ହେଡଲାଇନସ୍:

ଗୋପାଳପୁର ସ୍ଥିତ ଟିଏସ୍ଏମ୍ଏଲ୍ ର ଫେରୋ ଆଲଏଜ୍ କାରଖାନାର ସୁରକ୍ଷା ବ୍ୟବସ୍ଥାକୁ ଓଡ଼ିଶା ସରକାରଙ୍କ ଫ୍ୟାକ୍ଟ୍ରିଜ୍ ଆଣ୍ଡ୍ ବଏଲର୍ସର ନିର୍ଦେଶକଙ୍କ ପ୍ରଶଂସା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ବିପର୍ଯ୍ୟୟ ହ୍ରାସର ଜାତୀୟ ଦିବସ ଅବସରରେ ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣ ସମ୍ପର୍କିତ ପ୍ରସ୍ତୁତିର ସମୀକ୍ଷା

ଗୋପାଳପୁର: ଗଂଜାମ ଜିଲ୍ଲାର ଗୋପାଳପୁର ସ୍ଥିତ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍)ର ଫେରୋ ଆଲଏଜ୍ ପ୍ଲାଂଟ୍ (ଏଫ୍ଏପି) ଓ ଗୋପାଳପୁର ଶିଳ୍ପ ପାର୍କରେ ଥିବା ଟାଟା ଷ୍ଟିଲ୍ ସ୍ପେସିଆଲ୍ ଇକୋନମିକ୍ ଜୋନ୍ ଲିମିଟେଡ୍ (ଟିଏସ୍ଏସ୍ଇଜେଡ୍ଏଲ୍) ପକ୍ଷରୁ ଉଚ୍ଚ ସୁରକ୍ଷା ମାନକ ସହ ଅତି ଯତ୍ନ ସହକାରେ ଅନୁସରଣ କରାଯାଉଥିବା ‘କାର୍ଯ୍ୟ କ୍ଷେତ୍ରରେ ଶୂନ କ୍ଷତି’ ର ଦର୍ଶନକୁ ଓଡ଼ିଶା ସରକାରଙ୍କ ଫ୍ୟାକ୍ଟ୍ରି ଆଣ୍ଡ୍ ବଏଲର୍ସ ର ନିର୍ଦେଶକ ଡକ୍ଟର ଏନ୍, ତିରୁମାଳା ନାଏକ ପ୍ରଶଂସା କରିଛନ୍ତି ।

ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସରରେ ଶନିବାର ଦିନ କ୍ଷେତ୍ର ପରିଦର୍ଶନ କରି ସେ ଅନ୍ୟ ଅତିଥିମାନଙ୍କ ସହ କାରଖାନାରେ ଅନୁସରଣ କରାଯାଉଥିବା ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ସମ୍ପର୍କିତ ଶ୍ରେଷ୍ଠ ପ୍ରଥାର ସମୀକ୍ଷା କରିଛନ୍ତି । ତାଙ୍କ ସହିତ ଡିଓଏଫ୍ବିର ଅତିରିକ୍ତ ନିର୍ଦେଶକ ସୁଧାଂଶୁ ଶେଖର ସାହୁ, ଗଂଜାମ ଜିଲ୍ଲାର ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗାଇପାଇ ଉପସ୍ଥିତ ଥିଲେ ।

କାରଖାନାରେ ସପ୍ ଫ୍ଲୋର୍ କର୍ମଚାରୀମାନଙ୍କ ସହ ଆଲୋଚନା କରିବା ବେଳେ ସେମାନେ ବ୍ୟବହାର କରୁଥିବା ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ)ର ବ୍ୟବହାରକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ସେମାନଙ୍କ ବାର୍ଷିକ ନିୟମିତ ମେଡିକାଲ୍ ପରୀକ୍ଷା ରେକର୍ଡ ଅନୁସାରେ ସେମାନଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିଥିଲେ । ଗଣ ସୁରକ୍ଷା ବୈଠକକୁ ସମ୍ବୋଧିତ କରିବା ଅବସରରେ କାର୍ଯ୍ୟ କ୍ଷେତ୍ରରେ ଶୂନ ଆଘାତ ଜନିତ କ୍ଷତି ଦିଗରେ କର୍ମଚାରୀ ଓ କର୍ତୃପକ୍ଷଙ୍କ ପଦକ୍ଷେପ କୁ ସେ ପ୍ରଶଂସା କରିଥିଲେ ଏବଂ କାର୍ଯ୍ୟ କ୍ଷେତ୍ରରେ ସମସ୍ତ ପ୍ରତିଷେଧମୂଳକ ସୁରକ୍ଷା ବ୍ୟବସ୍ଥାକୁ ପାଳନ କରିବା ଲାଗି ସେ ସେମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ ଟିଏସ୍ଏମ୍ଏଲ୍ ର ପରିଚାଳନା ନିର୍ଦେଶକ ପଙ୍କଜ୍ ସତିଜା କହିଛନ୍ତି ଯେ, “ଆମେ ଯେଉଁ ଲୋକମାନଙ୍କ ସହ କାର୍ଯ୍ୟ କରୁଛୁ ଏବଂ ସମାଜ ପ୍ରତି ଶୂନ କ୍ଷତିର ପ୍ରତିବଦ୍ଧତା ଦ୍ୱାରା ଆମ ସୁରକ୍ଷା ଓ ସ୍ୱାସ୍ଥ୍ୟ କାର୍ଯ୍ୟ ପରିଚାଳିତ ହେଉଛି ।’’

ଟିଏସ୍ଏସ୍ଇଜେଡ୍ଏଲ୍ ର ୟୁନିଟ୍ ମୁଖ୍ୟ ଉମେଶ୍ ଶର୍ମା ଅତିଥିମାନଙ୍କୁ ଟିଏସ୍ଏସ୍ଇଜେଡ୍ଏଲ୍ ଏବଂ ଗୋପାଳପୁର ଶିଳ୍ପ ପାର୍କ ଭିତରେ ପରିଚାଳିତ ହେଉଥିବା ଶିଳ୍ପଗୁଡ଼ିକ ବିଷୟରେ ଅବଗତ କରିଥିଲେ ଏବଂ ଫେରୋ ଆଲଏଜ୍ ପ୍ଲାଂଟ୍ର କାର୍ଯ୍ୟ ଏବଂ କାରଖାନାରେ ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଗ୍ରହଣ କରାଯାଉଥିବା ଶ୍ରେଷ୍ଠ ପ୍ରଥା ବିଷୟରେ ଏଫ୍ଏପିର ୟୁନିଟ୍ ମୁଖ୍ୟ ଏବଂ ଫ୍ୟାକ୍ଟ୍ରି ମ୍ୟାନେଜର ବି ଶ୍ରୀନିବାସ ବର୍ଣ୍ଣନା କରିଥିଲେ । ଗୋପାଳପୁର କାରଖାନାରେ ଗ୍ରହଣ କରାଯାଇଥିବା କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକ ବିଷୟରେ ଟିଏସ୍ଏମ୍ଏଲ୍ ର ମାନବ ସମ୍ବଳ ସହକାରୀ ମହାପ୍ରବନ୍ଧକ ସଂଜୟ କୁମାର ଶତପଥୀ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ ।

0
0
0
s2sdefault