ହେଡଲାଇନସ୍:

ଫସଲବୀମା ଟଂକାରେ ବିଜେଡି ମାଲାମାଲ୍‌, ଚାଷୀକୁଳ ହତାଶ:ପ୍ରଦୀପ ପୁରୋହିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ଦ୍ୱାରା ବିଭ୍ରାନ୍ତ ସୃଷ୍ଟି କରାଯାଉଛି

  •  ଚାଷୀକୁଳର ରୋଷରୁ ବଂଚିବା ପାଇଁ ବିଜେଡିର ହୀନ ଉଦ୍ୟମ

ଭୁବନେଶ୍ୱର : ଚାଷୀ ବିରୋଧୀ ଶାସକ ବିଜେଡି ରାଜ୍ୟର ଚାଷୀକୁଳକୁ ବାରମ୍ବାର ପ୍ରତାରଣା କରିଆସିଛନ୍ତିି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିିଧି ଯୋଜନାରୁ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ୩ଟି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କାର ଆର୍ଥକ ସହାୟତା ପ୍ରଦାନରେ ମୁୁଖ୍ୟ ବାଧକ ସାଜିଥିବା ଶାସକ ବିିଜେଡି ପୁୁଣିି ଥରେ ପ୍ରେସ ମିଟ ଜରିିଆରେ ଫସଲବୀମା କଥା ଉଠାଇ ନାଟକବାଜୀ ଆରମ୍ଭ କରିଛିି । ବାସ୍ତବରେ ଏହା ବିଜୁ ଜନତା ଦଳର ଚୋର କହୁଛି ଚୋରକୁ ଧର ନୀତି ଭଳିଆ । ରାଜ୍ୟ ସରକାର ନିଜେ ବୀମା କମ୍ପାନୀମାନଙ୍କ ସହିତ ଚୁକ୍ତି କରିଥିଲେ । ସାରା ଦେଶରେ ସବୁ ରାଜ୍ୟରେ ଫସଲ ବୀମା ସହାୟତା ରାଶି ଚାଷୀମାନେ ପାଉଥିଲା ବେଳେ ଓଡିଶାରେ କାହିଁକି ମିଳୁନାହିଁ ଏହା ରାଜ୍ୟ ସରକାର ନିଜେ ଚାଷୀମାନଙ୍କୁ ଜଣାନ୍ତୁ । କାହିଁକି ରାଜ୍ୟ ସରକାର ସମ୍ପୃକ୍ତ ବୀମା କମ୍ପାନୀମାନଙ୍କ ସହିତ ଚୁକ୍ତିନାମା ଅନୁସାରେ ଜୋରିମାନା କରୁନାହାନ୍ତି ତାହା ଏକ ବଡ ପ୍ରଶ୍ନ । ରାଜ୍ୟ ସରକାର ଚୁକ୍ତି ଖିଲାପ କରିଥିବା ଫସଲ ବୀମା କମ୍ପାନୀମାନଙ୍କ ସହିତ କମିଶନ ବେପାରରେ ରହି ଏପଟେ ଚାଷୀମାନଙ୍କୁ ମିଥ୍ୟା କଥା କହୁଛନ୍ତି ବୋଲି ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି ।
୨୦୨୨ ମସିହା ଅଗଷ୍ଟ ୩୧ ତାରିଖ ସୁ୍‌ଦ୍ଧା ଫସଲ ବୀମା ରାଶି ପୈଠ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର କୈାଣସି ବୀମା କଂପାନୀ ରାଜ୍ୟ ସରକାରଙ୍କ ନିିର୍ଦ୍ଦେଶକୁ ମାନିଲେ ନାହିିଁ କି ରାଜ୍ୟ ସରକାର ମଧ୍ୟ ବୀମା କଂପାନୀ ପ୍ରତି କୈାଣସି କାର୍ଯ୍ୟାନୁଷଷ୍ଠାନ ଗ୍ରହଣ କଲେନାହିଁ । ଏଥି ପାଇଁ ଦାୟୀ କିଏ? ଏହା ରାଜ୍ୟ ସରକାରଙ୍କ ଅପାରଗତତାକୁ ଦର୍ଶାଉ ନାହିଁ କି ? ଦେଶରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଇବା ପାଇଁ କୃଷି, ସହାୟତା ଏବବଂ କୃଷକକଲ୍ୟାଣ ବିିଭାଗ ଦ୍ୱାରା ୫ଟି ରାଷ୍ଟ୍ରାୟତ ସ।।