ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲାରେ ଖରିଫଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ଡିସେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ଖରିଫ ଧାନ କ୍ରୟ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ବୈଠକରେ ସ୍ଥିର କରାଯାଇଛି ଏବଂ ଧାନ କ୍ରୟ ର ନିର୍ଦ୍ଧିଷ୍ଟ ତାରିଖ ସ୍ଥିର ନିମନ୍ତେ ଜିଲ୍ଲାପାଳ ଙ୍କୁ ବୈଠକରେ ଅନୁରୋଧ କରାଯାଇଛି l ଏଥି ନିମନ୍ତେ ଜିଲ୍ଲାର ୧୦୧ଗୋଟି ସୋସାଇଟି ଜରିଆରେ ଜିଲ୍ଲାର ବିଭିନ୍ନ ବ୍ୟବସ୍ଥିତ ୧୦୭ ଟି ଧାନ କ୍ରୟ କେନ୍ଦ୍ରରୁ ଯୋଗାଣ ନିଗମ ଧାନ କ୍ରୟ କରିବ l ଖରିଫ ଧାନ କ୍ରୟ ପ୍ରକ୍ରିୟା ନିମନ୍ତେ ଟୋକନ ବ୍ୟବସ୍ଥା କରାଯିବ, ମାତ୍ର ଏକର ପ୍ରତି କେତେ ପରିମାଣରେ ଧାନ କିଣାଯିବ ସେଥିପାଇଁ ରାଜ୍ୟ ସ୍ତରୀୟ କ୍ରୟ କମିଟି ନିଷ୍ପତ୍ତି ଗ୍ରହଣ କଲାପରେ ଜଣାପଡିବ l ଚଳିତ ବର୍ଷ ଏଫଏକ୍ୱିଉ ଧାନର ସରକାରୀ ଧାର୍ଯ୍ୟ ମୂଲ୍ୟ ୨୦୪୦ଟଙ୍କା ରହିଥିବା ସୂଚନା ଦିଆଯାଇଛି l ମଣ୍ଡି ଗୁଡିକ ରବିବାର ବ୍ୟତୀତ ସପ୍ତାହକ ୬ ଦିନ ଖୋଲା ରହିବl ସହିତ ସକାଳ ୭ଘଣ୍ଟା ରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଧାନ କିଣାଯିବ l ଚଳିତ ବର୍ଷ ଖରିଫ ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୬୫୫୨୩ ଜଣ ଚାଷୀ ପଂଜିକୃତ ହୋଇଥିବା ଏବଂ ତନ୍ମଧ୍ୟରୁ ୬୫୩୨୦ ଜଣ ଚାଷୀ ଭେଳିଡିସନ ହୋଇଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l ସମସ୍ତ ମଣ୍ଡି ଗୁଡିକରେ କୌଣସି ପ୍ରକାର ଅସୁବିଧା କୁ ସମ୍ମୁଖୀନ ଓ ପ୍ରତିହତ କରିବା ନିମନ୍ତେ ପାନୀୟ ଜଳ, ବିଜୁଳି, ଟ୍ରପୋଲିନ ଓ ଚାଷୀ ଙ୍କ ପାଇଁ ଆଶ୍ରୟସ୍ଥଳ ପ୍ରତି ବିଶେଷ ଗୁରୁତ୍ୱ ଦେବା ସହ ଚାଷୀ ଯେପରି ଖରିଫ ଧାନ ବିକ୍ରୟ କୁ ସହଜ ଓ ସୁବିଧାରେ କରିପାରିବ ସେଥିପାଇଁ ଜିଲ୍ଲାର ଚାଷୀଙ୍କୁ ଆବଶ୍ୟକ ସଚେତନ କରାଇବା ନିମନ୍ତେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି l ଉପସ୍ଥିତ ଚାଷୀ ପ୍ରତିନିଧି ଓ ମିଲର୍ସ ଙ୍କ ତରଫରୁ ଚଳିତ ବର୍ଷ ରବି ଧାନ କ୍ରୟ ସମୟରେ ଓ ପରେ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିବା ଓ ଚଳିତ ବର୍ଷ ତ୍ରୁଟି ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ବଦେବl ସହ ଖରିଫ ଧାନ କ୍ରୟ କୁ ସୁ ବ୍ୟବସ୍ଥିତ କରାଯିବlକୁ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର ଶ୍ରୀ ନିରଞ୍ଜନ ପୂଜାରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ସଂସ୍ଥାକୁ ପରାମର୍ଶ ଦେଇଛନ୍ତି l ଏହି ଗୁରୁତ୍ୱପୂର୍ଣ ଜିଲ୍ଳା ସ୍ତରୀୟ କ୍ରୟ କମିଟି ବୈଠକରେ ମାନ୍ୟବର ବିଧାୟକ ବୀରମହାରାଜପୁର ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଯୋଗଦାନ କରି ଜିଲ୍ଲାରେ ଚାଷ ଓ ଚାଷୀ ର ଗୁରୁତ୍ୱାରୋପ କରିବାସହ ଜିଲ୍ଲାରେ ଖରିଫ ଧାନ କ୍ରୟ ପ୍ରକ୍ରିୟା କୁ ସୁବ୍ୟବସ୍ଥିତ ଓ ସୁଚାରୁରୂପେ ପରିଚାଳନା ନିମନ୍ତେ ଧାନ ସଂଗ୍ରହ କେନ୍ଦ୍ର ଗୁଡିକରେ ଭିତ୍ତି ଭୂମି କୁ ଯଥୋଚିତ ପ୍ରସ୍ତୁତି ପାଇଁ ପ୍ରଶାସନ ତଥା ସମ୍ପୃକ୍ତ ବିଭାଗ କୁ ପରାମର୍ଶ ଦେଇଛନ୍ତି l ଏହି ବୈଠକରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗଦାନ କରି ମିଲର୍ସ ଓ ଚାଷୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ଖରିଫ ଧାନ କ୍ରୟ ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ , ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଓ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ , ସମ୍ପାଦକ ନିୟନ୍ତ୍ରିତ ବଜ଼ାର କମିଟି, ଜିଲ୍ଳା ସମବାୟ ଉପନିବନ୍ଧକ ସୁବର୍ଣ୍ଣପୁର,ମାନ୍ୟବର ସାଂସଦ ଙ୍କ ପ୍ରତିନିଧି, ଜିଲ୍ଲା ଚାଷୀ ସଂଗଠନ ର କର୍ମକର୍ତ୍ତା, ମିଲର୍ସ ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ l ବୈଠକରେ ଜିଲ୍ଲପାଳ ଶ୍ରୀମତୀ ନରୱଣେ ସଭା ପରିଚାଳନା କରିଥିବାବେଳେ ଶ୍ରୀ ସୁରେଶ ପାଣିଗ୍ରାହୀ ମୁଖ୍ୟ ଯୋଗାଣ ଅଧିକାରୀ ସ୍ୱାଗତ କରିବା ସହ ଅଧ୍ୟକ୍ଷ୍ୟ ଙ୍କ ଅନୁମତିରେ ବିବରଣୀ ପାଠ କରି ସଭା ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ |

0
0
0
s2sdefault