ହେଡଲାଇନସ୍:

ମହଙ୍ଗା ପଡିଲା ଉପ-ନିର୍ବାଚନରେ ଗାଡି ନଦେବା, ୧୪ ଗାଡି ମାଲିକଙ୍କୁ ନୋଟିସ୍

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭଦ୍ରକ : (ସତ୍ୟବ୍ରତ ନାୟକ)ଉପନିର୍ବାଚନ ପାଇଁ ଗାଡି ନିୟୋଜିତ କଲେ ନାହିଁ । ୧୪ ଗାଡି ମାଲିକଙ୍କୁ କାରଣଦର୍ଶାଅ ନୋଟିସ । ସନ୍ତୋଷଜନକ ଉତ୍ତର ନମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ । ଭଦ୍ରକ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଏମିତି ନୋଟିସ ଜାରି ହୋଇଛି । ସୂଚନାଯୋଗ୍ୟ ଯେ ଧାମନଗର ଉପନିର୍ବାଚନ ସୁପରିଚାଳନା ପାଇଁ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଗାଡି ଗୁଡିକୁ ନିୟୋଜିତ ପାଇଁ ନିର୍ଦ୍ଦେଶ ଥିଲା । କିନ୍ତୁ ୧୪ ଟି ଗାଡି ନିର୍ଦ୍ଧାରିତ ସମୟରେ ସହଯୋଗ କରିନଥିଲେ । ୧୪ଟି ଗାଡିର ଅସହଯୋଗ ପରେ ଆଞ୍ଚଳିକ ପରିବହନ ବିଭାଗ ୧୪ ଗାଡି ମାଲିକଙ୍କୁ ଅସହଯୋଗ ପାଇଁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ସନ୍ତୋଷଜନକ ଉତ୍ତର ନମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଞ୍ଚଳିକ ପରିବହନ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

0
0
0
s2sdefault