ହେଡଲାଇନସ୍:

ନିଶ୍ଚିତ ପରାଜୟ ଆଶଙ୍କା କରି କେନ୍ଦ୍ରମନ୍ତ୍ରୀଙ୍କ ମୁହଁରେ ମିଛ ପ୍ରତିଶୃତି ଦିଆଉଛି ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଧାମନଗର ଉପନିର୍ବାଚନରେ ପ୍ରଚାର ବେଳେ ଗତକାଲି କେନ୍ଦ୍ର ଆଦିବାସୀ ଓ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ଅଭିଯୋଗ ଆଣିଛି ବିଜେଡି | ଆଗରୁ ଓଡ଼ିଶା ପାଇଁ ବୁନ୍ଦାଏ ପାଣି ପାଇଁ ବ୍ୟବସ୍ଥା କରିନଥିବା ବେଳେ ଏବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ଓଡ଼ିଶାବାସୀଙ୍କ ପାଇଁ ମିଛ ପ୍ରତିଶ୍ରୁତି ଓଡିଶା ବାସୀ ଠିକ ବୁଝିଛନ୍ତି | ନିଶ୍ଚିତ ପରାଜୟ ଆଶଙ୍କାରେ ହତାଶ ବିଜେପି ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ଅପବ୍ୟବହାର କରିଛି ଓ ମନ୍ତ୍ରୀ ନିର୍ବାଚନ ମଡେଲ ଆଚରଣ ସଂହିତା (MCC) ଉଲ୍ଲଂଘନ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଦିପ ମାଝୀ | ମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଶ୍ରୀ ମାଝୀ |

0
0
0
s2sdefault