ଡି କେ ସିଂଙ୍କୁ ସ୍ବରାଷ୍ଟ୍ର ବିଭାଗ, ଆରକେ ଙ୍କୁ ରାଜସ୍ବ ପର୍ଷଦ
ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଆଜି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ଅବସର ଜନିତ ଓ ଜଣେ ବରିଷ୍ଠ ଅଧିକାରୀଙ୍କ କେନ୍ଦ୍ର୍ୟ ଡେପୁଟେସନ ଜନିତ ସମ୍ଭାବ୍ୟ ଶୁନ୍ୟତାକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ଆଗୁଆ ପଦକ୍ଷେପ | ୬ ଜଣ ବରିଷ୍ଠ ଆଇଏଏସ୍ ଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ । ଚଳିତ ମାସରେ ଅବସର ନେଉଥିବା ଜିଭିଭି ଶର୍ମା ଏବଂ ମଧୁସୂଦନ ପାଢ଼ୀଙ୍କ ଦାୟିତ୍ୱ ଯଥାକ୍ରମେ ଆର.କେ. ଶର୍ମା ଏବଂ ସତ୍ୟବ୍ରତ ସାହୁଙ୍କୁ ଦିଆଯାଇଛି | ଘରୋଇ ବିଭାଗ ଦାୟିତ୍ୱରେ ଥବା ସଞ୍ଜୀବ ଚୋପ୍ରା ଆସନ୍ତା ୧ ରୁ କେନ୍ଦ୍ରୀୟ ଡେପୁଟେସନ୍ ରେ ଯାଉଥିବା କାରଣରୁ ତାଙ୍କ ପାଖରେ ଥିବା ଦାୟିତ୍ୱକୁ ଦେଓରଞ୍ଜନ କୁମାର ସିଂହ ଏବଂ ପ୍ରଦୀପ ଜେନାଙ୍କୁ ପ୍ରଦାନ କରାଯାଇଛି | ରାଜକୁମାର ଶର୍ମା(ଆରକେ)ଙ୍କୁ ସଚିବାଳୟ ବାହାରକୁ ସ୍ଥାନାନ୍ତରିତ କରାଯାଇଛି | ତାଙ୍କୁ ରାଜସ୍ୱ ପର୍ଷଦ ସଭ୍ୟ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ସେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ଉନ୍ନୟନ କମିଶନର ତଥା ଏସଆରସି ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ କୃଷି ଉତ୍ପାଦନ କମିସନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ମଧୁସୂଦନ ପାଢ଼ୀ ଆସନ୍ତା ୩୧ ତାରିଖରେ ଚାକିରିରୁ ଅବସର ନେଉଥିବା କାରଣରୁ ସେହିପରି ୧୯୯୧ ବ୍ୟାଚ୍ ଅଧିକାରୀ ସତ୍ୟବ୍ରତ ସାହୁଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ନିଯୁକ୍ତି ଦିଆଯାଇଛି । ଏହି ଦାୟିତ୍ୱରେ ଥିବାଛନ୍ତି । ଶ୍ରୀ ସାହୁ ଏବେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଦାୟିତ୍ୱରେ ଅଛନ୍ତି । ତାଙ୍କ ହାତରୁ ଏମଏସଏମଇ ବିଭାଗର ଅତିରିକ୍ତ ଦାୟିତ୍ୱ କାଢ଼ି ନିଆଯାଇଛି ।
୧୯୯୩ ବ୍ୟାଚ୍ ଅଧିକାରୀ ଦେଓରଞ୍ଜନ କୁମାର ସିଂହଙ୍କ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ନିଯୁକ୍ତି ଦିଆଯାଇଛି । ଇସ୍ପାତ ଓ ଖଣି ବିଭାଗରର ପ୍ରମୁଖ ସଚିବ ଭାବେ ସେ କାର୍ଯ୍ୟ କରୁଛନ୍ତି । ଏଥିସହ ଓଏମସି ଏବଂ ଇଡିକଲ୍ ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ବି ଅଛନ୍ତି ।
ରାଜ୍ୟପାଳଙ୍କ ପ୍ରମୁଖ ସଚିବ ତଥା ଓଏସଏସଏସସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ୧୯୯୬ ବ୍ୟାଚ୍ ଅଧିକାରୀ ଶାଶ୍ୱତ ମିଶ୍ରଙ୍କୁ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତାଙ୍କ ହାତରେ ଥିବା ଏସଟି ଏବଂ ଏସସି ବିଭାଗରୁ ତାଙ୍କୁ ଅବ୍ୟାହତି ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ୨୦୦୬ ବ୍ୟାଚ୍ ଅଧିକାରୀ ଶ୍ରୀମତୀ ରୂପାରୋଶନ ସାହୁଙ୍କୁ ଏସଟି ଏବଂ ଏସସି ତଥା ଏମ ଆଣ୍ଡ ବିସିଡବ୍ଲୁ ବିଭାଗର କମିସନର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏଥିସହ ଟିଇ ଆଣ୍ଡ ଏସସିଇଆରଟିର ନିର୍ଦ୍ଦେଶକ ଏବଂ ଇଂରାଜୀ ଭାଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ।