ହେଡଲାଇନସ୍:

ସୋଆ ଆଇ.ଏ.ଏସ.ରେ ଚିନାବାଦମ ଚାଷ ନେଇ ତାଲିମ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଏବଂ ଲାଇଭ୍ଲିହୁଡ ଅଲଟରନେଟିଭର ମିଳିତ ଆନୁକୂଲ୍ୟରେ ଗତ ଶନିବାର ଦିନ ଚିନାବାଦାମ ଚାଷୀଙ୍କ ନିମନ୍ତେ ଏକ ତାଲିମ ପ୍ରଶିକ୍ଷଣ କର୍ମାଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ରାଜ୍ୟର ୧୫ଟି ଜିଲ୍ଲାର ଚିନାବାଦାମ ଚାଷୀଙ୍କୁ ତାଲିମ ଦେବା ନିମନ୍ତେ ତାଲିମ ଦାତା ମାନଙ୍କର ଚିନାବାଦାମ ଚାଷ ସମ୍ପର୍କିତ ଥିବା ଜ୍ଞାନକୁ ନେଇ ଏକ ତାଲିମ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଲାଇଭ୍ଲିହୁଡ ଅଲଟରନେଟିଭ ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସମ୍ବିତ ତ୍ରିପାଠୀ କାର୍ଯ୍ୟକ୍ରମ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ ।
ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀସ୍ଥିତି ସଫଲ୍ ଡାଏ ର ସିଇଓ ଶ୍ରୀଯୁକ୍ତ ପ୍ରଦୀପ୍ତ ସାହୁ ଓ ସମ୍ମାନିତ ଅତିଥି ଭାବେ ଆଇଏଏସ୍ ଡିନ୍‌ର ପ୍ରଫେସର ଡଃ ବିଜୟ କୁମାର ସାହୁ , ଲାଇଭ୍ଲିହୁଡ ଅଲଟରନେଟିଭର ଡାଇରେକ୍ଟର ଶ୍ରୀଯୁକ୍ତ ରତ୍ନାକର ପାଣିଗ୍ରାହୀ, ପ୍ରଫେସର ଡଃ ପ୍ରିୟବତ୍ର ପଟ୍ଟନାୟକ, ନାଫେଡ୍‌ର ଅଧିକାରୀ ଶ୍ରୀ ଗୋବିନ୍ଦ ମୁର୍ମୁ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିବା ସହିତ ଆଗାମୀ ଦିନରେ ଭାରତ କିଭଳି ଚିନାବାଦାମ ପରି ତୈଳବୀଜର ଅଧିକ ଉତ୍ପାଦନ କରି ଆତ୍ମନିର୍ଭରଶୀଳ ହୋଇପାରିବ ଓ ୟୁକ୍ରେନ୍ ଇଣ୍ଡୋନୋସିଆ, ମାଲେସିଆ ପରି ଦେଶ ଉପରେ ଆଉ ଭାରତକୁ ନିର୍ଭର କରିବାକୁ ପଡ଼ିବ ନାହିଁ ସେଥିପ୍ରତି ସଚେତନତା ସୃଷ୍ଟି କରିଥିଲେ ।
ଆଗ୍ରୋନୋମିର ପ୍ରଫେସର ଡଃ ବାସୁଦେବ ବେହେରା, ପ୍ଲାଂଟ୍ ପାଥୋଲୋଜିର ସହକାରୀ ପ୍ରଫେସର ଅଂଶୁମାନ ଖଣ୍ଡୁଆଲ, ଏଟୋଂମୋଲୋଜିର ସହକାରୀ ପ୍ରଫେସର ଡଃ ସତ୍ୟ ନାରାୟଣ ଶତପଥୀ ଆଦି ଏହି କର୍ମଶାଳାକୁ ପରିଚାଳନା କରିଥିଲେ ।
ସମସ୍ତ ତାଲିମଦାତାମାନେ ସୋଆର ଫାର୍ମରେ କ୍ଷେତ୍ର ସ୍ତରୀୟ ଅଭିଜ୍ଞତା ମଧ୍ୟ ହାସଲ କରିଥିଲେ । ଲାଇଭ୍ଲିହୁଡ ଅଲଟରନେଟିଭ ର ମୁଖ୍ୟ ଅପରେଟିଙ୍ଗ ଅଫିସର ଶ୍ରୀ କେଦାର ଚନ୍ଦ୍ର ପ୍ରଧାନ ତାଲିମ ଦାତାମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ ଓ ପରିଶେଷରେ ପ୍ରଫେସର ଡଃ ଶୁଭପ୍ରଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault