ହେଡଲାଇନସ୍:

"ନିଶ୍ଚିତ ପରାଜୟ ଆଶଙ୍କା କରି ଦାଦାଗିରି ଓ ଗୁଣ୍ଡାଗିରି କରୁଛି ବିଜେପି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ନିଶ୍ଚିତ ପରାଜୟ ଆଶଙ୍କା କରି ବିଜେପି ଦାଦାଗିରି ଓ ଗୁଣ୍ଡାଗିରି ଚଳାଇଛି ବୋଲି ଅଭିଯୋଗ ଆଣିଛି ବିଜେଡି | ଧାମନଗର ଅନ୍ତର୍ଗତ କରଡ଼ା ଗ୍ରାମ ପଂଚାୟତରେ ଜଣେ ସାଧାରଣ ନାଗରିକ ପ୍ରତି ଗତକାଲି ବିଜେପି କରିଥିବା ଅସଦାଚରଣ ଓ ଆକ୍ରମଣ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେଡି | ନିଶ୍ଚିତ ପରାଜୟ ଆଶଙ୍କାରେ ହତାଶ ବିଜେପି ନେତା ଓ କର୍ମୀ ମାନେ ଗୁଣ୍ଡାଗିରିକୁ ଓହ୍ଲାଇ ଆସିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସ୍ମାରକ ପତ୍ର ଦେଇ ଅଭିଯୋଗ କରିବା ସହ ସେଇ ବିଜେପି ନେତା ଓ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେଡି ପ୍ରତିନିଧି ଦଳ | ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିବା  ପ୍ରତିନିଧି ଦଳରେ ଶ୍ରୀ ଲେନିନ ମହାନ୍ତି, ତୁମ୍ବନାଥ ପଣ୍ଡା ଓ ପ୍ରିୟବ୍ରତ ମାଝୀ, ଓମ ପ୍ରକାଶ ସାହୁ, ଲୋରା ମହାପାତ୍ର, ପ୍ରଶାନ୍ତ ସାହୁ, ମଧୁସ୍ମିତା ନାୟକ ପ୍ରମୁଖ ସାମିଲ ଥିଲେ | 

0
0
0
s2sdefault