ହେଡଲାଇନସ୍:

ଝାରବନ୍ଧ ପୋଲିସ ର ନୁଆଁ ମନ ନୁଆଁ ସପନ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଚନ୍ଦ୍ରମଣିପୁର ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ଜିଲ୍ଲା ତଥା ଝାରବନ୍ଧ ପୋଲିସ ପକ୍ଷରୁ ନୁଆଁ ମନ ନୁଆଁ ସପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ରିଜର୍ଭ ର ସରଜେଣ୍ଟ ବିଦ୍ୟାଧର ଦାସ, ଥାନା ଅଧିକାରୀ ଦିଲୀପ ବେହେରା, ଏ. ଏସ. ଆଇ ଜଗା ବରିହା, ଏ ଏସ ଆଇ ଶଶୀକାନ୍ତ ବାରିକ ଏବଂ ଥାନା ଷ୍ଟାଫ ଯୋଗଦାନ କରି ସାମୁହିକ ଉନ୍ନତି ପାଇଁ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ l ଚନ୍ଦ୍ରମଣିପୁର ତଥା ଆଖ ପାଖ ଅଞ୍ଚଳ ର ଶତାଧିକ ବୃଦ୍ଧବୃଦ୍ଧା ଯୁବ ଗୋଷ୍ଠୀ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l ଏହି ଅବସର ରେ ଯୁବ ଗୋଷ୍ଠୀ ଙ୍କୁ ଖେଳ ସମଗ୍ରୀ ବଣ୍ଟନ କରି ଛାତ୍ର ଛାତ୍ରୀ ଙ୍କୁ ପାଠ୍ୟ ଉପକରଣ ଓ ବୃଦ୍ଧ ବୃଦ୍ଧା ଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ରେ ଔଷଧ ବିତରଣ କରାଯାଇଥିଲା l ଏବଂ କମ୍ବଳ, ଶାଢ଼ୀ, ମଶାରୀ, ଟର୍ଚ୍ଚ ବଣ୍ଟନ କରାଯାଇଥିଲା l ଅତିଥି ଭାବରେ ବିଶିଷ୍ଟ କବିୟତ୍ରୀ କ୍ଷୀରୋଦିନି ବେହେରା, ଶିକ୍ଷୟିତ୍ରୀ ଲୀଳା କୁମ୍ଭାର, ବରିଷ୍ଠ ନାଗରିକ ଏଥିରେ ଯୋଗଦାନ କରିଥିଲେ l

0
0
0
s2sdefault