-
ଅନେକ ବିଭାଗ ର ବିଶେଷଜ୍ଞ ପଦବୀ ଖାଲି,
-
ନୃତନ ଡାକ୍ତର ଯୋଗ ଦେଇ ପୁଣି ଛୁଟିରେ
ଟିଟିଲାଗଡ଼/ରଶ୍ମି ରେଖା ମହାପାତ୍ର : ଟିଟିଲାଗଡ଼ ସହର ମଧ୍ୟରେ ରହିଛି ଉପଖଣ୍ଡ ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ l ଟିଟିଲାଗଡ଼ ସହର ସମେତ ଟିଟିଲାଗଡ଼ ବ୍ଲକ ଏବଂ କଳାହାଣ୍ଡି ଜିଲ୍ଲା ସୀମାନ୍ତ ବର୍ତ୍ତୀ ଅଞ୍ଚଳ ସହ ନୂଆପଡା ଜିଲ୍ଲା ର ସୀମାନ୍ତ ବର୍ତ୍ତୀ ଅଞ୍ଚଳ ର ହଜାର ହଜାର ଲୋକେ ଏହି ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରି ଆସୁଥିବା ବେଳେ ଏଠାକାର ଡାକ୍ତର ମରୁଡି ଯୋଗୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କୁ ସ୍ଥାନାନ୍ତର ହେବା ହିଁ ସାର ହେଉଛି l ଟିଟିଲାଗଡ଼ ମୁଖ୍ୟ ଡାକ୍ତର ଖାନରେ 18 ଜଣ ଡାକ୍ତର ଙ୍କ ପଦବୀ ରହିଥିବା ବେଳେ ବର୍ତ୍ତମାନ ମାତ୍ର 7 ଜଣ ଡାକ୍ତର ରହିଥିବାରୁ ଚିକିତ୍ସା ସେବା ଅନେକ ସମୟରେ ବ୍ୟାହତ ହେଉଛି l ପୁଣି 7 ଜଣ ଡାକ୍ତର ଙ୍କୁ ଦିନ ରାତି ଡ୍ୟୁଟି କରିବାକୁ ପଡୁଥିବାରୁ ଆହୁରି ଅନେକ ସମସ୍ୟା ବି ଦେଖା ଦେଉଛି l ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ ନାୟକ ଙ୍କ କହିବା ଅନୁଯାୟୀ ଏହି ମୁଖ୍ୟ ଡାକ୍ତରଖାନା ରେ 18 ଜଣ ଡାକ୍ତର ଙ୍କ ପାଇଁ ପଦବୀ ରହିଛି l ହେଲେ ଔଷଧ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, ନିସ୍ତେଜକ ବିଶେଷଗ୍ୟ, ଆଖି ବିଭାଗ ଡାକ୍ତର, ସର୍ଜରୀ ବିଭାଗ, ପାଥୋଲେବ ବିଭାଗ ପରି ବହୁ ଗୁରୁତ୍ୱପୁର୍ଣ ବିଭାଗ ରେ ଡାକ୍ତର ନାହାନ୍ତି l ଗତ କିଛି ସପ୍ତାହ ତଳେ ଦୁଇ ଜଣ ଡାକ୍ତର ଙ୍କ ପୋଷ୍ଟିଙ୍ଗ ହୋଇଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଙ୍କ ପାଇଁ କୋଠରୀ ବା ରହିବା ସ୍ଥାନ ନ ଥିବାରୁ ସେ ଛୁଟିରେ ରହିଛନ୍ତି l ଠିକ ସେହିପରି ସର୍ଜରୀ ବିଭାଗ ଡାକ୍ତର ଯୋଗ ଦେବା ପରେ ପୁଣି ତାଙ୍କର ବଦଳି କୋରାପୁଟ କୁ ହୋଇଛି l ଅମାନଂଙ୍କ ମଧ୍ୟରୁ ଜଣେ ଶିଶୁରୋଗ ବିଶେଷଜ୍ଞ ଙ୍କ ଅବସ୍ଥା ମଧ୍ୟ ଠିକ ନାହିଁ, ଦୀର୍ଘ ବର୍ଷ ଧରି ସ୍ୱାସ୍ଥ୍ୟ ଗତ ସମସ୍ୟା ରେ ରହିବା ପରେ ଏବେ ଯଥାଶୀଘ୍ର ଶିଶୁ ରୋଗୀ ମାନଙ୍କୁ ଦେଖାଦେଖି କରୁଛନ୍ତି l ଏମିତି ଅବସ୍ଥାରେ ଟିଟିଲାଗଡ଼ ସରକାରୀ ମୁଖ୍ୟ ଚିକିତ୍ସାଳୟ ଚିକିତ୍ସା ବ୍ୟବସ୍ଥା କେମିତି ରହିଥିବ ତାହା ଯେ କେହି ବି ହୃଦୟଙ୍ଗମ କରି ପାରିବେ l ଏମିତି କି ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟ ରେ 28 ଜଣ ନର୍ସ ଙ୍କ ପଦବୀ ରହିଥିବା ବେଳେ ବର୍ତମାନ 16 ଜଣ ନର୍ସ ରହିଛନ୍ତି l ଯାହାକୁ ନେଇ ବାହାରେ ରହିଥିବା ଚିକିତ୍ସା କେବିନ କୁ ସହଜରେ ନର୍ସ ମାନଙ୍କ ପାଦ ପଡେ ନାହିଁ l କର୍ମଚାରୀ ଅଭାବରୁ ନର୍ସ ମାନଙ୍କ ମଧ୍ୟ ସ୍ଥିତି ଗମ୍ଭୀର ହୋଇ ପଡିଛି l ଆଉଟ ଡୋରକୁ ଆସୁଥିବା ରୋଗୀ ମାନଙ୍କୁ ଭର୍ତି ତିନି ଚାରି ଜଣ ଡାକ୍ତର ଦିନ ରାତି ଦେଖୁଥିବା ବେଳେ ଗୁରୁତର ମାନଙ୍କୁ ଡାକ୍ତରଖାନା ରେ ଭର୍ତି କରାଯାଉଥିବା ବେଳେ ଡାକ୍ତର ଏବଂ ନର୍ସ ମାନଙ୍କ ଅଭାବ ଯୋଗୁ ଠିକ ଭାବରେ ରୋଗୀ ମାନେ ଉତ୍ତମ ଚିକିତ୍ସା ପାଇ ପାରୁ ନାହାନ୍ତି l ଡାକ୍ତରଖାନା ପରିସରରେ ଥିବା ଏ. ସି କେବିନ ଏବଂ ସାଧାରଣ କେବିନ ମାନଙ୍କରେ ରହୁଥିବା ରୋଗୀ ମାନଙ୍କ ସମସ୍ୟା ନ କହିବା ଭଲ l କେବଳ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ରେ ସାଧାରଣ ଜ୍ଜର, ଥଣ୍ଡା, ଖାସି ଭଳି ରୋଗର ଚିକିତ୍ସା କରାଯାଉଥିବା ବେଳେ ଅତି ଗୁରୁତର ବା ସାମାନ୍ୟ ଗୁରୁତର ରୋଗୀ ଆସିଲେ ବାହାର ମେଡିକାଲ କୁ ସ୍ଥାନାନ୍ତର କରାଯିବା ହିଁ ସାର ହେଉଛି l ପୁଣି କର୍ମଚାରି ଅଭାବ ଯୋଗୁ ଅନେକ ସମୟରେ ଡାକ୍ତର ଠୁ ନେଇ ନର୍ସ ପର୍ଯ୍ୟନ୍ତ ରୋଗୀ ତଥା ରୋଗୀ ମାନଙ୍କ ସମ୍ପର୍କୀୟ ମାନଙ୍କ ରାଗ ରୋଶର ଶିକାର ହୋଇଥାନ୍ତି l ଅଳ୍ପ କିଛି ଦିନ ତଳେ ଏକ ଭାଇରଲ ଭିଡିଓ କୁ ନେଇ ଚର୍ଚ୍ଚା ବି ଲାଗି ରହୁଛି l ଭାଇରଲ ଭିଡିଓ ରେ ଡାକ୍ତର ଜଣଙ୍କ ଏକ ବୋତଲ ରେ କିଛି ପିଉଥିବା ଦେଖିବାକୁ ମିଳିଛି l ଡାକ୍ତରଖାନା ର ଜଣେ କର୍ମଚାରି କିଛି ମାସ ପୂର୍ବେ ଉକ୍ତ ଭିଡିଓ କୁ ଉଠାଇଥିବା ବେଳେ ଏବେ ତାହା ଭାଇରଲ କରିଛନ୍ତି l ଏବଂ ଡାକ୍ତର ଙ୍କ ସହ କଥା ବାର୍ତା ହୋଇଥିବା କିଛି ବାର୍ତାଳାପ ଭାଇରଲ ହେବାରେ ଲାଗିଛି l ଯାହାକୁ ନେଇ ଟିଟିଲାଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମାନଙ୍କ ମନୋବଳ ରେ ଆଘାତ ଆସୁଥିବା ବେଳେ ଅନେକ ଡାକ୍ତର ଟିଟିଲାଗଡ଼ କୁ ଆସିବାକୁ ଅନିଚ୍ଛା ପ୍ରକାଶ କରୁଥିବା ପରୋକ୍ଷ ରେ କହିଛନ୍ତି l ଡାକ୍ତର ମାନଙ୍କୁ ଏକ ଉତ୍ତମ ବାତାବରଣ ଯୋଗାଇ ଦେବା ସହ ଚିକିତ୍ସା ସେବା କୁ ଦୃଢ କରିବା ପାଇଁ ପ୍ରୟାସ କରୁଥିବା ବେଳେ କିଛି