ବରଗଡ :- ଆଜି ବରଗଡ ଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟର କୃଷକ ମାନଙ୍କ କୃଷୀ ବୀମା ରାଶି ପ୍ରଦାନ କରିବାରେ ଅବହେଳା ବିରୁଦ୍ଧରେ ବିଜୁ ଜନତା ଦଳ ତରଫରୁ ଗଣ ଧାରଣା, ବିକ୍ଷୋପ ପ୍ରଦର୍ଶନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡିଶା , ମୁଖ୍ୟତଃ ବରଗଡ଼ ଜିଲ୍ଲାର ଚାଷି ମାନେ HDFC କମ୍ପାନୀ ମାଧ୍ୟମରେ ବୀମା ପ୍ରିମିୟମ ଭରିଥିଲେ । ନିର୍ଦ୍ଧାରିତ ବୀମା ପ୍ରିମିୟମ ଭରିବା ପରେ ମଧ୍ୟ ଆଜି ପର୍ଯନ୍ତ କୃଷକ ଭାଇ ମାନଙ୍କୁ ବୀମା ରାଶି ପ୍ରଦାନ କରିନାହିଁ କମ୍ପାନୀ । ନ୍ୟାର୍ୟ୍ଯ ଦାବି ପୂରଣ ପାଇଁ କୃଷକ ବନ୍ଧୁ ମାନେ ବାରମ୍ବାର ଅନୁରୋଧ , ଆନ୍ଦୋଳନ କରିବା ସତ୍ୱେ ନା ତ ବୀମା କମ୍ପାନୀ ଶୁଣିଲା, ନା ତ ବୀମା କମ୍ପାନୀ ମାନଙ୍କୁ କଣ୍ଟ୍ରୋଲ କରୁଥିବା କେନ୍ଦ୍ର ସରକାର କୃଷକ ମାନଙ୍କ ଦାବି ଉପରେ କର୍ଣ୍ଣପାତ କଲେ । ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଚାଷୀ ବିଲରେ କାମ କରିବା ପରିବର୍ତ୍ତେ ରାଜରାସ୍ତା ରେ ବୀମା ରାଶି ପାଇବା ପାଇଁ ଆନ୍ଦୋଳନ କରୁଛି । ଇତି ମଧ୍ୟରେ ରାଜ୍ୟ ସରକାର ବରଗଡ଼ ଠାରୁ ଅରମ୍ବ କରି ଭୁବନେଶ୍ୱର ପର୍ଯନ୍ତ ସବୁ ସ୍ତରରେ ବୀମା କମ୍ପାନୀ ର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିବା ସତ୍ୱେ କୋଣସି ପ୍ରକାର ଫଳ ମିଳି ପାରିନାହିଁ ଯେଉଁଥି ପାଇଁ ଆଜି କୃଷକ ବନ୍ଧୁ ମାନଙ୍କର ଅନେକ ପ୍ରକାର ଆର୍ଥିକ ଓ ମାନସିକ ସମସ୍ୟା ସୃଷ୍ଟି ହେଉଛି । ରାଜ୍ୟ ସରକାର ଓ ବିଜୁ ଜନତା ଦଳ ତରଫରୁ ମଧ୍ୟ ଅନେକ ପ୍ରକାର ଚେଷ୍ଟା କରାଯାଇଛି । ସଫଳତା ନ ମିଳିବାରୁ ଆଜି ବିଜୁ ଜନତା ଦଳ ବରଗଡ଼ ତରଫରୁ ଏକ ବିରାଟ ଗଣଧାରଣା ଓ ବିକ୍ଷୋଭ ର ଆୟୋଜନ କରାଯାଇଥିଲା । ଏହି ଗଣଧାରଣା ସ୍ଥଳରେ ଦଳର ନେତା ମାନେ କେନ୍ଦ୍ର ସରକାର ଓ ବୀମା କମ୍ପାନୀ ମାନଙ୍କ ଅବହେଳା ଉପରେ ଗର୍ଜିବା ସହିତ ସବୁ କ୍ଷେତ୍ରରେ କେନ୍ଦ୍ରର ଅବହେଳା ଉପରେ ଆଲୋକପାତ କରିଥିଲେ ।
ଏହାପରେ ଆନ୍ଦୋଳନ ରତ ସମସ୍ତ ନେତା ମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରି ମହାମହିମ ରାଷ୍ଟ୍ରପତି ଙ୍କର ଦୃଷ୍ଟି ଆକର୍ଷଣ କରିବାର ପ୍ରୟାସ କରିଛନ୍ତି । ଏହି ସଭାରେ ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂହ, ବରଗଡ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ଶ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ଯ ଯୋଜନା ବୋର୍ଡ଼ ର ସଦସ୍ୟ ଶ୍ରୀ ସାଧୁ ନେପାକ, ଚାଷୀ ନେତା ଶ୍ରୀ କିଶୋର ଦେବତା, ଜିଲ୍ଲା ଯୁବ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ, ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ନିଲ କୁମାରି ନାୟକ, ସଭାର ସଭାପତି ଶ୍ରୀ ପ୍ରଫୁଲ୍ଲ ନାୟକ,ଦଳୀୟ ଅଧ୍ୟକ୍ଷ ଅଧ୍ୟକ୍ଷା, ସଭାପତି ତଥା ଦଳୀୟ ଜିଲ୍ଲା ନେତୃବୃନ୍ଦ ଯୋଗ ଦେଇଥିଲେ।









