ହେଡଲାଇନସ୍:

ଇନ୍ଦିରା ଗାନ୍ଧୀଙ୍କ ୩୮ ତମ ଶ୍ରାଦ୍ଧ ଦିବସ ପାଳିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉମରକୋଟ-ଜିତେନ୍ଦ୍ର ମହାନ୍ତି -ନବରଙ୍ଗପୁର ଜିଲ୍ଲା ଉମରକୋଟ ସାନ ଭରଣ୍ଡି ସ୍ଥିତ ଇନ୍ଦିରା ମଇଦାନ ଠାରେ ଭାରତ ର ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ୩୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏଠାରେ ଏହି କାର୍ଯ୍ୟକ୍ରମ୍ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଲା ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ତାଙ୍କ ମୃତ୍ୟୁ ର ଠିକ୍ ଏକ ଦିନ ପୂର୍ବରୁ ଉମରକୋଟ ସାନ ଭରଣ୍ଡି ର ଏହି ପଡିଆରେ ଏକ ସାଧାରଣ ସଭା ରେ ଯୋଗ ଦେଇଥିଲେ । ଏବଂ ଏହା ଥିଲା ଇନ୍ଦିରା ଙ୍କ ଶେଷ ସାଧାରଣ ସଭା । ଏହି ଉମରକୋଟ ରୁ ଇନ୍ଦିରା ଭୁବନେଶ୍ୱର ଯାଇ ସେଠାରେ ଦିଲ୍ଲୀ ଅଭିମୁଖେ ଯାଇଥିଲେ । ଏବଂ ଅକ୍ଟାବର୍ ୩୧ ତାରିଖ ରେ ନିଜ ଅଙ୍ଗରକ୍ଷୀ ଙ୍କୁ ଗୁଳି ମାଡ଼ ରେ ସହୀଦ ହୋଇଥିଲେ । ସେହି ଦିନ ଠାରୁ ପ୍ରତିବର୍ଷ ଏହି ପଡିଆ ରେ ଇନ୍ଦିରା ଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଏ ବୋଲି ପୂର୍ବତନ ମନ୍ତ୍ରୀ ପରମା ପୂଜାରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

0
0
0
s2sdefault