ହେଡଲାଇନସ୍:

ବିଜେପିର ଗୁଣ୍ଡାଗର୍ଦ୍ଦି ଦିନକୁ ଦିନ ସୀମା ଟପିବାରେ ଲାଗିଛି: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଧାମନଗର ଉପ ନିର୍ବାଚନରେ ନିଶ୍ଚିତ ପରାଜୟ ଭୟରେ ବିଜେପି ସମସ୍ତ ନିୟମ ଉଲଂଘନ କରୁଛି । ବାରମ୍ବାର ମହିଳାଙ୍କ ଉପରେ ଆକ୍ରମଣ କରି ଚାଲିଛି ଓ ଅପମାନିତ କରିଚାଲିଛି ବିଜେପି । ଅଶୋଭନୀୟ ଆଚରଣ କରିବା ସହ ଗାଳି ଗୁଲଜ ତଥା ମହିଳାଙ୍କୁ ବଦନାମ କରିବାକୁ ପଛାଉନାହାନ୍ତି ବିଜେପି ନେତା ଓ କର୍ମୀ ।ଏନେଇ ପୁଣି ସିଇଓଙ୍କୁ ନିକଟରେ ଫେରାଦ ହୋଇଛି ବିଜେଡିର ୭ ଜଣିଆ ପ୍ରତିନିଧି ଦଳ । ବିଜେପିର ଗୁଣ୍ଡାଗର୍ଦ୍ଦି ଦିନକୁ ଦିନ ସୀମା ଟପିବାରେ ଲାଗିଛି । ମହିଳା ଏସଏଜିଙ୍କ ବିରୋଧରେ ଫେକ ଭିଡିଓ ଜାରି କରି ନାରୀ ଶକ୍ତି ଓ ମହିଳା ଏସଏଜିଙ୍କ ଗାରିମାଙ୍କୁ ନଷ୍ଟ କରିବାକୁ ଚେଷ୍ଟା କରିଛି ବିଜେପି ।
ବରିଷ୍ଠ ମନ୍ତ୍ରୀଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ ବିଜେପି କର୍ମୀ । ଏପରିକି ଗତକାଲି ଜଣେ ମହିଳା ମମତା ଆଚାର୍ଯ୍ୟଙ୍କୁ ଆକ୍ରମଣ କରିବା ସହ ତାଙ୍କ ମିଠା ଦୋକାନ ଭଙ୍ଗାରୁଜା କରାଯାଇଛି । ବିଜେପିର ଜଣେ କ୍ୟାଡର ଏହି କାର୍ଯ୍ୟ କରିଛନ୍ତି । ଏନଏସଏରେ ବୁକ ହୋଇଥିବା ଜଣେ ଅପରାଧି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର କର୍ମୀ ଏହି କାର୍ଯ୍ୟ କରିଛନ୍ତି । ବିଜେପିର ଏହି ମହିଳା ବିରୋଧୀ ଆଚରଣକୁ ବିଜେଡି ନିନ୍ଦା କରିଛି । ନିଶ୍ଚିତ ପରାଜୟ ଆଶଙ୍କାରେ ହତାଶ ବିଜେପି ନେତା ଓ କର୍ମୀ ମାନେ ଗୁଣ୍ଡାଗିରିକୁ ଓହ୍ଲାଇ ଆସିଛନ୍ତି ବୋଲି ଅଭିଯୋଗ କରିବା ସହ ସେଇ ବିଜେପି ନେତା ଓ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେଡି ପ୍ରତିନିଧି ଦଳ | ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିବା ପ୍ରତିନିଧି ଦଳରେ ଶ୍ରୀ ଲେନିନ ମହାନ୍ତି, ତୁମ୍ବନାଥ ପଣ୍ଡା, ଶ୍ରୀମୟୀ ମିଶ୍ର, ପ୍ରିୟବ୍ରତ ମାଝୀ, ଓମ ପ୍ରକାଶ ସାହୁ, ଲୋରା ମହାପାତ୍ର, ପ୍ରଶାନ୍ତ ସାହୁ, ମଧୁସ୍ମିତା ନାୟକ ପ୍ରମୁଖ ସାମିଲ ଥିଲେ |

0
0
0
s2sdefault