ଧାରଣ ବୀମା କଂପାନି ସମେତ ୧୮ଟି ସାଧାରଣ ବୀମା କଂପାନୀକୁ ସାମିଲ କରାଯଯାଇଛିି । ରାଜ୍ୟ ସରକାରମାନେ ପ୍ରତି ବର୍ଷ ବିଡିଂ ମାଧ୍ୟମରେ ଏହି ୧୮ଟି କଂପାନୀ ମଧ୍ୟରୁ ନିଜ ନିଜ ରାଜ୍ୟ ପାଇଁ ବୀମା କଂପାନୀ ଚୟନ କରିିଥାନ୍ତି । ୨୦୨୦ ଖରିଫ ରୁତୁ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଥିବା ସରକାରଙ୍କୁ ଦୀର୍ଘ ମିଆଦି ସଂପର୍କ ତଥା ଭିତିଭୁମିିର ବିକାଶ ପାଇଁ ଏକ ବୀମା କଂପାନୀକୁ ୩ ବର୍ଷ ପାଇଁ ଚୟନ କରିବା ବାଧ୍ୟତାମୁଳକ । ଏହି ଯୋଜନାରେ ରାଜ୍ୟ ସରକାରମାନେ ଫସଲକୁ ଚିିହ୍ନଟ କରିିବା ପାଇଁ ବିଜ୍ଞପ୍ତି ଜାରୀ କରନ୍ତିି । ଏହି ଆଧାରରେ ଓଡିଶା ସରକାର ଏଚଡିଏଫସି ଏଗ୍ରୋ, ଓରିଏଂଟାଲଲ ଇନ୍ସୁରାନ୍ସ, ରିଲାଏନ୍‌ସ ଜେନେରାଲ ଇନ୍ସୁରାନ୍ସ ଏବଂ ରୋୟାଲ ସୁନନ୍ଦରମ ଭଳି ଏଗ୍ରିକଲଚରାଲ ଇନସ୍ୟୁରାନ୍ସ କର୍ପୋରେସନକୁ ଚୟନ କରିଥିଲେ । ଏହି ଆଧାରରେ ରାଜ୍ୟ ସରକାର ଇନ୍ସୁରାନନ୍ସ କଂପାନୀ ଚୟନ କରି ରାଜ୍ୟରେ ଫସଲ ବୀମା କରାଇଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତିି ଅନୁଯାୟୀ ଅନୁକଂପିତ ହୋଇଥିବା ଫସଲ ବୀମା କଂପାନୀମାନେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କଠାରୁ ଟଙ୍କା ଆଦାୟ କରି ତାଙ୍କ ଫସଲର ବୀମା କରିଛନ୍ତି । ଶହ ଶହ କୋଟି ଟଙ୍କା ଆଦାୟ କରିି ବର୍ତମାନ ଜରୁୁରୀ ସମୟରେ ଚାଷୀଙ୍କୁ ତାଙ୍କ ନ୍ୟାର୍ଯ୍ୟ ଟଙ୍କା ପ୍ରଦାନ କରାଯାଉନାହିିଁ । ଏହି ଭୟଙ୍କର ଷଡଯନ୍ତ୍ରରେ ରାଜ୍ୟ ସରକାରଙ୍କ କମିିଶନ ତଥା ମଧୁଚନ୍ଦ୍ରିକା ହିଁ ଏକମାତ୍ର କାରଣ । ୨୦୨୦ ମସିହହାରେ କେନ୍ଦ୍ରୀୟ ଗାଇଡଲାଇନ ଅନୁଯାୟୀ ରାଜ୍ୟରେ ଏସଟିଏସି କମିଟି ଗଠନ କରାଯାଇ ପାରିଲାନାହିଁ । ଦୀର୍ଘ ୨ ବର୍ଷ ଧରି କୈାଣସି ପଦକ୍ଷେପ ଗ୍ରହଣ କରିିନଥିବା ରାଜ୍ୟ ସରକାର ହଠାତ୍ ଭାବେ ଗତ ଅକ୍ଟୋବର ୧୨ ତାରିଖ ଦିନ ଏହି କମିଟି ଗଠନ କରିିବା ପରେ ପ୍ରଥମ ଥର ପାଇଁ ଅକ୍ଟୋବର ୧୫ ତାରିଖ ଦିିନ ବୈଠକ ହୋଇଥିଲା । ବର୍ତମାନ ନିଜ ଦୋଷ ଧରା ପଡିବା ପରେ ରାଜ୍ୟ ସରକାରଙ୍କ ଚୋରୀ ଉପରେ ସିନାଚୋରୀ ଅତ୍ୟନ୍ତ ହ।।ତ୍ସ୍ୟାସ୍ପଦ ଏବଂ ଲଜ୍ଜାଜନକ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

0
0
0
s2sdefault