ଘଟଣା ଯୋଗୁ ଡାକ୍ତରମାନଙ୍କ ଉପରେ ତାହାର ବେଶ ପ୍ରଭାବ ପଡୁଥିବାରୁ ଡାକ୍ତର ମାନଙ୍କ ସୁରକ୍ଷା ଉପରେ ଆଞ୍ଚ ଆସୁଥିବାରୁ ଡାକ୍ତର ମାନେ ଟିଟିଲାଗଡ଼ ସହରର ନା ଶୁଣିବା ମାତ୍ରେ ଆସିବାକୁ ନାରାଜ ହେଉ ନ ଥିବା ଏସ ଡି ଏମ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ଆଲୋଚନା ସମୟରେ ପ୍ରକାଶ କରିବା ସହ ଜଣେ ଅସ୍ଥି ଶଲ୍ୟ ବିଭାଗ ଡାକ୍ତର ଙ୍କୁ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା କୁ ପୋଷ୍ଟିଙ୍ଗ ହୋଇଥିଲେ ବି ସେ କାର୍ଯ୍ୟ ରେ ଯୋଗ ନ ଦେଇ ସହର ନିକଟସ୍ଥ ଭାଟି ପଡା ରେ ଏକ କ୍ଲିନିକ ଖୋଲିଛନ୍ତି ବୋଲି କହିଛନ୍ତି l ଏଣୁ ଜନସାଧାରଣ ଡାକ୍ତର ମାନଙ୍କ ପ୍ରତି ଉଚିତ ବ୍ୟବହାର ପ୍ରଦର୍ଶନ ପୂର୍ବକ ସକାରାତ୍ମକ ଚିନ୍ତାଧାରା ହେବା ଜରୁରୀ ବୋଲି କହିଛନ୍ତି l ଚିକିତ୍ସାଳୟ ର ସମସ୍ୟା କୁ ନେଇ ସାଧାରଣ ଲୋକେ ଅନେକ ସମୟରେ ରାଜ ରାସ୍ତା କୁ ଓଲ୍ଲାଇ ଅନେକ ଧର୍ମଘଟ, ଆନ୍ଦୋଳନ ହୋଇଥିବା ବେଳେ ଏନେଇ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ରାଜ୍ୟ ସରକାର ଙ୍କୁ ଅନେକ ଥର ପ୍ରତଳାପ କରିଛନ୍ତି l ହେଲେ ଆଜି ଯାଏଁ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ର ଭାଗ୍ୟ ପରିବର୍ତନ ହୋଇପାରିନାହିଁ l ଦିନକୁ ଦିନ ସହରର ସ୍ୱାସ୍ଥ୍ୟ ସେବା ଆହୁରି ଦୟନୀୟ ହେବାରେ ଲାଗିଛି l ଆଖି ବିଭାଗ ର ଡାକ୍ତର ନ ଥିବାରୁ କୋଟି କୋଟି ଟଙ୍କାର ଯନ୍ତ୍ର ପାତି ଖତ ଖାଉଛି l ଆଉ କିଛି ସମୟ ଯଦି ଏମିତି ତାଲା ଝୁଲେ ତା ହେଲେ ଆଖି ଚିକିତ୍ସାଳୟ ର ସମସ୍ତ ଯନ୍ତ୍ରପାତି ଖରାପ ହେବାର ସମ୍ଭାବନା ବି ରହିଛି l ଠିକ ସେହିପରି ଏକ୍ସରେ ବିଭାଗ, ଅଲଟ୍ରାସାଉଣ୍ଡ ର ଅବସ୍ଥା ମଧ୍ୟ ରହିଛି l ଟିଟିଲାଗଡ଼ ଉପଖଣ୍ଡ ଏକ ଆଦିବାସୀ ବହୁଳ ତଥା ଅଧିକାଂଶ ଲୋକେ ଦରିଦ୍ରତା ର ଚରମ ସୀମା ରେଖା ତଳେ ବାସ କରୁଥିବାରୁ ବଡ଼ ବଡ଼ ମେଡିକାଲ କୁ ଯାଇ ନ ପାରି ନିଜ ଭାଗ୍ୟ କୁ ଆଦରି ଏଠି ପଡିରହିବାକୁ ବାଧ୍ୟ ହେଉଛନ୍ତି l ଯାହାକୁ ନେଇ ଟିଟିଲାଗଡ଼ ଜନସ୍ୱାର୍ଥ ସୁରକ୍ଷା ସମିତି ତରଫରୁ ସହରରେ ଥିବା ମୁଖ୍ୟ ଚିକିତ୍ସାଳୟ ଉପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେଇ ଆବଶ୍ୟକ ଡାକ୍ତର ପଦବୀ ସହ ଖାଲି ପଡ଼ିଥିବା ନର୍ସ ପଦବୀ ପୂରଣ ପାଇଁ ଦାବି କରିଛି l











