ଆମ ପୋଲିସ ସମିତି ତରଫରୁ ମିଶନ ଉଦ୍ଧାର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଟିଟିଲାଗଡ଼/ ରଶ୍ମି ରେଖା ମହାପାତ୍ର: ବଲାଙ୍ଗୀର ଜିଲ୍ଲା ହେଉଛି ଦାଦନ ପ୍ରବଣ ଅଞ୍ଚଳ l ହଜାର ହଜାର ଲୋକେ ଦାଦନ ଶ୍ରମିକ ସାଜି ନିର୍ଯ୍ୟାତିତ ହେବା ସହ ଅନେକ ସମସ୍ୟା ର ସମ୍ମୁଖୀନ ହେଉଥିବା ନେଇ ରୀତିମତ ଅଭିଯୋଗ ଆସୁଛି l ଏମିତିକି ନାବାଳିକା ମାନଙ୍କୁ ଇଟା ଭାଟି ରେ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ବେଳେ ଅନେକ ସମୟରେ ନାବାଳକ, ନାବାଳିକା ମାନଙ୍କୁ ବନ୍ଧୀ ଭାବରେ ମଧ୍ୟ ରଖାଯାଉଥିବା ବେଳେ ଶରୀର ର ଅଙ୍ଗ ପ୍ରତଙ୍ଗ କୁ କାଟି ଭିକ୍ଷା ବୃତ୍ତି ରେ ନିୟୋଜନ କରିବା ସହ ଅନେକ ମୂଲ୍ୟବାନ ଅଙ୍ଗ ପ୍ରତଙ୍ଗ କୁ ବି ଅସ୍ତ୍ରୋପଚାର ମାଧ୍ୟମ ରେ କାଢି ନେଉଥିବା ଭଳି ସଂଗୀନ ଅଭିଯୋଗ ଗୁଡିକ ଅନେକ ସମୟରେ ଆସୁଥିବାରୁ ଏହାକୁ ରୋକିବା ପାଇଁ ବ୍ୟାପକ ପରିମାଣ ରେ ସଚେତନ ହେବାର ଆବଶ୍ୟକତା ରହିଥିବା କହିଛନ୍ତି ବଲାଙ୍ଗୀର କ୍ରାଇମ ବିଭାଗ ର ଇନ୍ସପେକ୍ଟର ଭାରତୀ ନାୟକ l ଟିଟିଲାଗଡ଼ ରେଳ ଷ୍ଟେସନ ଅଧୀନ ରେ ଥିବା ରେଳ ବିଭାଗ ଇନଷ୍ଟିଚ୍ୟୁଟ ରେ ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏଡ଼ଏଟ ଆକ୍ସନ ଦ୍ୱାରା ଆୟୋଜିତ ତଥା ଟିଟିଲାଗଡ଼ ଆମ ପୋଲିସ ସମିତି ଏବଂ ଟିଟିଲାଗଡ଼ ରେଳ ସୁରକ୍ଷା ବଳ ସହାଭାଗିତା ରେ ଆୟୋଜିତ ମିଶନ ଉଦ୍ଧାର କାର୍ଯ୍ୟକ୍ରମ ରେ ଦାଦନ ଶ୍ରମିକ ଚାଲାଣ କୁ ରୋକିବା, ଶିଶୁ ଶ୍ରମିକ ଚାଲାଣ ରୋକିବା ସହ ଆନ୍ତଃ ରାଜ୍ୟ ଶ୍ରମିକ ସୁରକ୍ଷା ନେଇ ଏକ ଜଣସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମ ରେ ଟିଟିଲାଗଡ଼ ଉପଖଣ୍ଡ ଆରାକ୍ଷୀ ଅଧିକ୍ଷକ ଅଙ୍କିତା କୁମ୍ଭାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବରେ ବଲାଙ୍ଗୀର ସାଇବର କ୍ରାଇମ ଅଧିକାରୀ ଭାରତୀ ନାୟକ, ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହା, ଟିଟିଲାଗଡ଼ ରେଳ ସୁରକ୍ଷା ବଳ ଅଧିକାରୀ ଧର୍ମେନ୍ଦ୍ର ମିଶ୍ରl, ଏଡ଼ ଏଟ ଆକ୍ସନ ର ଜିଲ୍ଲା ପରାମର୍ଶ ଦାତା ତଥା ସଂଚଳକ ସଂନ୍ଧ୍ୟାରାଣୀ ପତି ପ୍ରମୁଖ ମଂଚାସୀନ ରହିଥିଲେ l ସମସ୍ତ ଅତିଥି ତଥା ବକ୍ତା ମାନେ ବେଆଇନ ଭାବରେ ମଣିଷ ଚାଲାଣ ବା ଶ୍ରମିକ ଚାଲାଣ ଉପରେ ବଲାଙ୍ଗୀର ଆରାକ୍ଷୀ ଅଧିକ୍ଷକ ନିତିନ କୁଶଲକର ଏକ ଅପରେସନ ଆରମ୍ଭ କରିଛନ୍ତି ମିଶନ ଉଦ୍ଧାର ନାମରେ l ଏହାର ଉଦ୍ଦେଶ୍ୟ ବେଆଇନ ଭାବରେ ଚାଲାଣ ହେଉଥୁବା ଶ୍ରମିକ ମାନଙ୍କୁ ରୋକିବା,ନାବାଳିକା ମାନଙ୍କୁ ଚାଲାଣ ରୁ ରୋକିବା ପାଇଁ ସ୍ୱତନ୍ତ୍ର ଯୋଜନା ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା ନେଇ ଟିଟିଲାଗଡ଼ ଏସ ଡି ପି ଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି l ଅନେକ ସମୟରେ ଗ୍ରାମାଞ୍ଚଳ ର ନାବାଳିକା ଝିଅ ମାନଙ୍କୁ ବିବାହ ର ପ୍ରଲୋଭନ ତଥା ଚାକିରୀ ଯୋଗାଇ ଦେବା ର ପ୍ରଲୋଭନ ଦେଖାଇ ବାହାର ରାଜ୍ୟ କୁ ନେଇ ଶାରୀରିକ ଶୋଷଣ କରିବା ତଥା ବନ୍ଧୀ ଭାବରେ ରଖିବା ଭଳି ଅନେକ ଅଭିଯୋଗ ହେଉଛି l ଏସବୁ ବେଆଇନ କାର୍ଯ୍ୟକଳାପ କୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଜିଲ୍ଲା ପୋଲିସ ଗ୍ରହଣ କରୁଥୁବା ବେଳେ ସାଧାରଣ ଜନତା ତଥା ବିଭିନ୍ନ ସଂଗଠନ ମଧ୍ୟ ଏହି ମିଶନ ଉଦ୍ଧାର ଯୋଜନା ରେ ସାମିଲ ହୋଇ ଏହି ମାନବ ବ୍ୟାପାର ତଥା ମଣିଷ ଚାଲାଣ କୁ ରୋକିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି l କୌଣସି ଶିଶୁ ଚାଲାଣ ହେଉଥିଲେ ତୁରନ୍ତ 1098 କିମ୍ବା 122 ରେ ତୁରନ୍ତ ଯୋଗାଯୋଗ କରିବା ସହ ଉଦ୍ଧାର କରିବାରେ ଜିଲ୍ଲା ପ୍ରଶାସନ କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ ଅତିଥିଗଣ l
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାଇବର କ୍ରାଇମ ର ସବଇନ୍ସପେକ୍ଟର ଅଭିନାଶ ନାୟକ, ଟିଟିଲାଗଡ଼ ଥାନାର ସବ ଇନ୍ସପେକ୍ଟର ନରେନ୍ଦ୍ର ଛତର, କାର୍ତିକ ପ୍ରଧାନ,ରେଳ ସୁରକ୍ଷା ବଳ ସବଇନ୍ସପେକ୍ଟର ଅଜୟ ସ୍ୱାଇଁ, ସନ୍ତୋଷ କୁମାର ମିନା, ଏ ଏସ ଆଇ ପରମେଶ୍ୱର ଶିକା, ଜି ରେଣୁକା, ବବଲୀ ବର୍ମନ, ଜୟ କୁମାର ସେଠ, ଅଭିଷେକ ଚୌଧୁରୀ, ରାହୁଲ ଯାଦବ, ଅନ୍ୟ ମାନଙ୍କ ମଧ୍ୟରେ ନାରୀ ନେତ୍ରୀ ସୁଜାତା ଖୋସଲା, ଆମ ପୋଲିସ ସମିତି କାର୍ଯ୍ୟକ୍ରମ ରେ ପ୍ରଥମ ଥର କରି ଟ୍ରାନ୍ସଜେଣ୍ଡର ସଭାପତି ମଧୁ, ଭଜମନ କୁମ୍ଭାର, ରୁପା ବେହେରା, ଜୁଲି ସମେତ ଶତାଧିକ ଜନସାଧାରଣ, ଶ୍ରମିକ, ଶ୍ରମିକ ସଂଗଠନ ଉପସ୍ଥିତ ଥିଲେ l