର୍ନୀତି ଲିପ୍ତ ରହୁଛନ୍ତି ସେମାନେ କଳଙ୍କିତ ହେଉଛନ୍ତି ଏବଂ ଜେଲ ଯାଉଛନ୍ତି l ଜନସାଧାରଣ ମଧ୍ୟ ସଚେତନ ହେବା ଦରକାର l ସମ୍ମାନିତ ଅତିଥିଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ କହିଲ ଦୁର୍ନୀତି ମଣିଷର ସହଜାତ ପ୍ରକୃତିରେ ପରିଣତ ହେଇଛି l ଦୁର୍ନୀତି ଗସ୍ତ ଲୋକଙ୍କୁ ପରିବାର ଓ ସମାଜ ସମର୍ଥନ ଓ ପ୍ରୋତ୍ସାହନ ଦେବା କଥା ନୁହେଁ l ପ୍ରାରଂବରେ ଉପଆରକ୍ଷୀ ଅଧ୍ୟକ୍ଷକ ହେମନ୍ତ କୁମାର ମହାନ୍ତି ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଶତାୟୁ ପୁରୁଷ ବିଶ୍ଵନାଥ ଦାସଙ୍କ ବିୟୋଗରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ଶ୍ରୀକୃଷ୍ଣ ଏକାଡେମୀ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ , ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ , ବିଭାଗୀୟ ଅଧିକାରୀ ,ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ସଦସ୍ୟ, ନେହେରୁ ଯୁବ କେନ୍ଦ୍ର ସ୍ବେଛାସେବୀ, ଶିକ୍ଷକ ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ସମସ୍ତ କାର୍ଯ୍ୟ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ଜଗତସିଂହପୁରଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ
- Hits: 341