ହେଡଲାଇନସ୍:

କର୍କଟ ରୋଗୀଙ୍କ ଭରସା ସାଜିଛି ‘କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ପ୍ରତିଷ୍ଠାନର ବାର୍ଷିକୋତ୍ସବ ସମାବେଶ

  • କର୍କଟ ସଚେତନତା ଉପରେ ଆଲୋକପାତ

ଭୁବନେଶ୍ୱର :କୋଣାର୍କ କ୍ୟାନ୍‌ସର୍‌ ଫାଉଣ୍ଡେସନ୍ ହେଉଛି ଏକ ଚାରିଟେବୁଲ୍ ଟ୍ରଷ୍ଟ ଯାହା ଅଭାବୀ କର୍କଟ ରୋଗୀଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରେ । ଗତ ୨୦୧୮ ମସିହାରେ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନର ଓଡ଼ିଶା ଶାଖା ପ୍ରତିଷ୍ଠା ହୋଇଥିଲା ଏବଂ ଏହାର ବାର୍ଷିକୋତ୍ସବ ପ୍ରତିବର୍ଷ ପାଳନ କରାଯାଉଛି । ଆଜି ତଥା ଅକ୍ଟୋବର ୩୧ତାରିଖ ଦିନ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନର ବାର୍ଷିକ ସମ୍ମିଳନୀରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀ ଅରୂପ ପଟ୍ଟନାୟକ କର୍କଟ ସଚେତନତାକୁ ଗୁରୁତ୍ଵ ଦେଇ ଲୋକମାନଙ୍କୁ ସଚେତନ କରାଇବା ସହିତ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ କିପରି ପ୍ରତିଟି କର୍କଟ ରୋଗୀଙ୍କ ଭରସାର କେନ୍ଦ୍ରବିନ୍ଦୁ ପାଲଟିବ, ସେ ବିଷୟରେ ଆଲୋଚନା କରିଥିଲେ । ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଦ୍ରି ନାହକ ବାର୍ଷିକ ସହାୟତା ବିବରଣୀ ଉପସ୍ଥାପନ କରିଥିଲେ । ଫାଉଣ୍ଡେସନ ପକ୍ଷରୁ ରେଫର୍ କରାଯାଇଥିବା ତଥା ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ସହାୟତା ଆବଶ୍ୟକ କରୁଥିବା ରୋଗୀମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା,ଡାକ୍ତରଖାନାରେ କାଗଜପତ୍ର ପୂରଣ ପ୍ରକ୍ରିୟାରେ ସହାୟତା କରାଯାଉଛି । ଆଭ୍ୟନ୍ତରୀଣ ସମନ୍ଵୟ ରକ୍ଷା କରିବା ସହିତ ରୋଗୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଡାକ୍ତରଖାନା ନିକଟରେ ସୁଲଭ ମୂଲ୍ୟରେ ରହିବା ପାଇଁ ବ୍ୟବସ୍ଥା କରାଇଦେବା ଭଳି ବିଭିନ୍ନ ସହାୟତା ବିଷୟରେ ଅବଗତ କରାଇଥିଲେ । କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ପ୍ରତ୍ୟେକ ରୋଗୀଙ୍କୁ ନିଜର ପରିବାର ସଦସ୍ୟ ଭାବରେ ଗ୍ରହଣ କରି ସେମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଉପରେ ମଧ୍ୟ ଆଲୋକପାତ ହୋଇଥିଲା ।
ଅନୁଷ୍ଠାନ ସହିତ ଜଡ଼ିତ ରହି ଅନେକ କର୍କଟ ରୋଗୀଙ୍କୁ ସହାୟତା ଯୋଗାଇ ଦେଉଥିବା ଓଡ଼ିଶା ମୋ ପରିବାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ଓଡ଼ିଶା ମୋ ପରିବାରର କାର୍ଯ୍ୟକ୍ରମ ଉପରେ ଟିପ୍ପଣୀ ଦେଇଥିଲେ ।
ସଭାରେ ଉପସ୍ଥିତ ଥିବା ବରିଷ୍ଠ ଡାକ୍ତରମାନେ ସ୍ତନ କର୍କଟ ରୋଗ ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ ଏବଂ ଓଡ଼ିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କିପରି ରୋଗୀ ଉପକୃତ ହେଉଛନ୍ତି ଏବଂ ଆଗକୁ କିପରି ଉପକୃତ ହୋଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ସଭାରେ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ, ଡାକ୍ତର ଏବଂ କର୍କଟ ସଚେତନତାକୁ ସମର୍ଥନ କରୁଥିବା କୋଣାର୍କ କ୍ୟାନ୍ସର ଫାଉଣ୍ଡେସନର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ । କର୍କଟ ରୋଗୀ, ଯିଏକି ପୂର୍ବରୁ ଫାଉଣ୍ଡେସନ ପକ୍ଷରୁ ଉପକୃତ ହୋଇଛନ୍ତି ସେମାନେ ସଭାର ମୁଖ୍ୟ ଆକର୍ଷଣ ଥିଲେ । ସେମାନେ କିପରି ଫାଉଣ୍ଡେସନ ପକ୍ଷରୁ ଉପକୃତ ହୋଇଛନ୍ତି ସେ ବିଷୟରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । କିଛି କର୍କଟ ରୋଗୀଙ୍କୁ ଫାଉଣ୍ଡେସନ ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଥିଲା ।
ପରିଶେଷରେ, ଓଡ଼ିଶା ଶାଖାର ଆଞ୍ଚଳିକ ମୁଖ୍ୟ, ସଭାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିବିଶେଷମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଆଗକୁ ଏହିପରି ସମର୍ଥନ ଜାରି ରଖିବା ପାଇଁ ସମସ୍ତଙ୍କ ସହ ଆଲୋଚନା କରିଥିଲେ ।

0
0
0
s2sdefault