ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଂଚାୟତ ତାସଙ୍ଗରା ବରହମପୁର ଗ୍ରାମ ର ଗ୍ରାମଦେବତୀ ମା ଭଗବତୀ କେନ୍ଦୁଳାଇ ଠାକୁରାଣୀଙ୍କ ନୂତନ ପ୍ରସାଦ ଓ ମାଙ୍କ ମନ୍ଦିର ପ୍ରବେଶ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳୁ ଗ୍ରାମର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ନୂତନ ବସ୍ତ୍ର ପରିଧାନ କରି ମହାନଦୀ ତଟରେ ପୂଜାର୍ଚନା ଓ ବେଦମନ୍ତ୍ର ଦ୍ୱାରା ୧୦୮ କଳସ ଶୋଭାଯାତ୍ରା କରାଯାଇଥିଲା । ଭଜନ କୀର୍ତ୍ତନ, ଘଣ୍ଟ ଘଣ୍ଟା ନାଚ ଗୀତରେ କଳସ ଶୋଭାଯାତ୍ରା ରେ ମନ୍ଦିର ପ୍ରାଙ୍ଗଣରେ ପହଂଚି କଳସ ସ୍ଥାପନ, ଘଟ ସ୍ଥାପନ, ଅଙ୍କୁରରୋପଣ ଓ ମଣ୍ଡଳ କରଣ, ସୂର୍ଯ୍ୟ ପୂଜା, ଗୋପୁଜା, ଶାଲାପ୍ରବେଶ, ମଣ୍ଡଳାଧିପୂଜା, ମା ଙ୍କର ଉପଚାର ପୂଜା, ପ୍ରସାଦ ଅଧିବାସ, ନୂତନ ବିଘ୍ରହ ଙ୍କର ଧ୍ୟାନଧୀବାସ, ଅଗ୍ନିସ୍ଥାପନ, ଆହୁତି, ପୁଷ୍ପାଞ୍ଜଳି ସହିତ ୨ ଓ ୩ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଷ୍ଠା ଉତ୍ସବ ପାଳନ କରାଯିବବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ପ୍ରାପ୍ତ l ଏହି କାର୍ଯ୍ୟକ୍ରମ କୁ ଗ୍ରାମବାସୀ ପରିଚାଳନା କରିଥିଲେ l
ରାଜ୍ୟ
ତାସଙ୍ଗରା ବରହମପୁର ଗ୍ରାମଦେବତୀ ମା ଭଗବତୀ କେନ୍ଦୁଳାଇ ଠାକୁରାଣୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ
- Hits: 1887