ହେଡଲାଇନସ୍:

ଚାଲିଗଲେ ରାଜମାତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-ବରଗଡ଼ ଜିଲ୍ଲା ଘେସଁ ର ଶୁଣିଲେ ଅପେଆପେ ମନରେ ସହିଦ ମାଧୋ ସିଂ ଓ ତାଙ୍କର ବୀର ସହିଦ ପରିବାର ର ତ୍ୟାଗ ଓ ବଳିଦାନ ର କଥା ମନେ ପଡ଼ିଯାଏ । ମନେପଡେ କେମିତି ଗୋଟିଏ ପରିବାରର ଅନେକ ସଦସ୍ୟ ଇଂରେଜ ମାନଙ୍କ ବିରୋଧ ରେ ସଶସ୍ତ୍ର ସଂଗ୍ରାମ କରି ଦେଶ ପାଇଁ ସର୍ବଶ୍ରେଷ୍ଠ ବଳିଦାନ ଦେଇ ସବୁଦିନ ପାଇଁ ଦେଶ ଓ ଜାତିର ଗୌରବ ରଖି ସହିଦ ହୋଇଯାଇଥିଲେ । ଆଜି ଏହି ସହିଦ ପରିବାର ରୁ ଆସିଛି ଆହୁରି ଏକ ଦୁଃଖଦ ଖବର , ଆଜି ନିଜ ପ୍ରିୟଜନ ଓ ସମସ୍ତଙ୍କୁ ଦୁଃଖର ସାଗରରେ ଭସେଇ ଆରପାରିକୁ ଚାଲିଯାଇଛନ୍ତି ସହିଦ ମାଧୋ ସିଂ ଙ୍କର ଦାୟାଦ , ରାଜମାତା ମମତା ସିଂ ବାରିହା । ରାଜମାତା ଙ୍କର ମୃତ୍ୟୁ ର ଖବର ଜଣା ପଡିବା ପରେ ଅନେକ ବିଶିଷ୍ଟ ବ୍ୟକ୍ତି ତଥା ଜନସାଧାରଣ ତାଙ୍କର ବାସଭବନରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ମାନ୍ୟବର ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ , ରାଜମାତା ଙ୍କର ମୃତ୍ୟୁ ଖବର ପାଇ ତୁରନ୍ତ ଘେସଁ ପହଂଛି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ରାଜମାତା ଙ୍କର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିବା ସହିତ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଥିଲେ ।

0
0
0
s2sdefault