ନବରଙ୍ଗପୁର/ଅଶୋକ ସାହୁ : ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ମିତ ଵ୍ୟୟୀତା ଦିବସ ପାଳନ ଅବସରରେ ମିତ୍ୟ ଵ୍ୟୟୀ ହୋଇ ସଞ୍ଚୟ କରନ୍ତୁ, ଅଯଥା ଖର୍ଚ୍ଚ ରୁ ଦୁରେଇ ରୁହନ୍ତୁ, ସମ୍ପର୍କରେ ଜିଲ୍ଲାରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ସଞ୍ଚୟ ରଥ ପରିକ୍ରମା ର ଶୁଭାରମ୍ଭ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଦ୍ଵାରା ହୋଇ ଯାଇଛି। ଏହି ସଚେତନତା ଅଭିଯାନ ରେ ଯେକୌଣସି ସନ୍ଧିଗ୍ଧ, ଅଣ ବ୍ୟାଙ୍କିଙ୍କ, ବେସରକାରୀ, ଅର୍ଥ ଲଗାଣକାରୀ ସଂସ୍ଥା ଠାରୁ ଦୁରେଇ ରହି ଠକାମି ପଶ୍ଚାତପ ରୁ ମୁକ୍ତ ରହି ଡାକଘର ଓ ରାଷ୍ଟ୍ରାୟତ ବ୍ୟାଙ୍କ ଭଳି ଭାରତୀୟ ରିଜେର୍ଭେ ବ୍ୟାଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନ ରେ ହିଁ ସଞ୍ଚୟ କରନ୍ତୁ ବୋଲି ଜିଲ୍ଲାପାଳ ଡଃ ମିଶ୍ର ପରାମର୍ଶ ଦେଇଥିଲେ। ଏହି ସଞ୍ଚୟ ରଥ ଜିଲ୍ଲାର ସମସ୍ତ ବ୍ଲକ କୁ ପରିକ୍ରମା କରି ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥିର କରାଯାଇଛି ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ଭାସ୍କର ରଇତ, ଡେପୁଟି ଜିଲ୍ଲାପାଳ ଅନାମିକା ପାଣ୍ଡେ, ଜିଲ୍ଲା ଜରୁରୀ କାଳୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ,ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ,ସେକ୍ସନ ଅଫିସର ଦୁର୍ଗମାଧବ ପଣ୍ଡା,ରାମଚନ୍ଦ୍ର ରଘୁ ମଣ୍ଡଳ, ଜିଲ୍ଲା ରାଜସ୍ୱ ଅମଲା ସଂଘର ସଭାପତି ଆଶୁତୋଷ ମହାନ୍ତି,ସମ୍ପାଦକ ତ୍ରିଲୋଚନ ନାୟକ, ସଂଗ୍ରାମ ପ୍ରଧାନ,ସୁନୀଲ ଦାସ,ଅଜୟ କୁମାର ସାହୁ, ମୀରା ପଣ୍ଡା,ମଦନ ମୋହନ ଜାନି,ବରିଷ୍ଠ ନାଗରିକ ୟା ପ୍ରଭାକର ପାତ୍ର,ଗଣେଶ୍ଵର ଦାସ,ଆଇନଜୀବୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,କିଶୋର ପଟନାୟକ ସାମଲ ସିଂ ନରେଶ ରାଓ ଙ୍କ ସହିତ ଦୀନଦୟାଲ ଉପାଧ୍ୟାୟ କନ୍ୟା ଶ୍ରମ ର ଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ ।








